୨୦୨୦ କିଗ୍ରାର କେକ୍‌ ପ୍ରସ୍ତୁତ କରି କାଲାମ୍‌ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ, ୨୪।୨: ତାମିଲନାଡୁରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍ଦୁଲ କାଲାମ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୨୦ କିଗ୍ରାର ଏକ ବୃହତ କେକ୍‌ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ କଟ୍ଟୁପକ୍କମଠାରେ ୩୦ ଜଣ ବେକେରି ବିଶେଷଜ୍ଞ ମିଳିତ ଭାବେ ୨୫ ଫୁଟ ଲମ୍ବ ଏବଂ ୩୧ ଫୁଟ ଚୌଡ଼ାର କେକ୍‌ ପ୍ରସ୍ତୁତ କରି ଏହାକୁ ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ୍‌ କରିଛନ୍ତି। ଏଥିରେ କାଲାମ୍‌ଙ୍କ ଫଟୋ ମଧ୍ୟ ଲଗାଯାଇଥିଲା। ଏଥିରେ ୫୦୦ କିଗ୍ରା ମଇଦା, ୬୫୦ କିଗ୍ରା ଚିନି, ୧୬,୦୦୦ ଅଣ୍ଡା ବ୍ୟବହାର କରାଯାଇଥିଲା। କାଲାମ୍‌ଙ୍କ ପୁତୁରା ଏ.ପି.ଜେ. ଶେଖ୍‌ ସଲିମ୍‌ ଏବଂ କେତେକ ବରିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କେକ୍‌ ପ୍ରସ୍ତୁତ କରାଯାଇଥିଲା। ୨୦୨୦ ସୁଦ୍ଧା କାଲାମ୍‌ ଭାରତକୁ ସୁପର ପାଓ୍ବାର ଭାବେ ପ୍ରତିଷ୍ଠା କରିବାର ସ୍ବପ୍ନ ଦେଖିଥିଲେ। ତେଣୁ ଏଭଳି କେକ୍‌ ତିଆରି କରାଯାଇଥିବା ବେକେରି ଦଳ ପକ୍ଷରୁ ଲରେନ୍ସ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବିତ ବିଧାୟକଙ୍କ ପ୍ରତିକ୍ରିୟା: ନୋ ବଲ୍‌ରେ ୱିକେଟ ଯାଇଛି ଏବେ ଦୁଇ ହାତରେ ବୋଲିଂ କରିବି

ମୁମ୍ବାଇ,୫ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ହୋଇଥିବା ହଟ୍ଟଗୋଳ ଏବେ ରାଜନୈତିକ ଉଷ୍ମତା ସୃଷ୍ଟି କଲାଣି । ଏହି ହଟ୍ଟଗୋଳରେ ସ୍ପିକର ବିଧାନସଭାର ୧୨ ବିଧାୟକଙ୍କୁ...

କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୫୪ ହଜାରରୁ ଅଧିକ ଚିହ୍ନଟ, ୬୯୦ ମୃତ୍ୟୁ

ନୂଆଦିଲ୍ଲୀ,୨୩।୧୦: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୫୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...

ପଶ୍ଚିମବଙ୍ଗ ନିର୍ବାଚନ: ୩୦ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୨ ।୩: ପଶ୍ଚିମବଙ୍ଗ ନିର୍ବାଚନର ହଟ୍ ସିଟ୍ ନନ୍ଦିଗ୍ରାମ ପାଇଁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭଜପା)ର ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୁଇ...

ଗିରଫ ହେଲେ ଆଇଏସ୍‌ଆଇ ଏଜେଣ୍ଟ

ବାରାଣସୀ,୨୦।୧: ଉତ୍ତରପ୍ରଦେଶର ଆଣ୍ଟି ଟେରର ସ୍କ୍ବାଡ(ଏଟିଏସ୍‌)ସେନା ଇଣ୍ଟଲିଜେନ୍ସର ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଆସନ ବାରାଣସୀରୁ ଜଣେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ସୋମବାର ଗିରଫ କରିଛି।...

ସଞ୍ଜୟଙ୍କ ଲେଖାକୁ ନେଇ ଉଠିଲା ବିବାଦ

ମୁମ୍ବାଇ,୨୭ ।୧୨: ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସମାନା’ରେ ଏକ ବିଶେଷ କଲମ ଲେଖିଛନ୍ତି । ସେ ଲେଖିଛନ୍ତି ଆମ ପ୍ରଧାନମନ୍ତ୍ରୀ...

କୌଣସି ଟିଭି ବିତର୍କରେ ଭାଗ ନେବେନି ବିଏସ୍‌ପି ମୁଖପାତ୍ର

ଲକ୍ଷ୍ନୌ,୧୨।୩: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତୀ ଗଣମାଧ୍ୟମ ଉପରେ ଜାତିଗତ ମନୋଭାବ ଆପଣାଉଥିବାର ଅଭିଯୋଗ କରିଛନ୍ତି। ଏଣୁ ବର୍ତ୍ତମାନଠାରୁ ତାଙ୍କ...

କର୍ନାଟକରେ ବଡ ବିସ୍ଫୋରଣ, ୮ ଜୀବନ ଗଲା

ବେଙ୍ଗାଲୁରୁ,୨୨।୧: କର୍ନାଟକର ଶିବାମୋଗା ଜିଲାରେ ଗୁରୁବାର ରାତିରେ ଏକ ବିସ୍ଫୋରକ ବୋଝେଇ ଟ୍ରକ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ...

ବାଣ କାରଖାନାରେ ବିସ୍ଫୋରଣ; ୪ ମୃତ

ଲକ୍ଷ୍ନୌ,୧।୧୦ : ଉତ୍ତରପ୍ରଦେଶର ଶାମଲି ଜିଲାରେ ବେଆଇନ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ...

Advertisement
Archives

Model This Week