୧ କୋଟି ମର୍ଚ୍ଚାଣ୍ଟଙ୍କ ନିକଟରେ ପହଞ୍ଚିବ ମାଷ୍ଟରକାର୍ଡ

ଭୁବନେଶ୍ୱର,୨୫-୧: ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ପୂର୍ବକ ପ୍ରମୁଖ କମ୍ପାନୀ ମାଷ୍ଟର କାର୍ଡ ସାରା ଦେଶରେ କ୍ୟାଶଲେସ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛି। ଏହା ଦ୍ୱାରା କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ୧ କୋଟି ମର୍ଚ୍ଚାଣ୍ଟଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଗତ ସେପ୍ଟେମ୍ବରରେ ଏହି ଅଭିଯାନକୁ କମ୍ପାନୀ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପ୍ରାୟ ୭୦ ଲକ୍ଷ ମର୍ଚ୍ଚାଣ୍ଟଙ୍କ ନିକଟରେ ପହଞ୍ଚିଥିବା ଏହାର ଦକ୍ଷିଣ ଏସିଆ ପ୍ରଡକ୍ଟ ପରିଚାଳନା ଉପସଭାପତି ସୂଚନା ଦେଇଛନ୍ତି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, କନଫେଡେରେଶନ ଅଫ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ସହ ଚୁକ୍ତିରେ ସାମିଲ ହୋଇଛି। ଏମାନଙ୍କୁ ଡିଜିଟାଲ ନେଣଦେଣ ଗ୍ରହଣ ଦିଗରେ ପ୍ରୋତ୍ସାହିତ କରାଯାଉଛି। ଏଥି ଲାଗି ସାରା ଦେଶରେ ରୋଡ ଶୋ ଆୟୋଜନ ହେଉଛି। ଭୁବନେଶ୍ୱର ୟୁନିଟ -୧ ମାର୍କେଟ ଏବଂ ବାପୁଜୀ ନଗରରେ ଏଭଳି ରୋଡ ଶୋ ଆୟୋଜନ କରାଯାଇଛି। ଡିଜିଟାଲ ପେମେଣ୍ଟ ବୃଦ୍ଧି ଉପରେ ସୂଚନା ଦେଇ ସେ କହିଛନ୍ତି, ବିମୁଦ୍ରୀକରଣ ପରେ ବଡ ସହର ସମେତ ଟାୟାର ୨ ସହରଗୁଡିକରେ ଡିଜିଟାଲ କାରବାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଜାତୀୟ ହାର ତୁଳନାରେ ଓଡିଶା ଏ କ୍ଷେତ୍ରରେ ଭଲ ଅଭିବୃଦ୍ଧି କରୁଛି। ଡିଜିଟାଲ ପେମେଣ୍ଟ ଲାଗି କମ୍‌ ଖର୍ଚ୍ଚରେ ଡିଭାଇସ ପ୍ରଦାନ, ତାମିଲନାଡୁରେ ଇରାଇଡୁ ଆପ ଦ୍ୱାରା ଡିଜିଟାଲ ନେଣଦେଣ ପଦକ୍ଷେପ ଏବଂ ବିହେବିୟରାଲ ବାୟୋମେଟ୍ରିକ ଭିତ୍ତିକ ଟେକ୍ନୋଲୋଜି ଭାରତରେ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି। ଭାରତ ଏକ ପ୍ରମୁଖ ବଜାର ହୋଇଥିବାରୁ ଏଠାରେ ନିବେଶ ଧାରା ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ପିଏ ସମାଧାନ ପାଇଁ ଏସ୍‌ବିଆଇର ପଦକ୍ଷେପ

ଭୁବନେଶ୍ୱର: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ସମସ୍ତ ଋଣଗ୍ରହୀତାଙ୍କ ଅବଗତି ନିମନ୍ତେ ସୂଚାଇ ଦିଆଯାଉଛି କି ଚଳିତ ମାସ ୧୯ ତାରିଖରେ ସ୍ଥାନୀୟ କୋର୍ଟ...

ଉନ୍ନତି ପଥରେ ଓଡ଼ିଶା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ର ପ୍ରଥମ ଦିନର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ପ୍ରମୁଖ ଶିଳ୍ପସଂସ୍ଥାର ମୁଖ୍ୟମାନେ ଉଭୟ ମେକ୍‌ ଇନ୍‌ ଓଡ଼ିଶା ଓ ଓଡ଼ିଶାରେ...

ଏସ୍‌ବିଆଇର ଯୋଗାଯୋଗ କେନ୍ଦ୍ର ପୁନର୍ଗଠନ

ନୂଆଦିଲ୍ଲୀ,୧୧।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି ପୁନର୍ଗଠିତ ଯୋଗାଯୋଗ କେନ୍ଦ୍ରରେ ୩୦ ପ୍ରକାରରୁ ଅଧିକ...

୪,୧୫୨ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କଲା ଏଲ୍‌ଆଇସି

ଭୁବନେଶ୍ୱର, ୧୮-୪: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ପୂର୍ବ କେନ୍ଦ୍ରୀୟ ଜୋନ ବୀମା ପ୍ରିମିୟମ ସଂଗ୍ରହ କ୍ଷେତ୍ରରେ ରେକର୍ଡ ହାସଲ କରିଛି। ଜୋନ ପ୍ରଥମ ପ୍ରିମିୟମ...

ନୂଆ ବର୍ଷରୁ ଲାଗୁ ହେବ ଏସବୁ ନୂଆ ନିୟମ

ନୂଆଦିଲ୍ଲୀ,୧-୧: ମଙ୍ଗଳବାର ୨୦୧୯ ବର୍ଷ ଲାଗି ଶେଷ ଦିନ। ଏହି ଦିନ କିଛି ନିୟମ ଲାଗି ମଧ୍ୟ ଅନ୍ତିମ ଦିନ ହେବ। ୨୦୨୦ ପହିଲା ବୁଧବାର...

ପର୍ଯ୍ୟାପ୍ତ ନୁହେଁ ପ୍ରୋତ୍ସାହନ ପ୍ୟାକେଜ

ନୂଆଦିଲ୍ଲୀ, ୨୯।୭:  ଅର୍ଥ ବ୍ୟବସ୍ଥା କରୋନା ମହାମାରୀ ଯୋଗୁ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଗତ ଆର୍ଥତ୍କ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)-୭.୩%...

ଋଣ ଅଭିବୃଦ୍ଧି ଉପରେ ଫୋକସ କରିବେ ବ୍ୟାଙ୍କ

ଭୁବନେଶ୍ୱର, ୨୩-୮(ବ୍ୟୁରୋ): ଆଗାମୀ ୫ ବର୍ଷରେ ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ବ୍ୟାଙ୍କଗୁଡିକ ପ୍ରମୁଖ ଭୂମିକା...

ନୀତି ଆୟୋଗକୁ ୬ ବର୍ଷ

ନୂଆଦିଲ୍ଲୀ,୩।୧: ୨୦୧୪-୧୫ ଆର୍ଥିକ ବର୍ଷ ସମୟରେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିର ପ୍ରଥମ ବର୍ଷରେ ଦୀର୍ଘ ୬ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ଯୋଜନା ଆୟୋଗକୁ...

Advertisement
Archives

Model This Week