୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ମାଲକାନଗିରିର ବିଟୁ ସାମିଲ

ମାଲକାନଗିରି,୨୫ା୧୨ (ସ.ପ୍ର.): ମାଲକାନଗିରି ଜିଲାର ବିଟୁ ଶାହା ଓଡିଶା କ୍ରିକେଟ ଦଳରେ ସାମିଲ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ଓଡିଶା କ୍ରିକେଟ ଦଳରେ ସେ ସ୍ଥାନ ପାଇଛନ୍ତି। ତେବେ ମାଲକାନଗିରି ଜିଲାରୁ ପ୍ରଥମ କରି ଜଣେ ଯୁବକ ରାଜ୍ୟସ୍ତରୀୟ କ୍ରିକେଟରେ ସ୍ଥାନ ପାଇବା ନେଇ ଜିଲାରେ ଖୁସିର ଲହରି ଖେଳିଯାଇଛି। ଗୁରୁବାର ସମ୍ବଲପୁରଠାରେ ହେବାକୁ ଥିବା ପ୍ରଥମ ଟୁର୍ନାମେଣ୍ଟରେ ଶାହା ପ୍ରଥମ ଥର ଖେଳିବେ। ସେ ମାଲକାନଗିରି ଜିଲା ଜଗଦ୍ଦିିଶ ରାଓ କ୍ରିକେଟ କ୍ଲବ ପକ୍ଷରୁ ଖେଳୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ମାଲକାନଗିରି ଓସିଏ ସଙ୍ଗଠନର ସମ୍ପାଦକ ହୃଦାନନ୍ଦ ସାହୁ, କ୍ରିକେଟ ଆସୋସିଏସନ ସଭାପତି ଏମ୍‌ଡି ଫାରୁକ୍‌ଙ୍କ ସମେତ ବହୁ କ୍ରିକେଟପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର, ୨୦।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ୨ଟି ପଦକ ଜିତିବା ନିଶ୍ଚିତ କରିଛନ୍ତି। ସେ...

ଠିକ୍‌ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ଘରେ ପ୍ରସବ

ଟିକିରି(ଡି.ଏନ୍‌.ଏ.)/ଭବାନୀପାଟଣା(ସ୍ବ.ପ୍ର.),୧୮ା୧୧:କଳାହାଣ୍ଡି ଜିଲାର ଅନେକ ଦୁର୍ଗମ ଅଞ୍ଚଳକୁ ଏବେବି ପକ୍କାରାସ୍ତା ହୋଇପାରି ନାହିଁ। ଫଳରେ ଅନେକ ସମୟରେ ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆ, ଭାର ଏବଂ ଷ୍ଟ୍ରେଚରରେ...

୩୬ ନଂ. ଓ୍ବାର୍ଡରେ ୨୨ୟୁନିଟ୍‌ ରକ୍ତ ସଂଗ୍ରହ

କଟକ ଅଫିସ,୨୨।୪: କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ. ୩୬ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୨୨ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି।...

କୋଟିଏ ଟଙ୍କା ବ୍ୟୟ ପରେ ବି ପାନୀୟ ଜଳ ଯୋଗାଣ ସ୍ବପ୍ନ

ନୂଆଗାଁ,୩।୪(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିଙ୍ଗାରପଲି ପଞ୍ଚାୟତରେ ପାନୀୟ ଜଳ ଯୋଗାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ...

ପୁନର୍ବାର ପ୍ରସ୍ତୁତ ହେବ ତାଲିକା

ଅନୁଗୋଳ ଅଫିସ, ୬ା୯: ସାତକୋଶିଆ ଅଭୟାରଣ୍ୟର କୋର୍‌ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟାରେ କଟରଙ୍ଗ ଗ୍ରାମର ୨୧ ପରିବାର କ୍ଷତିପୂରଣ ପ୍ୟାକେଜ୍‌ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।...

ଦିଅର ଟାଙ୍ଗିଆ ଚୋଟରେ ଚାଲିଗଲା ଭାଉଜ ଜୀବନ

ଭୁବନ, ୨୪।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ଭୂଷଳ ପଞ୍ଚାୟତ ଅଧୀନ ଅସୁରବନ୍ଧ ଦଳିତ ସାହିରେ ରବିବାର ରାତିରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଦିଅର ରବୀନ୍ଦ୍ର ମଳିକ...

ରାଜ୍ୟ ରାଜପଥରେ ଶୁଖିଲା ଗଛ: ଯାତାୟାତ ଲାଗି ଭୟ କରୁଛନ୍ତି ଲୋକେ

ଆନନ୍ଦପୁର,୩୦।୧୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜଛକ ସାଇ ମନ୍ଦିର ନିକଟରେ ଦୁଇଟିି ବଡ଼ ଶୁଖିଲା ଗଛ ଥିବାରୁ ୫୩ ନଂ. ରାଜ୍ୟ ରାଜପଥରେ ଯାତାୟାତ...

ଅସ୍ବାସ୍ଥ୍ୟକର ପରିବେଶରେ ପୌରପାଳିକା ମାର୍କେଟ, ଜମା ହୋଇ ରହୁଛି କୁଢ଼କୁଢ଼ ଅଳିଆ

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର କେନ୍ଦ୍ରସ୍ଥଳ ଗାନ୍ଧୀଛକ ନିକଟରେ ଥିବା ପୌରପାଳିକା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି। ମାର୍କେଟ ମଧ୍ୟରେ ଏବଂ ଡ୍ରେନ୍‌ ଗୁଡ଼ିକରେ କୁଢ଼କୁଢ଼ ଅଳିଆ...

Advertisement
Archives

Model This Week