୨୦୦ ଟଙ୍କା ପାଇଁ କ୍ରିକେଟ ଖେଳୁଥିଲେ, ଏବେ ମିଳିଲା ଭାରତୀୟ ଦଳରେ ସ୍ଥାନ

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳରେ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ନବଦୀପ ସଇନି ଅନ୍ୟତମ। ୨୦୧୯ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ନବଦୀପ ଓ୍ବେଷ୍ଟଇଣ୍ଡିଜ୍‌ ଗ୍ରସ୍ତରେ ଉଭୟ ଏକଦିବସୀୟ ଏବଂ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଦିଲ୍ଲୀ ପକ୍ଷରୁ ରଣଜୀ ଖେଳୁଥିବା ନବଦୀପ ଦ୍ରୁତ ଗତିରେ ବୋଲିଂ ସାଙ୍ଗକୁ ସଠିକ୍‌ ଲାଇନ୍‌ରେ ବଲ୍‌ ପକାଇବା ଯୋଗୁ ତାଙ୍କୁ ଦଳରେ ଚୟନ କରାଯାଇଛି। ଆଇପିଏଲରେ ମଧ୍ୟ ସେ ତାଙ୍କ ପ୍ରତିଭା ଦେଖାଇସାରିନ୍ତି। ୨୦୧୭-୧୮ ରଣଜୀ ସିଜିନ୍‌ରେ ଦିଲ୍ଲୀକୁ ଫାଇନାଲ ପହଞ୍ଚାଇବାରେ ନବଦୀପଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ୮ଟି ମ୍ୟାଚରୁ ୩୪ ଓ୍ବିକେଟ ନେଇଥିଲେ। କ୍ରିକେଟ ସଫଳତା ପାଇବା ପାଇଁ ତାଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡିଥିଲା। ମାତ୍ର ୨୦୦ ଟଙ୍କା ପାଇଁ ସେ ଗଳି କ୍ରିକେଟ ଟୁର୍ନାମେଣ୍ଟରେ ଭାଗ ନେଉଥିଲେ। ୨୦୧୩ ପର୍ଯ୍ୟନ୍ତ ଲେଦର୍‌ ବଲରେ ନୁହେଁ, ଟେନିସ୍‌ ବଲରେ ସେ ବୋଲିଂ କରୁଥିଲେ। ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଏକ ଘରୋଇ କ୍ରିକେଟ ଲିଗ୍‌ରେ ନବଦୀପଙ୍କୁ ଭେଟିଥିଲେ। ତାଙ୍କ ପ୍ରତିଭାକୁ ଚିହ୍ନି ତାଙ୍କୁ ପ୍ରଥମେ ନେଟ୍‌ରେ ଅଭ୍ୟାସ ପାଇଁ ଡାକିଥିଲେ। ପରେ ତାଙ୍କୁ ଦୁଇହଳ ଜୋତା ଦେଇଥିଲେ। ପ୍ରତିଦିନ ସେ ଫିରୋଜ ଶାହ କୋଟଲାକୁ ଅଭ୍ୟାସ ପାଇଁ ଆସନ୍ତି। ଶେଷରେ ହରିୟାଣାର ହୋଇଥିଲେ ମଧ୍ୟ, ଦିଲ୍ଲୀ ପାଇଁ ରଣଜୀ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ରାନୀପୁର ଟେରିକଟ୍‌’ ଏବେ ଇତିହାସ

ଝାନ୍ସୀ: ‘କେବେ ଆମେ ବି ମାଲିକ ଥିଲୁ। ଆମ ପାଖରେ ଅନେକ ଲୋକ କାମ କରୁଥିଲେ। ହେଲେ ଭାଗ୍ୟ ଆମକୁ ମାଲିକରୁ ଶ୍ରମିକ କରିଦେଲା। ପେଟପାଟଣା...

ମିଚେଲ୍‌ ଚ୍ୟାଲେଞ୍ଜର ସାମ୍ନା କରିବ ଭାରତ

ଚେନ୍ନାଇ,୨୨ା୩(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ବୁଧବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଖେଳାଯିବ। ଘରୋଇ ପରିବେଶରେ ଖେଳୁଥିବା ଭାରତ ଏହି ମ୍ୟାଚ୍‌ ଜିତିବା...

ବୈଜ୍ଞାନିକଙ୍କ ବଡ଼ ଚେତାବନୀ: ଏହିବର୍ଷ ଆସିବ ମହାପ୍ରଳୟ, ପୃଥିବୀରେ ଘଟିବ ଏସବୁ ଅଘଟଣ

ପୃଥିବୀରେ ମହାପ୍ରଳୟ ହେବ ବୋଲି ଅନେକ ଖବର ଆସିଥାଏ। ଏବେ ପୁଣି ଥରେ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ମହାପ୍ରଳୟ ବିଷୟରେ ଚେତାବନୀ ଦେଇଛନ୍ତି। ବୈଜ୍ଞାନିକମାନେ...

୨୦ ବର୍ଷୀୟ ଏହି ଭାରତୀୟ କ୍ରିକେଟରଙ୍କ ସରିଲା ନିର୍ବନ୍ଧ

ଏବେ ଚାଲିଛି ବିବାହ ଋତୁ। କ୍ରିକେଟରଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ଅଭିନେତ୍ରୀ ଅଭିନେତାମାନଙ୍କୁ ମଧ୍ୟ ଏହି ସିଜିନ୍‌ରେ ବିବାହ କରୁଥିବାର ଦେଖାଯାଇଛି। ଏହି କ୍ରମରେ ସାମିଲ...

ଭାରତୀୟ ଦଳ ପାଇଁ ଆସିଲା ଖୁସି ଖବର

କଲମ୍ବୋ,୨୮।୭: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ଦଳକୁ ଏକ ଖୁସି ଖବର ମିଳିଛି। ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ହେବା ପରେ ତାଙ୍କ...

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ମ୍ୟାଚ୍‌

ମୋହାଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯିବ। ଆଇଏସ୍‌ ବିନ୍ଦ୍ରା ପଞ୍ଜାବ କ୍ରିକେଟ ଆସୋସିଏଶନ...

ଲଗାତାର ପରାଜୟ ପରେ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସିଲା ପାକିସ୍ତାନ, ଦ୍ୱିତୀୟ ସ୍ଥାନରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୫।୯: ଏସିଆ କପ୍‌ରେ ଖରାପ ପ୍ରଦର୍ଶନକୁ ନେଇ ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି ପାକିସ୍ତାନ। ଲଗାତାର ୨ ମ୍ୟାଚ୍‌ ହାରିବା ପରେ ଦଳ ଟୁର୍ନାମେଣ୍ଟ ସହ...

ଶିଶୁର ତାଳୁରେ ଛିଦ୍ର ଦେଖି ହସ୍ପିଟାଲ ନେଲେ ମା’, ସତକଥା ଜଣାପଡ଼ିବା ପରେ ନିଜେ ଲାଜେଇ ଗଲେ

ଲଣ୍ଡନ,୧୫।୫: ଜଣେ ମା’ ତା ପିଲା ପ୍ରତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମଗ୍ର ଦୁନିଆ ଜାଣିଛି। ପିଲା ପ୍ରତି ସାମାନ୍ୟ କ୍ଷତି ପହଞ୍ଚିଲେ ସତେ ଯେମିତି...

Advertisement
Archives

Model This Week