Posted inଜାତୀୟ

୨୦ତମ ପ୍ରସବ ପାଇଁ ପ୍ରଥମ ଥର ହସ୍ପିଟାଲ ଗଲେ ଲଙ୍କାବାଇ

ମୁମ୍ବାଇ,୧୦।୯: ମହାରାଷ୍ଟ୍ରର ବିଡ ଜିଲାରେ ଜଣେ ମହିଳା ୨୦ଥର ମା’ ହେବାକୁ ଯାଉଛନ୍ତି। ୩୮ବର୍ଷୀୟ ଲଙ୍କାବାଇ ୭ମାସର ଗର୍ଭବତୀ ଥିବା ବେଳେ ପ୍ରଥମ ଥର ପାଇଁ ସେ ହସ୍ପିଟାଲରେ ପ୍ରସବ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ୧୯ଟି ପିଲାଙ୍କୁ ଘରେ ହିଁ ଜନ୍ମ ଦେଇଥିଲେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲଙ୍କାବାଇ ଗୋପାଳ ସମ୍ପ୍ରଦାୟର ହୋଇଥିବା ବେଳେ ସେ ଯାଯାବର ଭାବେ ଜୀପନଯାପନ କରନ୍ତି। ମହିଳାଙ୍କର ୧୬ଟି ପ୍ରସବ ସଫଳ ହୋଇଥିବା ବେଳେ ଆଉ ୩ଟି ଭ୍ରୁଣଙ୍କୁ ସେ ନଷ୍ଟ କରିଦେଇଛନ୍ତି। ତେବେ ୧୬ଟି ପ୍ରସବରୁ ୧୧ଟି ପିଲା ଜୀବିତ ଥିବା ଜଣାପଡ଼ିଛି। ଅନ୍ୟ ୫ଟି ପିଲା ଜନ୍ମହେବାର କିଛି ଘଣ୍ଟା ବା କିଛି ଦିନ ପରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ଲଙ୍କାବାଇ ୨୦ଥର ମା’ ହେବା କଥା ଶୁଣି ଡାକ୍ତର ଚକିତ ହେବା ସହ ମା’ ଛୁଆଙ୍କୁ ସଂକ୍ରମଣ ହେବା ଭୟରେ ତାଙ୍କର ଆବଶ୍ୟକୀୟ ପରୀକ୍ଷା କରାଯାଇଛି। ଏଥିସହ ପ୍ରସବ ପାଇଁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନାର କରୋନା ମୁକାବିଲା: ପ୍ରଥମଥର ପାଇଁ ୩୫% ଅଧିକାରୀ-୫୦% ଜେସିଓ ସପ୍ତାହେ ପାଇଁ ଘରେ ରହି କରିବେ କାମ

ନୂଆଦିଲ୍ଲୀ,୨୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପ୍ରଥମଥର...

ଆଜି ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ: ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୮।୧୧:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା...

ଓଓ୍ବାଇସିଙ୍କୁ ଝଟ୍‌କା: ୪ ବିଧାୟକ ଆର୍‌ଜେଡିରେ ସାମିଲ

ପାଟନା,୨୯।୬: ବିହାରରେ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟରେ ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ମଧ୍ୟରୁ ଚାରିଜଣ ଆରଜେଡିରେ ଯୋଗ ଦେଇଛନ୍ତି। ସେମାନେ ହେଲେ ଶାହନଓ୍ବାଜ,ଇଜହାର,...

ପ୍ରିୟାଙ୍କ ଅପ୍ରିୟ କାର୍ଯ୍ୟ,ଏମିତି କରିଦେଲେ ପରିବାର ଛାରଖାର

ଯୋଧପୁର,୧୦।୮: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣା ଏଠାରେ ଚାଞ୍ଚଲ୍ୟ...

କେନ୍ଦ୍ରରେ ଚାଲିଛି ମୋଦି-ଶାହାଙ୍କ ୨ ଜଣିଆ ସରକାର: ରଣଦୀପ୍‌ ସୁରଜେଓ୍ବାଲା

ନୂଆଦିଲ୍ଲୀ, ୨୫।୬: ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ୪୫ ବର୍ଷ ପୂରଣ ଅବସରରେ କଂଗ୍ରେସକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟାର୍ଗେଟ କରିଥିଲେ। କଂଗ୍ରେସ କ୍ଷମତା ହାସଲ...

ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ ଭେଟିଲେ ସୋନିଆ-ମନମୋହନ

ନୂଆଦିଲ୍ଲୀ,୨୩।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ଭେଟିଛନ୍ତି। ସେମାନଙ୍କ...

ଗୃହବନ୍ଦୀ ଥିବା ଓମାରଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ୟେଚୁରୀ-ମମତା ପ୍ରକାଶ କଲେ ଉଦ୍‌ବେଗ

ଶ୍ରୀନଗର,୨୬।୧: ଗତ ୫ ମାସରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଏକ ଫଟୋ ଶନିବାର ସୋସିଆଲ୍‌ ମିଡ଼ିଆରେ...

ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର

ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।...

Advertisement
Archives

Model This Week