୨୦ରୁ ‘କୃଷି ଓଡ଼ିଶା-୨୦୨୦’

ଭୁବନେଶ୍ୱର, ୧୮ା୧(ବ୍ୟୁରୋ): ରାଜ୍ୟର କୃଷକମାନଙ୍କୁ କୃଷିକ୍ଷେତ୍ରରେ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’। ଭୁବନେଶ୍ୱର ଜନତା ମଇଦାନରେ ହେବାକୁ ଥିବା ଏହି ମହୋତ୍ସବ ୫ ଦିନ ଧରି ଚାଲିବ। କୃଷିର ଗୁରୁତ୍ୱ ଏବଂ କୃଷକଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସହିତ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଚଳିତବର୍ଷ ୨୨୮ ଷ୍ଟଲ ନିର୍ମାଣ କରାଯାଇଛି। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରାୟ ୧୧୨ କମ୍ପାନୀ ଯୋଗଦେବେ। ଦେଶ, ବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହ ଓଡ଼ିଶାର ଚାଷୀଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି। ପ୍ରତ୍ୟହ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆଲୋଚନାଚକ୍ରର ଆୟୋଜନ କରାଯିବ। ଏଥିରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ବିଶିଷ୍ଟ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଯୋଗଦେବେ। ମୁଖ୍ୟତଃ ଜଳବାୟୁ ଆଧାରିତ କୃଷି ଜ୍ଞାନକୌଶଳ, ଜଳସମ୍ପଦର ସୁବିନିଯୋଗ, ବିଭିନ୍ନ କୃଷି ସମସ୍ୟାର ସ୍ଥାୟୀ ସମାଧାନ, ମୂଲ୍ୟଯୁକ୍ତ ଉତ୍ପାଦ ପାଇଁ ବଜାର ସଂଯୋଗ, କୃଷି ଉଦ୍ୟୋଗୀମାନଙ୍କ ପାଇଁ ମୂଲ୍ୟ ଶୃଙ୍ଖଳ ପରିଚାଳନା, ଫସଲ ଅମଳ ପରବର୍ତ୍ତୀ ଯତ୍ନ ଓ ପରିଚାଳନା, କୃଷି କ୍ଷେତ୍ରରେ ବୀମାଭିତ୍ତିକ ଆପଦକାଳୀନ ସ୍ଥିତି ପରିଚାଳନା, ଲାଭପ୍ରଦ କୃଷି ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯିବ।
ଚଳିତବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ଜାତୀୟ ବ୍ୟାଙ୍କ, ପଞ୍ଚାୟତିରାଜ ଜନପ୍ରତିନିଧି ଏବଂ ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ ଦିବସ, ୨୨ ତାରିଖକୁ ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି। ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ନେଇ ୨୨ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀମାନଙ୍କ ଏକ ସ୍ବତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟର ପ୍ରାୟ ୫୦୦ ବ୍ୟାଙ୍କ ଅଧିକାରୀମାନେ ଯୋଗଦେବେ। ଏହି ଅବସରରେ କୃଷି ଓ ଆନୁଷଙ୍ଗିକ କୃଷି ସମ୍ବନ୍ଧିତ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ତଥ୍ୟଭିତ୍ତିକ ଆକର୍ଷଣୀୟ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି। କୃଷି ଓଡ଼ିଶା ଅବସରରେ ପ୍ରତ୍ୟେକ ସାରେ ରାଜ୍ୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ଚାଷୀ ଓ ଉତ୍ପାଦକ ସଂସ୍ଥାଗୁଡ଼ିକୁ ସମ୍ବର୍ଦ୍ଧିତ କରାଯିବ। ଏହାଛଡ଼ା ପ୍ରତିଦିନ ସାରେ ପ୍ରସଙ୍ଗଭିତ୍ତିକ ଆଲୋଚନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ। ‘କୃଷି ଓଡ଼ିଶା-୨୦୨୦’କୁ ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ଏବଂ ୨୪ରେ ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ବିଭାଗ ପକ୍ଷରୁ ଶୁକ୍ରବାର ଜନତା ମଇଦାନଠାରେ ଆଯୋଜିତ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ଏହି ସୂଚନା ଦେବା ସହ ଚଳିତବର୍ଷ କୃଷି ଓଡ଼ିଶାକୁ କୃଷକଙ୍କ ପାଇଁ ଅଧିକ ଉପଯୋଗୀ ଓ ଲାଭଦାୟକ ନିମନ୍ତେ ଅଧିକ ଆକର୍ଷଣୀୟ ଓ ଶିକ୍ଷଣୀୟ କରିବା ଦିଗରେ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି। ବିଭାଗୀୟ ଅତିରିକ୍ତ ସଚିବ ଏମ୍‌.କେ. ପାଣି, ମେରି ଲାକ୍ରା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଏଚ୍‌.କେ. ପଣ୍ଡା ଏବଂ ଓୟୁଏଟି ସମ୍ପ୍ରସାରଣ ବିଭାଗ ଡିନ୍‌ ପ୍ରଫେସର ପ୍ରଭାତ କୁମାର ରାଉଳ ଏହି ଅବସରରେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୧୯ା୧୧: ମାର୍ଗଶିର ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ହେବ। ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବା...

ତହସିଲ ଅଫିସ ଆଗରେ ୧୯ ବାସନ୍ଦ ପରିବାରଙ୍କ ଧାରଣା

କୃଷ୍ଣପ୍ରସାଦ,୮ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନକୁ ନେଇ ବିବାଦ ଲାଗିରହିଛି। ଏଥିଯୋଗୁ ୧୦ ମାସ ଧରି ଗ୍ରାମର ୧୯ ପରିବାରକୁ ବାସନ୍ଦ...

ପ୍ରକାଶ ପାଇଲା ଭୋଟର ତାଲିକା

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ମହାନଗର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲା ବିଏମ୍‌ସି। ଗୁରୁବାର ବିଏମ୍‌ସି ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ୭୦୫...

ସରକାରଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୨୦-୧୧(ବ୍ୟୁରୋ):ଚାଷୀ ଅମଳ କରି ଧାନ ବସ୍ତା ଧରି ରହିଛି। ହେଲେ କିଣିବାକୁ କେହି ନାହିଁ। ଖରା, ବର୍ଷା, ଶୀତ କାକରରେ ଧାନ ସେମିତି ପଡି ରହୁଛି।...

ଆଜି ଭୁବନେଶ୍ୱରରୁ ୫ ଆକ୍ରାନ୍ତ ଚିହ୍ନଟ: ୭ ସୁସ୍ଥ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌...

କଂଗ୍ରେସର ବସିବ ଚିନ୍ତନ ଶିବିର,ଯୋଗ ଦେବେ ଚେଲ୍ଲା କୁମାର

ଭୁବନେଶର, ୩୦।୫(ବ୍ୟୁରୋ): ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର ଆସନ୍ତା ଜୁନ୍‌ ୧ ଓ ୨ ତାରିଖରେ ବସିବ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା...

ରାସ୍ତାରୁ ହଟିବ ୧୫ ବର୍ଷର ପୁରୁଣା ଗାଡ଼ି

ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାସ୍ତାରୁ ୧୫ ବର୍ଷରୁ ଊଦ୍ଧର୍‌ବ ପୁରୁଣା ଗାଡ଼ି ହଟିବ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି,...

ଓଡ଼ିଶାରେ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌

ବଲାଙ୍ଗୀର ଅଫିସ, ୧।୩: ଓଡିଶାର ବିଭିନ୍ନ ସହରରେ ଏବେ ଆନ୍ତଃରାଜ୍ୟ ସେନ୍‌ସର ବ୍ଳକ୍‌ ଏଟିଏମ୍‌ ଲୁଟେରା ର଼୍ୟାକେଟ୍‌ ସକ୍ରିୟ ରହିଛନ୍ତି। ବଲାଙ୍ଗୀର ସହରର ବିଭିନ୍ନ ଏଟିଏମ୍‌ରୁ...

Advertisement
Archives

Model This Week