୨୦୨୧ ଯାଏ ରହିବ କରୋନା

ନୂଆଦିଲ୍ଲୀ,୨୮ା୫(ପି.ଟି.): ଭାରତରେ କରୋନା ସଂକ୍ରମଣ ୨୦୨୧ ପର୍ଯ୍ୟନ୍ତ ରହିବ। ଏହାର ସଂକ୍ରମଣକୁ କମାଇବାକୁ ହେଲେ କୋଭିଡ୍‌ ପରୀକ୍ଷାକୁ ଅତ୍ୟଧିକ ବଢ଼ାଇବାକୁ ପଡ଼ିବ ବୋଲି ବୁଧବାର ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବାକୁ ବର୍ଷେ ସମୟ ଲାଗିଯିବ ବୋଲି ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞ ଆଶିଷ ଝା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କଠୋର ଲକ୍‌ଡାଉନ ଭାରତର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେବ। ସେଥିପାଇଁ ନୂଆଦିଲ୍ଲୀ କୋହଳ ଲକ୍‌ଡାଉନ ଆପଣାଇବା ଆବଶ୍ୟକ ବୋଲି ସ୍ବିଡେନ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଜୋହାନ ଜିସେକେ ମତ ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ ସମ୍ପର୍କରେ ବିଶେଷଜ୍ଞମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ, ଯାହା ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହୋଇଛି। ଲକ୍‌ଡାଉନ ପରେ ଅର୍ଥନୈତିକ କାରବାର ସମ୍ପୂର୍ଣ୍ଣ ଆରମ୍ଭ ହେଲେ, ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆଣିବାକୁ ହେବ ବୋଲି ହାର୍ଭାର୍ଡ ଗ୍ଲୋବାଲ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ଝା କହିଛନ୍ତି। ତାଙ୍କ କହିବା ଅନୁଯାୟୀ କରୋନା ଭୂତାଣୁ ହେଉଛି ୧୨-୧୮ ମାସର ସମସ୍ୟା। ୨୦୨୧ ପର୍ଯ୍ୟନ୍ତ ବିଶ୍ୱ ଏହି ସମସ୍ୟାରୁ ମୁକ୍ତ ହେବ ନାହିଁ।
କୋଭିଡ୍‌-୧୯ ପରେ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିବ ବୋଲି ରାହୁଲ କହିଛନ୍ତି। ୯/୧୧କୁ ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଥିବାବେଳେ କୋଭିଡ୍‌ ଏକ ନୂଆ ପୁସ୍ତକ ହେବ ବୋଲି ସେ ମତ ଦେଇଛନ୍ତି। ଭାରତରେ ଯେତେ ସମ୍ଭବ କୋହଳ ଲକ୍‌ଡାଉନ ଆବଶ୍ୟକ ବୋଲି ୟୁରୋପୀୟ ସେଣ୍ଟର ଫର ଡିଜିଜ୍‌ ପ୍ରିଭେନ୍‌ଶନ ଆଣ୍ଡ କଣ୍ଟ୍ରୋଲ୍‌ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ପ୍ରଫେସର ଗେସେକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଲିଫ୍ଟରେ ସାମିଲ ହେଲା ଭାରତୀୟ ବାୟୁସେନା

ନୂଆଦିୀଲ୍ଲୀ,୨।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେସନ ଗଙ୍ଗା’କୁ ଜୋରଦାର କରିଛନ୍ତି। ଏହିକ୍ରମରେ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା...

ପିଏଫ୍‌ ଆକାଉଣ୍ଟଧାରୀଙ୍କ ପାଇଁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୪।୭: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ (ଇପିଏଫ୍‌ଓ)ର ଦାବି କ୍ରମେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍‌) ଉପରେ ସରକାର ସୋମବାର...

ମ୍ୟାନମାର୍‌ର ରାଜନୈତିକ ସ୍ଥିତି ଏକ ଆହ୍ବାନ ସୃଷ୍ଟି କରୁଛି : ଜୟଶଙ୍କର…

ଇମ୍ପାଲ,୨୬।୧୧ : ବହିର୍ବ୍ୟାପର ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ମଣିପୁରର ରାଜଧାନୀ ଇମ୍ପାଲରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ବାହ୍ୟ ପ୍ରବେଶ...

ବିନା ଦର୍ଶକରେ ଖୋଲିବ ଷ୍ଟାଡିୟମ୍‌-ସ୍ପୋଟର୍ସ କମ୍ପ୍ଲେକ୍ସ୍‌…

ନୂଆଦିଲ୍ଲୀ,୪।୭: ରାଜଧାନୀ ଦିଲ୍ଲୀ ଷଷ୍ଠ ପର୍ଯ୍ୟାୟ ଅନ୍‌ଲକ୍‌ ସୋମବାର ଆରମ୍ଭ ହେବ। ଅନ୍‌ଲକ୍‌ ମାର୍ଗଦର୍ଶିକା ଆଧାରରେ ଏବେ ଦିଲ୍ଲୀରେ ବିନା ଦର୍ଶକରେ ଷ୍ଟାଡିୟମ୍‌ ଏବଂ ସ୍ପୋଟର୍ସ...

ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୪।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଥିଲେ ମଧ୍‌ୟ ମୃତ୍ୟୁ ସଂଖ୍ୟା ପୁଣି...

କାନପୁର ହିଂସା ଘଟଣା: ସିଲ୍‌ ହେଲା ପେଟ୍ରୋଲ ପମ୍ପ

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସୋମବାର ଅପରାହ୍ନ...

ନିକଟରେ ଲକ୍‌ଡାଉନ ପାଇଁ ନାହିଁ କୌଣସି ଯୋଜନା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ଅନୁମାନ କରାଯାଉଥିଲା କି...

ମୂଷା ନେଇଗଲା ଅପମିଶ୍ରିତ ମଦ ପେଟି ମାମଲାର ହେବ ତଦନ୍ତ

ଲକ୍ଷ୍ନୌ,୨୮।୩ : ଜବତ ହୋଇଥିବା ଅପମିଶ୍ରିତ ମଦ ପେଟି ଷ୍ଟ୍ରଙ୍ଗରୁମରୁ ଉଭାନ ହୋଇଯିବା ପଛରେ ମୂଷାମାନଙ୍କ ହାତ ଥିବା ଉତ୍ତର ପ୍ରଦେଶର ଇଟା ଜିଲାର ସ୍ଥାନୀୟ...

Advertisement
Archives

Model This Week