Advertisement

୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା

ପୁଣେ,୮।୧୧: ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି। ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା ରୁଜୁ ହେବା ପରେ ଶେଷରେ ବହୁ କଷ୍ଟରେ ପୋଲିସ ହାତରେ ଧରାପଡିଛନ୍ତି ଏହି କୋଟିପତି ଚୋର। ପୋଲିସ ମୁତାବକ, ପବିତ୍ର ସିଂ ଓରଫ ଗବର ସିଂ ନାମକ ଏହି ଚୋର ୧୨ ବର୍ଷରୁ ଚୋରି କରିବା ଆରମ୍ଭ କରିଥିଲା। ପ୍ରଥମେ ସେ ସ୍କୁଲରୁ କମ୍ପ୍ୟୁଟର ଚୋରି କରିଥିଲେ। ଯଦିଓ ସେ ଏଥିରେ ଧରାପଡି ସୁଧାରଗୃହକୁ ଯାଇଥିଲା। କିନ୍ତୁ ଭୁଲ ସୁଧୁରିବା ପରିବର୍ତ୍ତେ ସେ ଆହୁରି ଚୋରି କରିଚାଲିଥିଲେ। ଧୀରେ ଧୀରେ ତାଙ୍କ ନାଁରେ ମାମଲା ବଢିଚାଲିଥିଲା। ପୋଲିସ ତାଙ୍କୁ ଧରିବାରେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ନିକଟରେ ଗବର ସିଂ ନିଜ ଦୁଇ ସାଙ୍ଗଙ୍କ ସହ ଏକ ସୁନା ଦୋକାନରୁ ଚୋରି କରିବାକୁ ଯାଇଥିଲା। ଏହାର ସୂୂଚନା ପାଇଁ ପୋଲିସ ସୁନା ଦୋକାନ ଚାରିପଟୁ ତାଙ୍କୁ ଘେରି ଯାଇଥିଲା। ପୋଳିସ ତାଙ୍କୁ ଗିରଫ କରିବା ସହ ୩୮ କିଲୋ ରୂପା, ୧ କିଲୋ ସୁନା, ୧୩ଟି କାର୍‌, ୫ଟି ବାଇକ୍‌ ତାଙ୍କଠାରୁ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରେମ ମନ୍ଦିର

ମଥୁରା,୧୧।୧୧: ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ପ୍ରେମ ମନ୍ଦିର ଦୀର୍ଘ ୮ ମାସ ପରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଛି। କୋଭିଡ-୧୯ର ଗାଇଡଲାଇନ୍‌ ଅନୁଯାୟୀ ଏହି ମନ୍ଦିର...

ଲାଇବ୍ରେରି ଖୋଲିଲେ ଆଫ୍‌ଗାନ ମହିଳା

କାବୁଲ: ଆଫଗାନିସ୍ତାନର ତାଲିବାନ୍‌ ଶାସନରେ ମହିଳାମାନେ ଶିକ୍ଷା ଓ ସାର୍ବଜନୀନ ଜୀବନରୁ ଦୂରେଇ ଯାଇଛନ୍ତି। ନାରୀ ସ୍ବାଧୀନତା ଉପରେ ଅଙ୍କୁଶ ଲାଗିଥିବାରୁ ସେମାନେ ନିଃସଙ୍ଗ ହୋଇପଡ଼ିଛନ୍ତି।...

ସାଇକେଲ ରୋକିବ କରୋନା ସଂକ୍ରମଣ: ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କୁ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ...

ପଣସ ଦ୍ୱାରା ଚାର୍ଜ ହେବ ମୋବାଇଲ ବ୍ୟାଟେରୀ

ସିଡ୍‌ନୀ,୯।୩: ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞଙ୍କ ଦ୍ୱାରା ଜର୍ନାଲ ଅଫ୍‌ ଏନର୍ଜି ଷ୍ଟୋରେଜରେ ପ୍ରକାଶିତ ଏକ ତଥ୍ୟରୁ ଜଣାପଡିଛି ଯେ ଏବେ ପଣସ ଓ ଦୁରିଆନ...

ମହାରାଷ୍ଟ୍ରରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୧୬।୩: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ଏଠାରେ ଆଉ ୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ...

କୃଷି ବିଧେୟକକୁ ସାରା ଦେଶରେ ବିରୋଧ

ମୋହାଲି/ପଟିଆଲା,୨୦ ।୯:କୃଷି ବିଧେୟକକୁ ନେଇ ଜୋର ଧରିଲାଣି ବିରୋଧ ପ୍ରଦର୍ଶନ । ପଞାବରେ କୃଷକଙ୍କ ପ୍ରଦର୍ଶନ ସବୁଠାରୁ ଅଧିକ ଦେଖିବାକୁ ମିଳିଛି । ସେଠାରେ ବିରୋଧୀ...

ଥମୁନିି କରୋନା ଆକ୍ରାନ୍ତଙ୍କ ସଂଖ୍ୟା,ଦିନକରେ ୮୬ ହଜାରରୁ ଅଧିକ ଚିହ୍ନଟ, ୧୧୪୧ ମୃତ୍ୟୁ

ନୂଆଦିଲ୍ଲୀ,୨୫।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୮୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ...

ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୯।୮ (ପି.ଟି.) : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆଗାମୀ ଅକ୍ଟୋବର ୧୭ରେ କରିବା ପାଇଁ ରବିବାର ଦଳ ପକ୍ଷରୁ ଘୋଷଣା...

Advertisement
Archives

Model This Week