୨୦ରେ ହାଲଓ୍ବା ସେରିମନି

ନୂଆଦିଲ୍ଲୀ,୧୯-୧: ଚଳିତ ମାସ ୨୦ ତାରିଖରେ ହାଲଓ୍ବା ସେରିମନି ଅନୁଷ୍ଠିତ ହେବ। ପ୍ରଥା ଅନୁସାରେ ଏହି ଦିନ ବଜେଟ ଦସ୍ତାବିଜ ପ୍ରିଣ୍ଟ ଆରମ୍ଭ ହୋଇଥାଏ। ଫେବୃୟାରୀ ପହିଲାରୁ ସାଧାରଣ ବଜେଟ ଆସିବାକୁ ଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦ରେ ହାଲଓ୍ବା ସେରିମନିକୁ ଆରମ୍ଭ କରିବେ। ନର୍ଥ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀଙ୍କ ସହ ବଜେଟ ପ୍ରକ୍ରିୟାରେ ସାମିଲ ଟିମ୍‌ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ। ସାଧାରଣ ବଜେଟ ଆସିବାର କିଛି ଦିନ ଆଗରୁ ଏହି ସେରିମନି ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଏକ ବଡ ପାତ୍ରରେ ହାଲଓ୍ବା ପ୍ରସ୍ତୁତ କରାଯିବା ସହ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଏହା ଖାଇବା ଲାଗି ପ୍ରଦାନ କରାଯାଇଥାଏ। ଏହି ଉତ୍ସବ ଶେଷ ହେଲା ପରେ ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ରହିଥିବା ଅଧିକାରୀମାନେ ପ୍ରାୟ ୧୦ ଦିନ ଲାଗି ନର୍ଥ ବ୍ଲକର ବେସ୍‌ମେଣ୍ଟକୁ ଯାଇଥାନ୍ତି। ସଂସଦରେ ବଜେଟ ଉପସ୍ଥାପନ ହେବା ପରେ ସେମାନେ ବାହାରକୁ ଆସିଥାନ୍ତି। ବାର୍ଷିକ ସାଧାରଣ ବଜେଟ ସଂକ୍ରାନ୍ତ କୌଣସି କଥା ଯେଭଳି ବାହାରେ ପ୍ରଘଟ ନ ହୁଏ ତାକୁ ନଜରରେ ରଖି ଏଭଳି ନିୟମ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରାଲୋନ୍‌ ଆକାଉଣ୍ଟରେ ୨୩୧୩ ଠକେଇ

ନୂଆଦିଲ୍ଲୀ, ୨-୭ – ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆକାଉଣ୍ଟରେ ୨୩୧୩ ଠକେଇ ସାମ୍ନାକୁ ଆସିଛି। ୨୦୧୬-୧୭ ଆର୍ଥିକ ବର୍ଷ ପରଠାରୁ ଏହି ମାମଲାଗୁଡିକ ସାମ୍ନାକୁ...

୨୦୧୯ ଅଟୋ ଶିଳ୍ପ ଲାଗି ୨ ଦଶନ୍ଧିରେ ସବୁଠାରୁ ଖରାପ

ନୂଆଦିଲ୍ଲୀ,୧୧-୧: ୨୦୧୯ ବର୍ଷ ଦେଶର ଅଟୋ ଉଦ୍ୟୋଗ ଲାଗି ସବୁଠାରୁ ଖରାପ ବର୍ଷ। ଏହି ସମୟରେ ମାନ୍ଦାବସ୍ଥାଯୋଗୁ ଅଟୋମୋବାଇଲ କମ୍ପାନୀଗୁଡିକ ଅଧିକ ହାରରେ କ୍ଷତି ସହିଥିବା...

ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ରିଫଣ୍ଡ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭-୫: ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ପ୍ରକ୍ରିୟାକୁ ସରଳ କରିବା ତଥା ଏଥିରେ ଗତିଶୀଳତା ଆଣିବା ଲକ୍ଷ୍ୟରେ ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ଯାଉଛି। ଏହା ଅଧୀନରେ...

ରିଲାଏନ୍ସ ରିଟେଲ ଅଂଶଧନ ବିକିପାରନ୍ତି ମୁକେଶ

ନୂଆଦିଲ୍ଲୀ,୧।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଂଶ ବିଶେଷ ରିଲାଏନ୍ସ ରିଟେଲରୁ ଅଂଶଧନ ବିକ୍ରି ହୋଇପାରେ। କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏ ନେଇ ବିଚାର କରୁଥିବା ଏକ...

ଭାରତରେ ୭୫ ହଜାର କୋଟି ନିବେଶ କରିବ ଗୁଗଲ

ନୂଆଦିଲ୍ଲୀ,୧୪।୭: ସର୍ଚ୍ଚ ଇଞ୍ଜିନ ଗୁଗଲ ଆଗାମୀ ୫ରୁ ୭ ବର୍ଷରେ ଭାରତ ବଜାରରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଚ୍ୟାଲେଞ୍ଜ ସତ୍ତ୍ୱେ ଆଗକୁ ବଢ଼ିବାକୁ ହେବ

ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୀବନଯାତ୍ରା ସ୍ବାଭାବିକ ହେଉଛି। ବିଭିନ୍ନ ବର୍ଗରେ ଶୋ’ରୁମ୍‌ ଏବେ ଖୋଲିବା ଆରମ୍ଭ ହୋଇଛି। ଶୋ’ରୁମ୍‌ଗୁଡ଼ିକରେ ସରକାରଙ୍କ...

ରେନୋ ଇଣ୍ଡିଆର ନୂଆ ଡଷ୍ଟର ବଜାରରେ

ନୂଆଦିଲ୍ଲୀ,୧୦-୭: ରେନୋ ଇଣ୍ଡିଆ ପକ୍ଷରୁ ନୂଆ ଡଷ୍ଟର ମଡେଲର ବଜାର ପ୍ରବେଶ ହୋଇଛି। ଏଥିରେ ୨୫ ନୂଆ ଫିଚର ଏବଂ ଟେକ୍ନୋଲୋଜି ରହିଛି। ମଡେଲଟିରେ ଆକର୍ଷଣୀୟ...

୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାର୍ଲେଜି

ନୂଆଦିଲ୍ଲୀ,୧୦।୬: ପ୍ରମୁଖ ବିସ୍କୁଟ କମ୍ପାନୀ ପାର୍ଲେଜି ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଗତ ବର୍ଷ କମ୍ପାନୀ ଚାପରେ ରହିଥିବା କହିଥିଲା। ଫଳରେ...

Coronavirus Update


Archives

Model This Week

Why Dharitri