Posted inଫୁରସତ

୧୯୯୫ କିଲୋ ଖେଚୁଡି ରାନ୍ଧିି ଗିନିଜ୍‌ ରେକର୍ଡ

ଶିମ୍‌ଲା: ହିମାଚଳ ପ୍ରଦେଶ ମଣ୍ଡି ଜିଲାର ତତ୍ତାପାଣିରେ ମକର ସଂକ୍ରାନ୍ତି ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ ଏଠାରେ ଏକ ସମୟରେ ଗୋଟିଏ ବାସନରେ ୧୯୯୫ କିଲୋ ଖେଚୁଡି ପ୍ରସ୍ତୁତ  କରାଯାଇଥିଲା। ଏହା ଏବେ ଗିନିଜ୍‌  ଓ୍ବାଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ବେଳେ ଏହାର ପ୍ରତିନିଧି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ପୂର୍ବରୁ ୯୧୮.୮ କିଲୋ ଖେଚୁଡି ପ୍ରସ୍ତୁତିର  ଓ୍ବାଲର୍‌ଡ ରେକର୍ଡ ରହିଥିଲା। ହେଲେ ଏହି ସ୍ଥାନର ଖେଚୁଡି  ସମସ୍ତ ରେକର୍ଡକୁ ଅତିକ୍ରମ କରିଛି। ସୂଚନାଯୋଗ୍ୟ,  ୨୫ ଜଣ ସେଫ୍‌ ପାଞ୍ଚ ଘଣ୍ଟାରେ ଏହି ଖେଚୁଡିକୁ ପ୍ରସ୍ତୁତ କରିଥିଲେ।
ଏଥିଲାଗି ୪୦୫ କିଲୋ ଚାଉଳ, ୧୯୦ କିଲୋ ଡାଲି, ୯୦ କିଲୋ ଘିଅ, ୫୫ କିଲୋ ମସଲା ଓ ୧୧୦୦ଲିଟର ପାଣି ବ୍ୟବହାର କରାଯାଇଥିଲା। ଏହାକୁ ଏକ ପିତ୍ତଳ ବାସନରେ ତିଆରି କରାଯାଇଥିବା ବେଳେ ଏଥିପାଇଁ ଏକ ସ୍ବତନ୍ତ୍ର ଚୁଲି କରାଯାଇଥିଲା। ଏହି ବାସନ ସାଢ଼େ ୫ ଫୁଟ୍‌ ଉଚ୍ଚ ଓ ୭ଫୁଟ୍‌ ଚଉଡା ରହିଥିବା ବେଳେ ଏହାକୁ ଚୁଲିରେ ବସାଇବା ପାଇଁ କ୍ରେନ୍‌ର ସାହାଯ୍ୟ ନିଆଯାଇଥିଲା। ୧୯୯୫ କିଲୋ ଖେଚୁଡିକୁ ପ୍ରାୟ ୨୦ହଜାର ଲୋକଙ୍କୁ ପରଷା ଯାଇଥିଲା। ପର୍ଯ୍ୟଟନ ବିଭାଗ ପକ୍ଷରୁ ତତ୍ତାପାଣିରେ ଆୟୋଜନ କରାଯାଇଥିବା ଖେଚୁଡି ମୁଖ୍ୟ ଆକର୍ଷଣ ରହିଥିଲା ବୋଲି ମୁଖ୍ୟ ସେଫ୍‌ ଏନ୍‌ଏଲ୍‌ ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତରୁ ଖସି ପଡ଼ିଲେ ଯୁବକ

ଛତ୍ରପୁର, ୧୧।୭ (ଦିଲ୍ଲୀପ ସାମଲ): ନିଜ ଘରର ଛାତ ଉପରେ କାମ କରୁଥିବା ବେଳେ ଛାତରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ…

କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ…

ସରିଛି ରବିଧାନ ସଂଗ୍ରହ, ସରିନି ଚାଷୀଙ୍କ ଦୁଃଖ ଏବେ ବି ମଣ୍ଡିରେ ପଡ଼ିଛି ଧାନ ଚାଷୀଙ୍କୁ ମିଳିନି ବିକ୍ରିଧାନର ପ୍ରାପ୍ୟ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ…

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri