୨ଟି କଦଳୀ ଦାମ୍‌ ୪୪୨ ଟଙ୍କା

ନୂଆଦିଲ୍ଲୀ,୨୬-୭: ବଲିଉଡ୍‌ ଷ୍ଟାର୍‌ ରାହୁଲ ବୋଷ ଚଣ୍ଡୀଗଡର ଏକ ସମୃଦ୍ଧ ହୋଟେଲରେ ଖାଇବା ବେଳେ ମାତ୍ର ୨ଟି କଦଳୀ ପାଇଁ ୪୪୨ ଟଙ୍କା ପ୍ରଦାନ କରିଛନ୍ତି। ସେ ଏ ସମ୍ପର୍କରେ ଟୁଇଟରରେ ସେ ଏକ ଭିଡିଓ ପୋଷ୍ଟ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଜଣାପଡିବା ପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରାହୁଲ ତାଙ୍କ ଭିଡିଓରେ ଦର୍ଶାଇଛନ୍ତି ଯେ, ହୋଟେଲ ଜେଡବ୍ଲ୍ୟୁ ମାରିୟଟ ମାତ୍ର ୨ଟି କଦଳୀ ପାଇଁ ୪୪୨.୫୦ ଟଙ୍କା ଆଦାୟ କରିଛି। ସମସ୍ତଙ୍କୁ ଏହା ବିଶ୍ୱାସ କରିବାକୁ ହେବ। ଏହି ଟୁଇଟର ପୋଷ୍ଟ ସମ୍ପର୍କରେ ଜାଣିବା ପରେ ଚଣ୍ଡିଗଡ ଡେପୁଟି ଏକ୍ସାଇଜ ଆଣ୍ଡ ଟ୍ୟାକ୍ସେଶନ କମିଶନର ମନଦୀପ ସିଂ ବ୍ରାର୍‌ ବୁଧବାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆସିଷ୍ଟାଣ୍ଡ ଏକ୍ସାଇଜ ଆଣ୍ଡ ଟ୍ୟାକ୍ସେଶନ କମିଶନର ରାଜୀବ ଚୌଧୁରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଅଭିଯୋଗର ସତ୍ୟତା ପ୍ରମାଣିତ ହେବା ପରେ ଉକ୍ତ ହୋଟେଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରାର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ଓରେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କର ଆୟକର ରିଟର୍ନ ତଥ୍ୟ

ନୂଆଦିଲ୍ଲୀ,୨୮-୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କର ଆୟକର ରିଟର୍ନ ତଥ୍ୟ ନାହିଁ। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ଏ ସମ୍ପର୍କରେ ତଥ୍ୟ ମଗାଯାଇଥିଲେ ହେଁ...

ଚଳିତ ବର୍ଷ ୩ ଟ୍ରିଲିୟନ ଡଲାର ଛୁଇଁବ ଅର୍ଥନୀତି

ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥନୀତି ୩ ଟ୍ରିଲିୟନ ଡଲାର ଛୁଇଁବ। ଆଗାମୀ ଦିନରେ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ...

ଡାକ ମେସେଞ୍ଜର ସେବା ବନ୍ଦ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୬।୭: ବର୍ତ୍ତମାନ କରୋନା ଯୋଗୁ ରେଲଓ୍ବେର ରାଜସ୍ବ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଏହା ଖର୍ଚ୍ଚକାଟ ଯୋଜନାକୁ ଜୋରଦାର କରିଛି। ଏହି ଯୋଜନା ମୁତାବକ ରେଲଓ୍ବେ...

୨୬ରେ ଶ୍ରମିକ ସଙ୍ଗଠନଗୁଡିକର ଧର୍ମଘଟ

ନୂଆଦିଲ୍ଲୀ: ଦେଶର ୧୦ ଶ୍ରମିକ ସଙ୍ଗଠନଗୁଡିକ ପକ୍ଷରୁ ଚଳିତ ମାସ ୨୬ରେ ଧର୍ମଘଟ ଡାକରା ଦିଆଯାଇଛି। ଏ ନେଇ ସଙ୍ଗଠନଗୁଡିକ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।...

କୁଚିନାର ପ୍ରାଥମିକତା ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ

ରୋଷେଇ ଘରେ ବ୍ୟବହାର ହେଉଥିବା ଚିମିନୀ ମାନୁଫାକଚରିଂ କ୍ଷେତ୍ରରେ କୁଚିନା ଏକ ପରିଚିତ ବ୍ରାଣ୍ଡ। ଏହା ଉକ୍ତ ବର୍ଗରେ ପ୍ରମୁଖ ବଜାର ଅଂଶୀଦାର ହୋଇ ପାରିଛି।...

ଚିନ୍ତା ବଢାଉଛି ବେକାରୀ

ମୁମ୍ବାଇ,୧୪-୧: ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହାର ପ୍ରଭାବ ନିଯୁକ୍ତି ଉପରେ ପଡୁଛି। ଫଳରେ କମ୍ପାନିଗୁଡିକ ଅଧିକ ନିଯୁକ୍ତି ସପକ୍ଷରେ ନାହାନ୍ତି। ଏଥିଯୋଗୁ ୨୦୧୮-୧୯ ଆର୍ଥତ୍କ ବର୍ଷ...

ଓଡ଼ିଶା ବଜାରରେ ରେନୋର ନୂଆ ଟ୍ରାଇବର

ଭୁବନେଶ୍ୱର, ୫-୯(ବ୍ୟୁରୋ): ରେନୋ ପକ୍ଷରୁ ଏହାର ନୂଆ ଯାନ ଟ୍ରାଇବରକୁ ଓଡ଼ିଶା ବଜାରରେ ପ୍ରବେଶ କରାଯାଇଛି। ସ୍ଥାନୀୟ ସିଆର୍‌ପି ଛକ ନିକଟସ୍ଥ ଗର୍ଗସନ ଅଟୋମୋବାଇଲର ରେନୋ...

୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି

ନୂଆଦିଲ୍ଲୀ,୩୧-୭: ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତକୁ ୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି, ଯାହା କି ଅଦ୍ୟାବଧି...

Play 250+ Trending Games
Archives

Model This Week

Why Dharitri