୨୦୧୯ ଅଟୋ ଶିଳ୍ପ ଲାଗି ୨ ଦଶନ୍ଧିରେ ସବୁଠାରୁ ଖରାପ

ନୂଆଦିଲ୍ଲୀ,୧୧-୧: ୨୦୧୯ ବର୍ଷ ଦେଶର ଅଟୋ ଉଦ୍ୟୋଗ ଲାଗି ସବୁଠାରୁ ଖରାପ ବର୍ଷ। ଏହି ସମୟରେ ମାନ୍ଦାବସ୍ଥାଯୋଗୁ ଅଟୋମୋବାଇଲ କମ୍ପାନୀଗୁଡିକ ଅଧିକ ହାରରେ କ୍ଷତି ସହିଥିବା ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକଚରର୍ସ(ଏସ୍‌ଆଇଏଏମ୍‌) ପକ୍ଷରୁ ସୂଚନା ରହିଛି। ଶୁକ୍ରବାର ସଂଘ ପକ୍ଷରୁ ଜାରି କରାଯାଇଥିବା ଡାଟା ମୁତାବକ ସବୁ ସେଗମେଣ୍ଟରେ ଯାନ ବିକ୍ରି ଅଭିବୃଦ୍ଧି ନକରାତ୍ମକ ରହିଛି। ଗ୍ରାହକଙ୍କ କ୍ରୟ ମନୋଭାବ, ଗ୍ରାମାଞ୍ଚଳରେ ମାନ୍ଦାବସ୍ଥା ସହ ଆର୍ଥତ୍କ ମାନ୍ଦାବସ୍ଥା ଭଳି କାରଣ ଅଟୋମୋବାଇଲ ଶିଳ୍ପ ଲାଗି ନକରାତ୍ମକ ପ୍ରଭାବ ପକାଇଥିବା କୁହାଯାଇଛି। ସାରା ବର୍ଷ ବିଭିନ୍ନ ବର୍ଗରେ ଯାନର ମୋଟ ହୋଲସେଲ ବିକ୍ରି ୧୩.୭୭% ଖସିଥିବା ଜଣାପଡିଛି। ଡିସେମ୍ବରରେ କାର ବିକ୍ରି ୮.୪% ହ୍ରାସ ଘଟିଛି। ଏହି ସମୟରେ ଘରୋଇ ବଜାରରେ ଯାତ୍ରୀବାହି ଯାନବିକ୍ରି ୧.୨୪% ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚରେ ୧.୬ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୪: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି। ଏହା ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ...

୭ ବର୍ଷର ରେକର୍ଡ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୦-୧: ଗୁରୁବାର ସୁନା ଦର ୭ ବର୍ଷର ରେକର୍ଡ ସ୍ତର ଛୁଇଁଛି। ଆମେରିକା-ଇରାନ ବିବାଦ ଯୋଗୁ ବିଶ୍ୱ ସ୍ତରରେ ସୁନା ଦର ୨% ବୃଦ୍ଧି ଘଟି...

ଆଇପିଓ ଜରିଆରେ ୬୨୫ କୋଟି ହାସଲ ଲକ୍ଷ୍ୟ

ନୂଆଦିଲ୍ଲୀ,୧୬ା୫: ଫିନ୍‌କେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଇନିସିଆଲ୍‌ ପବ୍ଲିକ୍‌ ଅଫରିଂ (ଆଇପିଓ) ଅଣାଯିବ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତୀୟ ପ୍ରତିଭୂତି ଓ ବିନିମୟ...

ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ, ୨-୧୨: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ୩ ମାସ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ହ୍ରାସ ହେବା ପରେ ନଭେମ୍ବରରେ ୬%...

୫-ଜି ସ୍ପେକ୍ଟ୍ରମ୍‌ ନିଲାମ ନେଇ କାର୍ଯ୍ୟ ଆରମ୍ଭ, ଚଳିତ ବର୍ଷ ମିଳିପାରେ ସେବା…

ନୂଆଦିଲ୍ଲୀ, ୩୦।୫ : ଦେଶରେ ୫-ଜି ସ୍ପେକ୍ଟ୍ରମର ନିଲାମ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହାର ସେବା ଚଳିତ ବର୍ଷ ଆରମ୍ଭ ହୋଇପାରିବାର ଆଶା ରହିଛି।...

ଯାତ୍ରୀ ସେବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୫।୪: ଓଡ଼ିଶା ପ୍ରଦେଶରେ ଭାରତୀୟ ରେଲଓ୍ବେର ବିଭିନ୍ନ ପ୍ରକଳ୍ପ ଓ ବିକାଶମୂଳ କାର୍ଯ୍ୟ ଜାରି ରହିଛି। ଏପରିକି ଉକ୍ତ କାର୍ଯ୍ୟର ଅଗ୍ରଗତି ଓ ଆବଶ୍ୟକ ପଦକ୍ଷେପ...

ପୁଞ୍ଜି ବଜାରର ପ୍ରତିକ୍ରିୟା ଆଶ୍ଚର୍ଯ୍ୟ କରିଛି: ରାଜୀବ କୁମାର

ମୁମ୍ବାଇ,୩-୨: ବଜେଟକୁ ପୁଞ୍ଜି ବଜାରର ପ୍ରତିକ୍ରିୟା ନେଇ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବଜେଟ...

ବିମୁଦ୍ରୀକରଣ ଯୋଗୁ ଆସିଛି ମାନ୍ଦାବସ୍ଥା: ଆର୍‌ବିଆଇ

ନୂଆଦିଲ୍ଲୀ, ୮-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ବିମୁଦ୍ରୀକରଣ ଯୋଗୁ ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡିଛି। କେନ୍ଦ୍ର ସରକାରଙ୍କ...

Advertisement
Archives

Model This Week