୨୦୧୭ରେ ଓଡ଼ିଶାକୁ ହସ୍ତଶିଳ୍ପ କ୍ଷେତ୍ରରେ ସର୍ବାଧିକ ପୁରସ୍କାର

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ୨୦୧୭ ମସିହା ପାଇଁ ଓଡ଼ିଶାର ୫ ହସ୍ତଶିଳ୍ପୀ ରାଷ୍ଟ୍ରୀୟ ପୁରସ୍କାର ଓ ୩ ଜଣ ରାଷ୍ଟ୍ରୀୟ ମେରିଟ୍‌ ସାର୍ଟିଫିକେଟ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗୋଟିଏ ବର୍ଷରେ ଓଡ଼ିଶାରୁ ୮ ଶିଳ୍ପୀ ଜାତୀୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେବା ବିଗତ ୨୫ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି। ଶୁକ୍ରବାର ଜନତା ମଇଦାନରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ଶିଳ୍ପୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ୧୯୬୭ରୁ ୨୦୧୭ ପର୍ଯ୍ୟନ୍ତ ଆମ ରାଜ୍ୟର ହସ୍ତଶିଳ୍ପୀମାନେ ସମୁଦାୟ ୧୬୫ଟି ଜାତୀୟ ହସ୍ତଶିଳ୍ପ ପୁରସ୍କାର ଓ ଜାତୀୟ ମେରିଟ୍‌ ସାର୍ଟିଫିକେଟ୍‌ ପାଇଛନ୍ତି। ଏହାଛଡ଼ା ଓଡ଼ିଶାରୁ ୧୧ ଶିଳ୍ପଗୁରୁ, ୩ ପଦ୍ମଶ୍ରୀ ଓ ଜଣେ ପଦ୍ମ ବିଭୂଷଣ ପାଇବାର କୃତିତ୍ୱ ହାସଲ କରିଛନ୍ତି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ୧୦୪ ଷ୍ଟଲ୍‌ ନିର୍ମାଣ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ ହସ୍ତଶିଳ୍ପ ମଧ୍ୟରୁ ପ୍ରାୟ ୨୮ ହସ୍ତଶିଳ୍ପକୁ ନେଇ ୨୩ ଜିଲାର କାରିଗରମାନେ ପ୍ରଦର୍ଶନୀରେ ଭାଗ ନେଇଛନ୍ତି। ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ, ବି. କେ. ଦାଶ, ବିଭାଗୀୟ ଅତିରିକ୍ତ ସଚିବ ବୃନ୍ଦାବନ ବେହେରା, ବିଭାଗୀୟ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

କଣ୍ଟ ସମୟ ପୂରିଲାଣି, ସରୁନି ପ୍ରକଳ୍ପ କାର୍ଯ୍ୟ: ୬୧ ଅଧାପନ୍ତରିଆ, ୧୫ ଆରମ୍ଭ ହୋଇନି

କାମାକ୍ଷାନଗର, ୧୨ା୧୧(ଡି.ଏନ.ଏ) – ଗ୍ରାମାଞ୍ଚଳର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଲାଗି ରାଜ୍ୟରେ ଆରମ୍ଭ ହୋଇଛି ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ। ରାଜ୍ୟ ସରକାର...

ସୀମା ବିବାଦ ନେଇ ବସିଲା ଗୃହ କମିଟି

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟରେ ଥିବା ସୀମା ବିବାଦ ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା...

ବୃଦ୍ଧି ପାଉଛି ବେଆଇନ ନିଶା କାରବାର: ପୁଣି ପାଟଣାଗଡ଼ ଅଞ୍ଚଳରୁ ୨ହଜାର ବୋତଲ କଫ୍‌ ସିରପ୍‌ ଜବତ

ପାଟଣାଗଡ଼, ୪।୧୨(ଡି.ଏନ.ଏ.): ଗତ ୨ ତାରିଖରେ ପାଟଣାଗଡ଼ ପୋଲିସ ୧୬ ହଜାର କଫ୍‌ ସିରପ୍‌ ଜବତ କରିଥିବା ବେଳେ ବୁଧବାର ପୁଣି ପାଟଣାଗଡ ଅବକାରୀ ବିଭାଗ...

ଲିଙ୍ଗିପୁର ଏଟିଏମ୍‌ରୁ ଲୁଟ ଘଟଣା: ୨ ବାଲାଂଦେଶୀ ଗିରଫ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଭୁବନେଶ୍ବର ଲିଙ୍ଗିପୁର ଏଟିଏମ୍‌ ଲୁଟ ଘଟଣାରେ ବାଲାଂଦେଶୀ ଲିଙ୍କ୍‌ ସାମ୍ନାକୁ ଆସିଛି। କମିଶନରେଟ ପୋଲିସର ସ୍ପୋଶଲ ସ୍କ୍ବାଡ୍‌ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ...

ଗିରଫ ହେଲେ ଆଶୀର୍ବାଦ

କଟକ ଅଫିସ,୧୯।୯: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର ସକାଳେ ସିବିଆଇ ଗିରଫ କରିଛି।ଭୋରରୁ କଟକ ସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିବା...

ପ୍ରେମିକଙ୍କ ସହ ହୋଟେଲ ଯାଇଥିଲେ ନାବାଳିକା, ମିଳିଲା ମୃତଦେହ

ବରଗଡ଼ ଅଫିସ,୯।୫: ବରଗଡ଼ ରେଳ ଷ୍ଟେଶନ ନିକଟ ବିଜୟ ନାମକ ଏକ ହୋଟେଲରେ ସୋମବାର ଜଣେ ନାବାଳିକା(୧୭)ଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ...

ଆଇସିୟୁ ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଦେଲେ ଭର୍ତ୍ତୃହରି

କଟକ ଅଫିସ, ୨୮ା୩: କଟକ ଏମ୍‌ପି ଭର୍ତ୍ତୃହରି ମହତାବ ରାଜ୍ୟରେ ‘କରୋନା’ ମୁକାବିଲା ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଟଙ୍କା ଏବଂ ୩ ମାସର ଦରମା...

Advertisement
Archives

Model This Week