୨୦୧୭ରୁ କେବିକେ ଯୋଜନା ବନ୍ଦ କରିଛି କେନ୍ଦ୍ର: ଏହି ଯୋଜନାରେ ରାଜ୍ୟ ସରକାର ପାଇଛନ୍ତି ୩୩୪୩. ୯୫ କୋଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ପାଇଁ କେନ୍ଦ୍ର ସରକାର ୧୯୯୮ରେ କେବିକେ ଯୋଜନା ଆରମ୍ଭ କରିଥିଲେ। ୨୦୧୭ରୁ ଏହି ଯୋଜନା ବନ୍ଦ ହୋଇଯାଇଛି। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କେବିକେର ୮ଟି ଜିଲାରେ ବିଜୁ କେବିକେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ରାଜ୍ୟ ସରକାର କେବିକେ ଯୋଜନାରେ କେନ୍ଦ୍ର ସରକାରଙ୍କଠାରୁ ୩୩୪୩.୯୫ କୋଟି ଟଙ୍କା ଅନୁଦାନ ପାଇଥିଲେ। ଏଥିରୁ ୩୨୮୯.୮୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅବଶିଷ୍ଟ ୫୪ କୋଟି ଟଙ୍କାର କାର୍ଯ୍ୟ ଚାଲିଛି। ଏହି ଅର୍ଥରେ ଉକ୍ତ ଅଞ୍ଚଳକୁ ବିଦ୍ୟୁତ୍‌ ଶକ୍ତି ବାବଦରେ ୬୦ କୋଟି, ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ବାବଦରେ ୨୫୫ କୋଟି, ଜଳ ସମ୍ପଦ ପାଇଁ ୧୦୫ କୋଟି ଟଙ୍କା ଦିଆଯାଇଛି। ଗୁରୁବାର ପ୍ରଶ୍ନୋତ୍ତର ବେଳେ ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ମୌଷଧୀ ବାଗ୍‌ ମୂଳପ୍ରଶ୍ନରେ ପଚାରିଥିଲେ ଯେ, ଗତ ୫ ବର୍ଷରେ କେନ୍ଦ୍ର ସରକାର କେବିକେ ଯୋଜନା ପାଇଁ ପଞ୍ଚାୟତିରାଜ ବିଭାଗକୁ ଦାବି ତୁଳନାରେ କେତେ ଅନୁଦାନ ଦେଇଛନ୍ତି। ମନ୍ତ୍ରୀ କହିଥିଲେ, କେବିକେ ଜିଲା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଯୋଜନାରେ ଗତ ୫ ବର୍ଷରେ ୭୫୦ କୋଟି ଟଙ୍କା ଅନୁଦାନ ପାଇବାକୁ ବାକି ରହିଛି। ୨୦୧୪-୧୫ରୁ ୨୦୧୬-୧୭ ମଧ୍ୟରେ ଏହି ଅର୍ଥ ମିଳିନାହିଁ। ୨୦୧୭-୧୮ରୁ କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ କରିଦେଇଛନ୍ତି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ କେବିକେ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିଲେ। କେଉଁ ଉଦ୍ଦେଶ୍ୟରେ ଏହାକୁ ବନ୍ଦ କରାଗଲା? ରାଜ୍ୟ ସରକାର ଭାଜପା ପରିଚାଳିତ ଏନ୍‌ଡିଏ ସରକାରଙ୍କୁ ଟ୍ରିପଲ ତଲାକ୍‌ଠାରୁ ଆରମ୍ଭକରି ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଛନ୍ତି। ଏପରିକି ତାଙ୍କୁ ରାଜ୍ୟ ସଭା ସଦସ୍ୟ ଉପହାର ଦେଇଛନ୍ତି। କେବିକେ ଅଞ୍ଚଳର ୮୦ ବ୍ଲକ୍‌ରେ ବିକାଶ କେମିତି ହେବ ସେ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କେବିକେ ଯୋଜନା ବାବଦରେ ରାଜ୍ୟ ସରକାର କେନ୍ଦ୍ରଠାରୁ କେତେ ଟଙ୍କା ପାଇଛନ୍ତି ଓ କେଉଁ କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯାଇଛି । କଂଗ୍ରେସ ସଭ୍ୟ ନରସିଂହ ମିଶ୍ର ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ଅବିଭକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର ଜିଲା ସମଗ୍ର ଦେଶରେ ପଛୁଆ। ବର୍ତ୍ତମାନର କେନ୍ଦ୍ର ସରକାର ବୃହତ୍‌ ଜଳସେଚନ, ସ୍କୁଲ, କଲେଜ, କୋଠା ଆଦି ତିଆରି କରିଛନ୍ତି କି? କେବିକେ ଯୋଜନା ପାଇଁ ଓଡ଼ିଶା ସରକାର ଯେଉଁ ଅର୍ଥ ଦେଉଛନ୍ତି ତାହା ରାଜନୈତିକ କର୍ମୀଙ୍କୁ ନ ଦେଇ ଟେଣ୍ଡର ଜରିଆରେ ଖର୍ଚ୍ଚ କରାଯାଉ ବୋଲି ସେ କହିଥିଲେ। ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର କେବିକେ ଜିଲାରେ ବିଜୁ କେବିକେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେହି ଅଞ୍ଚଳର ଶିକ୍ଷା, ଜଳସେଚନ ଓ ପିଇବା ପାଣି ପାଇଁ ଏହି ଯୋଜନାରେ ବ୍ୟୟ ବରାଦ ହେଉଛି। ଏହି ଜିଲାଗୁଡ଼ିକ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି। ସମସ୍ତ ପ୍ରକଳ୍ପ ୨ ଲକ୍ଷ ଟଙ୍କାରୁ କମ୍‌ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା’ମାନଙ୍କଠାରେ ନେତୃତ୍ୱର ଚମକ ରହିଛି’

ଭୁବନେଶ୍ୱର, ୯।୩ (ବ୍ୟୁରୋ): ମା’ ମାନେ ହେଉଛନ୍ତି ଜନ୍ମରୁ ନେତା। ଯିଏ ଘର ଓ ପିଲାଙ୍କ ଦାୟିତ୍ୱ ଠିକ୍‌ ଭାବେ ନେଇପାରୁଛି, ଦେଶ ଓ ସମାଜର...

ବରିଷ୍ଠ ଆଇଏଏସ୍‌ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ନୂତନ...

ମହାନଦୀ ସେତୁରୁ ଖସିପଡ଼ି ଶ୍ରମିକଙ୍କ ଜୀବନଗଲା

ପୁରୁଣାକଟକ,୫।୩: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଖରଶଙ୍କୁଲୋଇ ନିକଟ ମହାନଦୀରେ ନିର୍ମାଣାଧୀନ ସେତୁ ଉପରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ...

ଲକ୍‌ଡାଉନ୍‌ ସ୍ଥିତି: ତେଲେଙ୍ଗାନାରେ ଫସିଛନ୍ତି ୫୦ ଓଡ଼ିଆ ଶ୍ରମିକ

ବିନିକା,୨୬।୩(ଡି.ଏନ୍‌.ଏ.): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ହାଇଦ୍ରାବାଦ ତେଲେଙ୍ଗାନାରେ ସୁବର୍ଣ୍ଣପୁର ଜିଲା ବିନିକା...

ଭିଜିଲାନ୍ସ ଜାଲରେ ୧୪୪ ପୋଲିସ ଅଧିକାରୀ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଚ୍ଛ ଶାସନ ଉପରେ ଗୁରୁତ୍ୱ ଦେଉଥିବାବେଳେ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ନୀତିର ମୋହ ଛାଡ଼ୁନାହିଁ। ଗତ ୫ ବର୍ଷ (୨୦୧୪-୧୦୧୯)ମଧ୍ୟରେ ରାଜ୍ୟ...

ସଂରକ୍ଷଣ ତାଲିକାକୁ ନେଇ ୨୯୯ ଅଭିଯୋଗ

ବାରିପଦା ଅଫିସ,୨୦।୧୦: ମୟୂରଭଞ୍ଜ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାକୁ ନେଇ ମୋଟ ୨୯୯ଟି ଅଭିଯୋଗ ହୋଇଛି । ୫୬...

ଆଜି ଯୁକ୍ତ୨ କଳା, ଧନ୍ଦାମୂଳକ ପରୀକ୍ଷାଫଳ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇବ। ଏନେଇ ଶୁକ୍ରବାର ସିଏଚ୍‌ଏସଇ...

ଅସମ୍ଭାଳ ଶୀତ, ଥରୁଛି ବଲାଙ୍ଗୀର

ବଲାଙ୍ଗୀର ଅଫିସ, ୨୭ା୧୨: ବଲାଙ୍ଗୀରରେ ଶୀତର ପ୍ରକୋପ ଦେଖାଯାଉଛି। କିଛିଦିନ ହେଲା ପ୍ରବଳ ଶୀତ ଯୋଗୁଁ ସନ୍ଧ୍ୟା ୬ଟାରୁ ରାସ୍ତାଘାଟ ଶୂନଶାନ ହୋଇପଡୁଛି। ଲୋକେ ଅତି...

Advertisement


Archives

Model This Week