୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା

ନୂଆଦିଲ୍ଲୀ,୮-୨: ୨୦୨୩ ସେପ୍ଟେମ୍ବର ସୁଦ୍ଧା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ(ଟିଏଫ୍‌ଏଲ୍‌) କାର୍ଯ୍ୟକ୍ଷମ ହେବ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି.ସଦାନନ୍ଦ ଗୌଡା ଶୁକ୍ରବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଗୌଡା କହିଛନ୍ତି ଯେ, ବନ୍ଦ ହୋଇ ପଡିଥିବା ଭାରତୀୟ ସାର ନିଗମ ଲିମିଟେଡ(ଏଫ୍‌ସିଆଇଏଲ୍‌ )ର ତାଳଚେର ୟୁନିଟକୁ କାର୍ଯ୍ୟକ୍ଷମ କରାଇବା ଲାଗି ଭାରତ ସରକାର ଏକାଧିକ ପ୍ରସ୍ତାବକୁ କ୍ୟାବିନେଟ ଜରିଆରେ ମଞ୍ଜୁରୀ ଦେଇଛନ୍ତି। ଏହି ୟୁରିଆ ୟୁନିଟକୁ ପୁନଃ କାର୍ଯ୍ୟକ୍ଷମ କରାଇବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ମେସର୍ସ ପିଡିଆଇଏଲ୍‌କୁ ସାର କାରଖାନା କାର୍ଯ୍ୟକାରୀ କରିବା ଲାଗି ପରିଚାଳନା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୭ରେ ପେଟ୍‌ କୋକ୍‌ ଯୋଗାଣ ଲାଗି ଇଣ୍ଡିଆନ ଅଏଲ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୨୦୧୮ରେ ଏହି ପ୍ରକଳ୍ପ ପରିବେଶ ମଞ୍ଜୁରୀ ଲାଭ କରିଥିବା ସେ ସ୍ପଷ୍ଟ କରିଛନ୍ତି।
ସୂଚନା ଯୋଗ୍ୟ, ୨୦୧୮ ସେପ୍ଟେମ୍ବରରେ ଆର୍ଥତ୍କ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆର୍‌ସିଏଫ୍‌ ଇକ୍ୱିଟି ଯୋଗଦାନ ଲାଗି ମଞ୍ଜୁରୀ ଦେଇଥିଲା। ସେହିଭଳି ୨୦୧୮ ଡିସେମ୍ବରରେ କ୍ୟାପ୍ଟିଭ କୋଇଲା ଖଣି ଲାଗି ଖଣି ଆବଣ୍ଟନ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରମୋଟରଙ୍କଠାରୁ ଅନୁମୋଦନ ଲାଭ କରିବା ପରେ ଟିଏଫ୍‌ଏଲ୍‌ ବୋର୍ଡ ପକ୍ଷରୁ ପ୍ରକଳ୍ପ ଲାଗି ନିବେଶ ମଞ୍ଜୁରୀ ଦିଆଯାଇଥିଲା। କୋଇଲା ବାଷ୍ପୀକରଣ ଏବଂ ଆମୋନିଆ, ୟୁରିଆ ପ୍ଲାଣ୍ଟ ପାଇଁ ଏଲ୍‌ଏସ୍‌ଟିକେ ଚୁକ୍ତି ଗତ ବର୍ଷ ସେପ୍ଟେମ୍ବରରେ ସ୍ବାକ୍ଷିତ ହୋଇଛି। ଓଡିଶା ସରକାରଙ୍କ ରାଜ୍ୟ ସ୍ତରୀୟ କ୍ଲିୟରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ବର୍ଷ ୩୧ ଅଗଷ୍ଟରେ ବିଏଫ୍‌ଏଲ୍‌ ପ୍ରକଳ୍ପକୁ ମଞ୍ଚୁରୀ ମିଳି ସାରିଥିବା ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri