Posted inଜାତୀୟ

୨୦୨୨ ସୁଦ୍ଧା ସବୁ ପରିବାରକୁ ପକ୍କାଘର

ନୂଆଦିଲ୍ଲୀ, ୪ା୨(ପି.ଟି.): ସବୁ ଗରିବ ପରିବାରକୁ ୨୦୨୨ ସୁଦ୍ଧା ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କର୍‌କର୍‌ଦୁମାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, ଏଏପି ସରକାର ବିକାଶ କାର୍ଯ୍ୟକୁ ଅଟକାଇ ରଖିଛି। ଦିଲ୍ଲୀରେ ଭାଜପା ସରକାର ଗଢ଼ିଲେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରାଯିବ। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ। ଦିଲ୍ଲୀରେ ଗଢ଼ିଉଠିଥିବା ଅନଧିକୃତ ଉପନିବେଶକୁ ଚିରସ୍ଥାୟୀ କରାଯିବା ସହ ଦଶନ୍ଧି ଦଶନ୍ଧି ଧରି ରହିଥିବା ସମସ୍ୟାର ସମାଧାନ ହେବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀବାସୀଙ୍କ ସବୁ ସମସ୍ୟାର ସମାଧାନ, ବିକାଶର ବିଭିନ୍ନ ଦିଗ ପ୍ରତି ଭାଜପା ଗୁରୁତ୍ୱ ଦେବ। ଦେଶ ବିକାଶରେ ଭାଜପା ବିଶ୍ୱାସକରେ। ଧାରା ୩୭୦ ହଟିବା, ଅଯୋଧ୍ୟାରେ ରାମମନ୍ଦିର ଗଢ଼ାଯିବା, ସିଏଏ ଭଳି ଅନେକ ଜନବିକାଶ କାର୍ଯ୍ୟ ଭାଜପା ହାତକୁ ନେଇ ସଫଳ ହୋଇଛି। ତେଣୁ ବିକାଶକୁ ଆଧାରକରି ଲୋକମାନେ ଦିଲ୍ଲୀରେ ଭାଜପା ସରକାର ଗଠନ ଲାଗି ସହଯୋଗ କରିବାକୁ ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଶାସନ ଆରମ୍ଭ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ...

ଟ୍ରମ୍ପଙ୍କ ଭାଷଣରେ ବଲିଉଡ୍‌: ମନେ ପକାଇଲେ ସୋଲେ, ଡିଡିଏଲ୍‌ଜେ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେଠାରେ ଥିବା ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ...

ଇଟାଲିରେ ଥିବା ଭାରତୀୟଙ୍କୁ ଆଣିବାକୁ ବାହାରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ବିଦେଶରେ ଥିବା ଆଉ କେତେଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସରକାର...

ୟୁପିରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ: ବ୍ରଜେଶଙ୍କୁ ମିଳିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ଷମତା ସମ୍ଭାଳିବା ପରେ ସୋମବାର ମନ୍ତ୍ରୀଙ୍କ ବିଭାଗଗୁଡ଼ିକୁ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ପାଖରେ ରାଜସ୍ବ, ଗୃହ...

୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ଅନୁସାରେ ୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର। ସେ ସାବାଳିକା ହୋଇଥିବାରୁ ଏହା...

ବର ବିନା ଏକୁଟିଆ ଶାଶୁଘରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

ପଟିଆଲା, ୩୧।୧୦: ପଞ୍ଜାବର ପଟିଆଲା ଜିଲାର ମ୍ୟାକ୍ସିମମ୍‌ ଜେଲରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ବର-କନ୍ୟା ବିବାହ କରିଥିଲେ ମଧ୍ୟ କନ୍ୟାଙ୍କୁ ଏକୁଟିଆ ଶାଶୁଘରକୁ...

ପ୍ରଶାନ୍ତଙ୍କ ଆବେଦନ ଖାରଜ: ୨- ୩ ଦିନ ଚିନ୍ତା କର

ନୂଆଦିଲ୍ଲୀ,୨୧ା୮(ପି.ଟି.): ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଗୁରୁବାର ଦଣ୍ଡ ଶୁଣାଣି ଥିଲା।...

ଦିଲ୍ଲୀକୁ ଘାରିଛି ଗଞ୍ଜେଇ ନିଶା: ଏବିସିଡି ସର୍ଭେ ତାଲିକାରେ ତୃତୀୟ ସ୍ଥାନ; ମୁମ୍ବାଇ ୬ଷ୍ଠରେ

ନୂଆଦିଲ୍ଲୀ,୧୦।୯: ଦିଲ୍ଲୀ ଗଞ୍ଜେଇ ନିଶା ବ୍ୟବହାରରେ ପୃଥିବୀରେ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ମାୟାନଗରୀ ମୁମ୍ବାଇ ପ୍ରକାଶିତ ଏକ ତାଲିକାରେ ଗଞ୍ଜେଇ ନିଶା ବ୍ୟବହାରରେ...

Advertisement
Archives

Model This Week