୧.୯%କୁ ଖସିବ ଅଭିବୃଦ୍ଧି: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧୫। ୪ : ୨୦୨୦-୨୧ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ହାର ୧.୯%କୁ ଖସିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ଏହାର ପୂର୍ବାନୁମାନେ କହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ୫.୮% ରହିବ ବୋଲି ଏହା ପୂର୍ବରୁ କହିଥିଲା। ମାତ୍ର କରୋନା ଜନିତ ସ୍ଥିତି ଯୋଗୁ ଘରୋଇ ବଜାରର ବିକାଶ ହାରକୁ ନେଇ ଏଜେନ୍ସି ଖସାଇ ଦେଇଛି। ୧୯୯୧ରେ ଦେଶରେ ଦେଖାଦେଇଥିବା ବାଲାନ୍ସ ଅଫ ପେମେଣ୍ଟ ସଙ୍କଟ ପରଠାରୁ ଏହା ସବୁଠୁ କମ୍‌ ସ୍ତରର ଅଭିବୃଦ୍ଧି ବୋଲି ଏହି ଅନ୍ତର୍ଜାତୀୟଏଜେନ୍ସି ମତ ପ୍ରକାଶ କରିଛି। ପୂର୍ବରୁ ହୋଇଥିବା ଆକଳନ ଅନୁସାରେ ଭାରତର ବିକାଶ ହାର ୩.୩% ଖସିବା ନେଇ ଏହା ମତ ରଖିଛି। ବିିଶ୍ୱ ସ୍ତରର ଆର୍ଥତ୍କ ମାନ୍ଦାବସ୍ଥା ଏବଂ ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟ ଯୋଗୁ ଆକଳନରେ ଏଭଳି ହ୍ରାସ କରାଯାଇଛି ବୋଲି ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ସୂଚନା ଦେଇଛନ୍ତି।
୨୦୨୧-୨୨ ଆର୍ଥତ୍କ ବର୍ଷରେ ଭାରତର ଆର୍ଥତ୍କ କାର୍ଯ୍ୟକଳାପରେ ପୁଣିଥରେ ସକରାତ୍ମକ ଦିଗ ସାମ୍ନାକୁ ଆସିବା ନେଇ ଆଇଏମ୍‌ଏଫ୍‌ ଆଶାବାଦୀ ରହିଛି। ଏଭଳି ସ୍ଥିତିରେ ଭାରତ ୭.୪% ବିକାଶ ହାର ହାସଲ କରିବାକୁ ପୁଣି ଥରେ ସକ୍ଷମ ହୋଇ ପାରିବ ବୋଲି ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ୍‌ ରିପୋର୍ଟରେ ଉଲ୍ଲେଖ କରିଛି। ୨୦୨୧ରେ ବିଶ୍ୱ ଅର୍ଥ ବ୍ୟବସ୍ଥା ୨୦୨୧ରେ ୫.୮%କୁ ଖସିବା ନେଇ ଏହା ପୂର୍ବାନୁମାନ କରିଛି। ୨୦୧୯-୨୦ରେ ଭାରତର ବିକାଶ ହାର ୪.୨% ରହିବାନେଇ ଏହା ମତ ରଖିଛି। ଏହା ୫% ରହିବ ବୋଲି ଏଜେନ୍ସି ପୂର୍ବରୁ ମତ ରଖିଥିଲା। ଚଳିତ ଆର୍ଥତ୍କ ବର୍ଷ ଲାଗି ବିଶ୍ୱବ୍ୟାଙ୍କ କରିଥିବା ପୂର୍ବାନୁମାନ ତୁଳନାରେ ଆଇଏମ୍‌ଏଫ୍‌ର ପୂର୍ବନାମୁାନ ୦.୪% ଅଧିକ ରହିଛି।
ସୂଚନାଯୋଗ୍ୟ ନରସିଂହ ରାଓ ସରକାରଙ୍କସମୟରେ ଭାରତର ବିକାଶହାର ୧.୧%କୁ ଖସିଥିଲା। ଏହା ପରେସରକାର ଅର୍ଥନୈତିକଉଦାରୀକରଣ ଦେଶରେ ପ୍ରଚଳନ କରାଇଥିଲେ। ଅନ୍ୟ ଏଜେନ୍ସିଗୁଡିକ ମଧ୍ୟ ଭାରତରବିକାଶହାର ହ୍ରାସକୁ ନେଇ ପୂର୍ବାନୁମାନ କରିଛନ୍ତି। ଭାରତୀର ଅଭିବୃଦ୍ଧି ହାର ୨୦୨୦ କ୍ୟାଲେଣ୍ଡର ବର୍ଷରେ ୦.୫% ରହିବ ବୋଲି ନୋମୁରା କହିଛି। ଏହାବାଦ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଭାରତର ବିକାଶ ହାର ୪% ରହିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?