୨୦୧୮-୧୯ରେ ୧୧୭ ଜଗୁଆଳୀ ବିହୀନ ଫାଟକ ବନ୍ଦ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୭-୬: ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଲେଭଲ କ୍ରସିଂ ସଚେତନତା ଦିବସ ପାଳିତ ହୋଇଯାଇଛି। ରାସ୍ତା ପଥଚାରୀଙ୍କୁ ପ୍ରଶିକ୍ଷିତ କରିବାକୁ ରେଳପଥ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବୈଦ୍ୟୁତିକ ଏବଂ ପ୍ରିଣ୍ଟ ଗଣମାଧ୍ୟମରେ ପ୍ରଚାର ପ୍ରସାର, ଲେଭଲ କ୍ରସିଂଗୁଡିକ ନିକଟରେ ପୋଷ୍ଟର, ବ୍ୟାନର,ପ୍ରଚାରପତ୍ର ବଣ୍ଟନ ଏବଂ ପଥପ୍ରାନ୍ତ ନାଟକ ଆଦି ଅନ୍ତର୍ଭୁକ୍ତ ରହିଛି। ରେଳପଥ ପକ୍ଷରୁ ଗୋପାଳପୁର ବାଲିକୁଦ ରେଳଫାଟକ ନିକଟରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ନିରାପତ୍ତା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଉଦ୍‌ଘାଟନ କରିଥିଲେ। ଲେଭଲ କ୍ରସିଂ ପାର ହେବା ବେଳେ ସଚେତନ ରହିବା ଉପରେ ସେ ମତ ରଖିଥିଲେ। ରେଲଓ୍ବେ ପକ୍ଷରୁ ଗତ ଆର୍ଥତ୍କ ବର୍ଷରେ ୮ ଗୋଟି ରୋଡ ଓଭରବ୍ରିଜ ଏବଂ ୪୬ ଗୋଟି ଭୂତଳ ଉପମାର୍ଗ ନିର୍ମାଣ କରାଯାଇଛି। ଖୋର୍ଦ୍ଧାରୋଡ ରେଳମଣ୍ଡଳ ତାର ସମସ୍ତ ଜଗୁଆଳି ବିହୀନ ରେଳଫାଟକକୁ ବନ୍ଦ କରିଛି। ଗତ ବର୍ଷ ୧୧୭ ଗୋଟି ଜଗୁଆଳି ବିହୀନ ରେଳଫାଟକ ବନ୍ଦ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଟ୍‌ ଦେଖିବା ପାଇଁ ଡ୍ରାଇଭିଂ ବେଳେ ବ୍ୟବହାର ହୋଇପାରିବ ଫୋନ

ନୂଆଦିଲ୍ଲୀ: ଡ୍ରାଇଭିଂ ବେଳେ ମୋବାଇଲ କିମ୍ବା ଅନ୍ୟ ହ୍ୟାଣ୍ଡ ହୋଲ୍ଡ ଡିଭାଇସର ବ୍ୟବହାର କରାଯାଇ ପାରିବ। ଏହା କେବଳ ରୁଟ୍‌ ଦେଖବା ପାଇଁ ବ୍ୟବହାର କରାଯାଇ...

ମୋରାଟୋରିୟମ ସୁବିଧା ଦେଲା ବଜାଜ ଫାଇନାନ୍ସ

ଭୁବନେଶ୍ୱର,୨୪।୪: ବଜାଜ ଫାଇନାନ୍ସ ପକ୍ଷରୁ ଏହାର ଗ୍ରାହକଙ୍କ ଲାଗି କୋଭିଡ୍‌-୧୯ ମୋରାଟୋରିୟମ ସୁବିଧା ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଭଲ ଟ୍ରାକ୍‌ ରେକର୍ଡ ଥିବା ଗ୍ରାହକଙ୍କୁ...

୫୭% ଯାନର ଇନସ୍ୟୁରାନ୍ସ ନାହିଁ

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଚାଲୁଥିବା ପ୍ରାୟ ୫୭% ଯାନର ଇନସ୍ୟୁରାନ୍ସ ନାହିଁ। ଗତ ବର୍ଷ ଏହା ୫୪% ସ୍ତରରେ ରହିଥିବା ବେଳେ ଚଳିତ ବର୍ଷ ଏଥିରେ...

୪.୨%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୩-୧୧: ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୨%କୁ ହ୍ରାସ ଘଟିପାରେ। ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ହ୍ରାସ, ଏୟାର ଟ୍ରାଫିକ ମନ୍ଥରତା,...

ବିଶ୍ୱ ବଜାରରେ ପହଞ୍ଚିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୫-୯:ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିଦେଶୀ ବଜାରରେ ଏବେ ସହଜରେ ପହଞ୍ଚିବ। କ୍ଷୁଦ୍ର ଶିଳ୍ପକୁ ଏହି ସୁବିଧା ପ୍ରଦାନ ଲକ୍ଷ୍ୟରେ...

ଇଣ୍ଡିଆନ ବ୍ୟାଙ୍କରୁ ଠକେଇ କରିଛି ଆଇଏଫ୍‌ଆଇଏନ୍‌

ଚେନ୍ନାଇ: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ବ୍ୟାଙ୍କ ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌(ଆଇଏଫ୍‌ଆଇଏନ୍‌) ଆକାଉଣ୍ଟରୁ ଠକେଇ ନେଇ ଘୋଷଣା କରିଛି। ଏହି କମ୍ପାନୀର ଆକାଉଣ୍ଟ ବର୍ତ୍ତମାନ...

ଆର୍‌ଟିଜିଏସ୍‌,ଏନ୍‌ଇଏଫ୍‌ଟିରେ ଲାଗିବନି ଚାର୍ଜ:ଗ୍ରାହକଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୭-୬: ରିଜଭର୍ର୍ ବ୍ୟାଙ୍କ ଅନ୍‌ଲାଇନରେ ଟ୍ରାଞ୍ଜାକଶନ୍‌ କରୁଥିବା ଗ୍ରାହକଙ୍କୁ ଆଶ୍ୱସ୍ତ କରି ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଉପରେ ଲାଗୁଥିବା ଶୁଳ୍କ ବା ଚାର୍ଜକୁ ପ୍ରତ୍ୟାହାର କରିନେଇଛି।...

ବ୍ରିଜ ପ୍ୟାକ ରଣନୀତି ଆପଣାଇବେ କମ୍ପାନୀ

ନୂଆଦିଲ୍ଲୀ, ୯।୫: ହିନ୍ଦୁସ୍ଥାନ ୟୁନି ଲିଭର ଲିଃ (ଏଚୟୁଏଲ)ର ତ୍ରୈମାସିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆଗାମୀ...

Advertisement
Archives

Model This Week