Advertisement

୧ ଲକ୍ଷ ଟନ୍‌ ପିଆଜ ଆମଦାନି କରିବେ ସରକାର

ନୂଆଦିଲ୍ଲୀ,୧୦-୧୧:ଖୁଚୁରା ବଜାରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି। ପିଆଜ ଖାଉଟିଙ୍କ ଲାଗି ଆକାଶ ଛୁଁଆ ହୋଇ ରହିଥିବା ବେଳେ ଏହାର ଦର କମୁନାହିଁ। ଦର ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍‌ ପିଆଜ ଆମଦାନି କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରାୟତ୍ତ ଟ୍ରେଡିଂ ଫାର୍ମ ଏମ୍‌ଏମ୍‌ଟିସି ଦ୍ୱାରା ସରକାର ଏହି ପିଆଜ ଆମଦାନୀ କରିବେ ବୋଲି ଶନିବାର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଶନିବାର ବସିଥିବା ସଚିବ ସ୍ତରୀୟ କମିଟିରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏମ୍‌ଏମ୍‌ଟିସି ପିଆଜ ଆଣିବା ପରେ ଏହାକୁ ଯୋଗାଣ ଲାଗି ପ୍ରଦାନ କରିବ। ନଭେମ୍ବର ମଧ୍ୟ ଭାଗରୁ ଡିସେମ୍ବର ମଧ୍ୟଭାଗ ସୁଦ୍ଧା ଏହି କାର୍ଯ୍ୟ ସମ୍ପାଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ସାରା ଦେଶକୁ ପିଆଜ ଯୋଗାଣ ଦିଗରେ ନାଫେଡ୍‌ କାର୍ଯ୍ୟ କରିବ। ଯୋଗାଣ ସମସ୍ୟା ଯୋଗୁ ଗତ ଗୋଟିଏ ମାସ ହେବ ପିଆଜ ଦର ଉଚ୍ଚରେ ରହିଛି। ନୂଆଦିଲ୍ଲୀରେ ପିଆଜର ଖୁଚୁରା ଦର ୧୦୦ ଟଙ୍କା ଛୁଇଁଥିବା ବେଳେ ଦେଶର ଅନ୍ୟ ପ୍ରାନ୍ତରେ ଦର ୬୦ରୁ ୮୦ ଟଙ୍କା ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନତ କାରବାର ଆଶାରେ ବ୍ୟବସାୟୀ;ଅର୍ଥମନ୍ତ୍ରୀଙ୍କ ଘୋଷଣା ଉତ୍ସାହ ଭରିଛି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର କର୍ମଚାରୀଙ୍କ ଲାଗି ସୋମବାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ବ୍ୟବସାୟୀଙ୍କ ମନରେ ଉତ୍ସାହ ଭରିଥିବା ଜଣାପଡିଛି। ପାର୍ବଣରେ ଉନ୍ନତ...

ନୀଳାଚଳ ଇସ୍ପାତରେ ଟିଏମଟି ବାର ଉତ୍ପାଦନ

ଯାଜପୁର ଅଫିସ,୧୫-୬: କଳିଙ୍ଗ ନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନ୍‌ଆଇଏନ୍‌ଏଲ) ନିଜ ବ୍ରାଣ୍ଡ ଟିଏମଟି ବାର ଏନ୍‌ଆଇଏନ୍‌ଏଲ ସ୍ମାର୍ଟ ଟିଏମ୍‌ଟି ଉତ୍ପାଦନ ଆରମ୍ଭ...

ଚକ୍ରବୃଦ୍ଧି ସୁଧ ଫେରାଇବେ ବ୍ୟାଙ୍କ

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ଲୋକମାନେ ଋଣ କିସ୍ତି ପଇଠ କରିବାରେ ସମସ୍ୟା ଦେଖାଦେବାରୁ ସରକାର ୬ ମାସର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ସମୟରେ...

୧୭ରୁ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏଲ୍‌ଆଇସି

ନୂଆଦିଲ୍ଲୀ,୨୮ା୪: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ଆସନ୍ତା ୪ତାରିଖରୁ ଖୋଲିବ। ଏହା ମେ ୯ ତାରିଖରେ ବନ୍ଦ ହେବ। ଜନସାଧାରଣଙ୍କ...

ଆୟୁଷ୍ମାନ ଭାରତରେ ଘରୋଇ ହସ୍ପିଟାଲ ପାଇବେ ପ୍ରୋତ୍ସାହନ

ନୂଆଦିଲ୍ଲୀ,୨୪-୧୧: ୨୦୧୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ ଘୋଷଣା କରିଥିଲେ। ଏହା ମୋଦି କେୟାର ଭାବେ ପରିଚିତ ଥିବା ବେଳେ...

୧୨ ହଜାର କର୍ମଚାରୀ ଛଟେଇ କରିବ କଗ୍‌ନିଜାଣ୍ଟ

ନୂଆଦିଲ୍ଲୀ,୧-୧୧: ପ୍ରମୁଖ ଆଇଟି କମ୍ପାନୀ କଗ୍‌ନିଜାଣ୍ଟ ଆଗାମୀ ତ୍ରୈମାସଗୁଡିକରେ ଏହାର ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଖର୍ଚ୍ଚ କାଟ ଯୋଜନାରେ କମ୍ପାନୀ ଏଭଳି ପଦକ୍ଷେପ...

୬.୪% ବଢ଼ିପାରେ ହାରାହାରି ବେତନ

ମୁମ୍ବାଇ: ବର୍ଷ ୨୦୨୧ରେ ଭାରତରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ହାରାହାରି ବେତନ ୬.୪% ବଢ଼ିବା ନେଇ ଆକଳନ କରାଯାଇଛି। ଓ୍ବିଲସ ଟାଓ୍ବାର ଓ୍ବାଟଶନ ରିପୋର୍ଟ...

ମେଟା ପକ୍ଷରୁ ନୋ-କଷ୍ଟ ଇଏମ୍‌ଆଇର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୯: ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ସାଇଟ୍‌ ମେଟାର ‘ଗ୍ରୋ ୟୋର୍‌ ବିଜ୍‌ନେସ୍‌’ ସମ୍ମିଳନୀର ୨ୟ ସଂସ୍କରଣ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷ କରି ୱର୍କିଙ୍ଗ...

Advertisement
Archives

Model This Week