୨୦୨୦ରେ ସବୁ ସମାସ୍ୟାର ସମାଧାନ:ସାହାରା ମୁଖ୍ୟ

ନୂଆଦିଲ୍ଲୀ,୧୩-୨: ୨୦୨୦ରେ ସବୁ ସମସ୍ୟାର ସମାଧାନ ହୋଇଯିବା ନେଇ ଆଶାବାଦୀ ରହିଥିବା ସାହାରା ମୁଖ୍ୟ ସୁବ୍ରତ ରୟ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨ ବୃହତ୍‌ ବିଦେଶୀ ନିବେଶକ ସାହାରର ରିୟଲ ଇଷ୍ଟେଟ ଏବଂ ସହର ବିକାଶ ପ୍ରକଳ୍ପରେ ନିବେଶ ନେଇ ଇଛୁକ ଅଛନ୍ତି। ଏହାବାଦ ନିୟାମକ ସେବି ଆକାଉଣ୍ଟରେ ଜମା କରାଯାଇଥିବା ପ୍ରାୟ ୨୨ ହଜାର କୋଟି ଧୀରେ ଧୀରେ ମଧ୍ୟ ଫେରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସାହାରା ଗ୍ରୁପର ୪୨ତମ ପ୍ରତିଷ୍ଠା ଦିବସରେ ନିବେଶକଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ, ଗ୍ରୁପ ଲୋକଙ୍କ ଅର୍ଥକୁ ଠିକ୍‌ ସମୟରେ ଫେରାଇବା ନେଇ କାର୍ଯ୍ୟ କରି ଆସିଛି। ମାତ୍ର କେତେକ ଅନାଗ୍ରହ ଅସୁବିଧା ସ୍ଥିତି ଯୋଗୁ ଗତ ୭ ବର୍ଷ ହେବ ଲୋକଙ୍କୁ ପେମେଣ୍ଟ ଦେବାରେ ସମସ୍ୟା ଉପୁଜୁଛି। ସେବି-ସାହାରା ବିବାଦକୁ ନେଇ ସେ କହିଛନ୍ତି, ୨ ସହଯୋଗୀ କମ୍ପାନୀର ସମ୍ପତ୍ତି ବନ୍ଧକ ରଖି ଅର୍ଥ ସେବି-ସାହାରା ଆକାଉଣ୍ଟରେ ଜମା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହା ହୋଇଥିଲା। ମାତ୍ର ୨ ବୃହତ୍ତ ବିଦେଶୀ ନିବେଶକ ସାହାରା ପ୍ରକଳ୍ପରେ ନିବେଶ କରିବାକୁ ଆଗଭର ହୋଇଥିବାରୁ ସମସ୍ୟା ସମାଧାନ ହୋଇଯିବା ନେଇ ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri