Posted inଜାତୀୟ

୨୦୨୦ର ପୂରା ଯୋଜନା ବିଷୟରେ କହିଲେ ଇସ୍ରୋ ମୁଖ୍ୟ: ଥୁଥୁକୋଡିରେ ହେବ ସ୍ପେସ୍‌ ପୋର୍ଟ

ନୂଆଦିଲ୍ଲୀ,୧।୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ. ଶିବନ୍‌ ନୂଆବର୍ଷରେ ଦେଶବାସୀଙ୍କ ଆଗରେ ଚଳିତବର୍ଷର ଲକ୍ଷ୍ୟ ଏବଂ ଯୋଜନା ଉପସ୍ଥାନ କରିଛନ୍ତି। ଦେଶର ଦ୍ୱିତୀୟ ସ୍ପେସ୍‌ ପୋର୍ଟ ବିଷୟରେ ସୂଚନା ଦେଇ ଶିବନ୍‌ କହିଛନ୍ତି, ଏହା ତାମିଲନାଡୁର ଥୁଥୁକୋଡିରେ ନିର୍ମାଣ ହେବ। ଏଥିପାଇଁ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ୨୦୨୦ରେ ଗଗନଯାନ ଏବଂ ଚନ୍ଦ୍ରୟାନ-୩ ମିଶନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ମହାକାଶ ବିଜ୍ଞାନ ଜରିଆରେ ଦେଶର ବିହୁବିଧ ଆବଶ୍ୟକତା ପୂରଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଶିବନ୍‌ କହିଛନ୍ତି। ଉଭୟ ପ୍ରକଳ୍ପ ପାଇଁ ଅନେକ ପ୍ରସ୍ତୁତି ଗତବର୍ଷରୁ କରାଯାଇଛି। ଗଗନଯାନ ମିଶନ ପାଇଁ ୪ ମହାକାଶଚାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କୁ ରୁଷରେ ଟ୍ରେନିଂ ଦିଆଯିବ। ଅପରପକ୍ଷେ ଆଉ ଏକ ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିଯାଇଛି। ଚନ୍ଦ୍ରୟାନ-୩ ପ୍ରୋଜେକ୍ଟକୁ ସରକାରୀ ମଞ୍ଜୁରୀ ମିଳିସାରିଥିବା ବେଳେ ଏହା ଉପରେ କାର୍ଯ୍ୟାରମ୍ଭ ହୋଇଛି। ଚନ୍ଦ୍ରୟାନ-୩ ମଧ୍ୟ ଚନ୍ଦ୍ରୟାନ-୨ ଭଳି ହେବ। ଏଥିରେ ଲ୍ୟାଣ୍ଡର ଓ ରୋବର ରହିବ ବୋଲି ଶିବନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ମୋବାଇଲକୁ ଆସିଲା ବରଙ୍କ ଆଶ୍ଚର୍ଯ୍ୟକର ମେସେଜ୍‌; ପାଦତଳୁ ଖସିଗଲା ମାଟି

ଲକ୍ଷ୍ନୌ,୩୦।୪: ବ୍ୟୁଟି ପାର୍ଲରରେ ଜଣେ କନ୍ୟା ସଜ ହେବାକୁ ଯାଇଥିବା ବେଳେ ଠିକ୍‌ ଏହି ସମୟରେ ବରଙ୍କର ଏକ ମେସେଜ ଆସିଥିଲା। ଯାହା ସମସ୍ତଙ୍କ ହୋସ୍‌...

ହୋଟେଲର ୬ ଲକ୍ଷ ବାକି ପୈଠ କରି ନାହାନ୍ତି ରାହୁଲ: ସିପିଆଇଏମ୍‌…

କୋଚି,୩୧।୫: କେରଳ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କୋଲ୍ଲମ୍‌ଠାରେ ଏକ ହୋଟେଲରେ ରହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ହୋଟେଲର ବାକି ଟଙ୍କା...

ଖୁଣ୍ଟିରେ ମୋଦିଙ୍କ ବିଧାନସଭା ନିର୍ବାଚନ ପ୍ରଚାର: ୨ ବର୍ଷ ତଳେ ଭାଜପା ସରକାର ୧୦ ହଜାର ଲୋକଙ୍କ ଉପରେ ଆଣିଥିଲେ ଦେଶଦ୍ରୋହ ଅଭିଯୋଗ

ରାଞ୍ଚି,୩।୧୨: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁଣ୍ଟିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି...

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଭେଟିଲେ ମଧୁର ଭଣ୍ଡାରକର

ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଉତ୍ତର ପ୍ରଦେଶରେ ସବୁଠାରୁ ବଡ ଓ ସୁନ୍ଦର ଫିଲ୍ମ ସିଟି ନିର୍ମାଣ ହେବା ଘୋଷଣା...

ଭୁଲ ତଥ୍ୟ ଦେଇ ବିବାଦରେ ତ୍ରୀନଗର ବିଧାୟକ: ଏଏପି କାଟିଲା ପ୍ରାର୍ଥୀ ଟିକେଟ

ନୂଆଦିଲ୍ଲୀ,୨୧।୧: ପୂର୍ବତନ ମନ୍ତ୍ରୀ ତଥା ଦିଲ୍ଲୀ ତ୍ରୀନଗରରୁ ବିଧାୟକ ଜିତେନ୍ଦ୍ର ସିଂହ ତୋମାରଙ୍କ ଟିକେଟକୁ ଆମ ଆଦମୀ ପାର୍ଟି (ଏଏପି) କାଟିଦେଇଛି। ଜିତେନ୍ଦ୍ରଙ୍କ ଟିକେଟ କାଟି...

ଦିଲ୍ଲୀରେ ଟିକାକରଣ ବନ୍ଦ

ନୂଆଦିଲ୍ଲୀ, ୨୩।୫: ଦିଲ୍ଲୀରେ ଭାକ୍ସିନ ଅଭାବରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀମାନଙ୍କ ନିମନ୍ତେ ଟିକାକରଣ କାର୍ଯ୍ୟକ୍ରମକୁ ଶନିବାରଠାରୁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ...

ରାଜ୍ୟକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୬: ମହାମାରୀ ସମୟରେ ଜେଲରେ ଭିଡ଼ କମାଇବା ପାଇଁ କେତେଜଣ କଏଦୀଙ୍କୁ ଜାମିନ ଦିଆଯାଇଛି ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବିସ୍ତୃତ...

ଭାକ୍ସିନ୍‌ ନେଲେ ୨ ବର୍ଷ ମଧ୍ୟରେ ହେବ ମୃତ୍ୟୁ: ଭାଇରାଲ ଟୁଇଟ୍‌ ସତ କି ମିଛ, ପିଆଇବି ଦେଲା ସୂଚନା…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...

Advertisement


Archives

Model This Week