୨୦ଜଣଙ୍କୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପୁରସ୍କାର

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟ୍‌ସ) ୨୦୧୯-୨୦ର ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଯାଇଛି। ୟାଟ୍‌ସ ୨୦୧୯-୨୦ର ବିଷୟବସ୍ତୁ ଥିଲା ‘ବ୍ରହ୍ମାଣ୍ଡର ଚମତ୍କାରକୁ ଉଜାଗର କରିବା’। ଏଥିରେ ସାରା ରାଜ୍ୟର ୩୦୦ ବିଦ୍ୟାଳୟର ମୋଟ ୬୨ ହଜାର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଶ୍ରେଷ୍ଠ ୨୦ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ଆସନ୍ତା ୨୦୨୦ ମେ’ରେ ୨୦ ବିଜେତାଙ୍କୁ ଗୋଟିଏ ସପ୍ତାହ ପାଇଁ ଇସ୍ରୋ ପରିଦର୍ଶନରେ ନିଆଯିବ। ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୟାଟ୍‌ସ କାର୍ଯ୍ୟକ୍ରମ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ଭାବେ ପ୍ରତିପାଦିତ ହୋଇପାରିଛି। ଏହା ଦେଶର ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନର ଗବେଷଣା ଓ ବିକାଶ କ୍ଷେତ୍ରରେ ସହାୟକ ହେବ।
କାର୍ଯ୍ୟକ୍ରମରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ରାଜ୍ୟରେ ଖୁବ୍‌ଶୀଘ୍ର ୧୦ ଜିଲାରେ ୧୦ଟି ସାଇନ୍ସ ପାର୍କ କରାଯିବ। ପରେ ପରେ ରାଜ୍ୟର ସମସ୍ତ ଜିଲାରେ ସାଇନ୍ସ ପାର୍କ କରିବାକୁ ମଧ୍ୟ ଯୋଜନା ରହିଛି। ଏଥିସହିତ ୬ ଜିଲା ଯଥା- ବାରିପଦା, ଗୋପାଳପୁର, ରାୟଗଡ଼ା, କେନ୍ଦୁଝର, ବଲାଙ୍ଗୀର ଓ ରାଉରକେଲାଠାରେ ପ୍ଲାନେଟାରିୟମ କରାଯିବ ବୋଲି କହିଛନ୍ତି। ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦେଶକ ଟି. ଭି. ନରେନ୍ଦ୍ରନ୍‌ କହିଥିଲେ ଯେ, ଜ୍ୟୋତିର୍ବିଦ୍ୟା ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମ ଦେଶ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି। ଯୁବପିିଢ଼ିଙ୍କୁ ପ୍ରଯୁକ୍ତି ଓ ଉଦ୍‌ଭାବନ କ୍ଷେତ୍ରରେ ନିଜର ଆଗ୍ରହ ଓ ଜ୍ଞାନକୁ ବଢ଼ାଇବା ଲାଗି ଉତ୍ସାହିତ କରିବା ଦିଗରେ ଏହା ଏକ ଉଦ୍ୟମ। ଆସନ୍ତା ବର୍ଷଗୁଡ଼ିକରେ ଟାଟା ଷ୍ଟିଲ ଏହି ଅଭିଯାନକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଗବେଷକ, ବୈଜ୍ଞାନିକ ତଥା ଇନଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସ ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ (ନାଇଜର)ର ନିର୍ଦ୍ଦେଶକ ଡ. ସୁଧାକର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଆୟୋଜିତ ଏକ ମତ ବିନିମୟ ଅଧିବେଶନରେ ଡ. ପଣ୍ଡା ୟାଟ୍‌ସର ବିଜେତାଙ୍କୁ ଉଦବୋଧନ ଦେଇଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ରସିଦ ଖାନ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଟାଟା ଷ୍ଟିଲ କର୍ପୋରେଟ ସେବା ବିଭାଗର ଉପସଭାପତି ଚାଣକ୍ୟ ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri