Posted inଜାତୀୟ

୨୦ରୁ ଆରମ୍ଭ ହେବ କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ

ଚଣ୍ଡିଗଡ଼,୧୬।୧୦: କର୍ତ୍ତାରପୁର କରିଡର ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଫର୍ମ ଜାରି କରିଯାଇଛି। ଏହାକୁ ତୀର୍ଥଯାତ୍ରୀ ଅନ୍‌ଲାଇନରେ ଆବେଦନ କରିପାରିବେ। ପାକିସ୍ତାନରେ ଥିବା ଶିଖଙ୍କ ପବିତ୍ର ସ୍ଥଳ କର୍ତ୍ତାରପୁର ଯାତ୍ରା ପାଇଁ ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଔପଚାରିକ ଭାବେ ଏକ ଫର୍ମ ଜାରି କରିବେ ବୋଲି ଜଣାପଡ଼ିଛି। ଯାତ୍ରାର ଏକ ମାସ ପୂର୍ବରୁ ଅନ୍‌ଲାଇନ୍‌ରେ ଏହାର ପଞ୍ଜିକରଣ କରିବା ବାଧ୍ୟତାମୂଳକ ରହିବ। ଆବେଦନ କରିବା ସମୟରେ ପାସପୋର୍ଟ, ଆଧାର, ପାନ କାର୍ଡର ସୂଚନା ଦେବାକୁ ପଡ଼ିବ। ଏଥିସହ ପୂର୍ବରୁ ସେମାନଙ୍କ ନଁାରେ କୌଣସି ଅପରାଧୀକ ମାମଲା ରହିଛି କି ନାହିଁ ସେନେଇ ମଧ୍ୟ ତଥ୍ୟ ଦେବାକୁ ପଡ଼ିବ। ପୋଲିସର ଯାଞ୍ଚପରେ ତୀର୍ଥଯାତ୍ରୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ଦିଆଯିବ। ଆସନ୍ତା ଅକ୍ଟୋବର ୨୦ରୁ ଏହି ଆବେଦନ ପଞ୍ଜିକରଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ପାକିସ୍ତାନ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ୨୦ଡଲାର ଏବେ ବି ବଳବତ୍ତର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରା ପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri