Posted inଜାତୀୟ

୧୯୯୧ର ରାଜନୈତିକ ଡ୍ରାମା ମନେ ପକାଇଦେଲା ଶରଦ ପାଓ୍ବାରଙ୍କ ଏନ୍‌ସିପି…

ମୁମ୍ବାଇ,୨୩।୧୧: ସମ୍ପ୍ରତି ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ସ୍ଥିତି ୧୯୯୧ରେ କେନ୍ଦ୍ରରେ ଅବସ୍ଥା ସହିତ ମେଳ ଖାଉଛି। ସେତେବେଳେ ପ୍ରଧାନମନ୍ତ୍ରୀ ଡୋର ଧରିବା ନେଇ ହୋଇଥିବା ଡ୍ରାମାରେ ଶରଦ ପାଓ୍ବାର ପଛୁଆ ପଡ଼ିଯାଇଥିଲେ। ପ୍ରଧାନମନ୍ତ୍ରୀ ପଦ ପାଇଁ ଶରଦଙ୍କୁ ନେଇ ଚର୍ଚ୍ଚା ହେଉଥିବାବେଳେ ରାତାରାତି ସୋନିଆ ଗାନ୍ଧୀ ପି.ଭି. ନରସିଂହ ରାଓଙ୍କୁ ଏହି ପଦବୀରେ ବସାଇବା ଳାଗି ନିଷ୍ପତ୍ତି ନେଇଥିଲେ। ଏସମ୍ପର୍କରେ ଶରଦ ନିଜର ପୁସ୍ତକ ‘ଲାଇଫ୍‌ ଅନ୍‌ ମାଇଁ ଟର୍ମସ୍‌: ଫ୍ରମ୍‌ ଗ୍ରାସ୍‌ରୁଟ୍‌ ଆଣ୍ଡ କୋରିଡ଼ରର୍ସ ଅଫ୍‌ ପାଓ୍ବାର’ରେ ଉଲ୍ଲେଖ କରିଛନ୍ତି। ଗାନ୍ଧୀ ପରିବାର ଜଣେ ମୁକ୍ତ ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବାକୁ ଚାହୁଁ ନ ଥିବା ସେ ପୁସ୍ତକରେ ଲେଖିଛନ୍ତି। ସେହିପରି ଏବେ କଂଗ୍ରେସ-ଶିବସେନାକୁ ଝଟ୍‌କା ଦେଇ ଏନ୍‌ସିପି ଭାଜପାର ହାତ ଧରି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ଅଜିତ୍‌ ପାଓ୍ବାର ଭାଜପା ସହିତ ଗୁପ୍ତ ବୁଝାମଣା କରି ପୁଣି ଥରେ ଦେବେନ୍ଦ୍ର ଫଡ଼ନବିସଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେଥିପାଇଁ ଅଜିତ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି। ଅଜିତ୍‌ କହିଛନ୍ତି ଯେ, ଏସମ୍ପର୍କରେ ଶରଦଙ୍କୁ ପୂର୍ବରୁ ଜଣାଇଥିଲେ। ତେବେ ଏହାକୁ ଶରଦ ଅସ୍ବୀକାର କରିଛନ୍ତି। ମାତ୍ର ଅଜିତ୍‌ଙ୍କ ଏଭଳି ମନ୍ତବ୍ୟ ଶରଦଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଶ୍ରଦ୍ଧାଳୁଙ୍କ କରୋନା ଯାଞ୍ଚ ରହିବ ବାଧ୍ୟତାମୂଳକ

ଅନନ୍ତନାଗ,୬।୬: କରୋନା ଲକ୍‌ଡାଉନ ମଧ୍ୟରେ ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ଥର ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଅଗଷ୍ଟ ୩ମଧ୍ୟରେ...

୧୦ କିଲୋମିଟର ପାଇଁ ଆମ୍ବୁଲାନ୍ସ ନେଉଛି ୧୦ ହଜାର ଟଙ୍କା ଭଡା

ନୂଆଦିଲ୍ଲୀ,୨୦।୭: କରୋନା ସଙ୍କଟ ସମୟରେ ଆମ୍ବୁଲାନ୍ସର ଭଡାକୁ ନେଇ ଏବେ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଏମିତିକି ଏବେ ରୋଗୀ ୧୦-୧୫...

ପୋଲିସ ଟ୍ରେନିଂ ସେଣ୍ଟରରେ କରୋନା

ରାୟପୁର,୧୬।୭: ଛତିଶଗଡ଼ ରାଜନାନ୍ଦଗାଓଁ ସ୍ଥିତ ପୋଲିସ ଟ୍ରେନିଂ ସେଣ୍ଟରରେ ବ୍ୟାପିଲା କରୋନା। ଏଠାରେ ୩୫ଜଣ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଉକ୍ତ ଅଞ୍ଚଳକୁ...

ସୀମା ସ୍ଥିତି ଅନୁଧ୍ୟାନ କଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୪ା୯(ପି.ଟି.) :ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବଣେ ଗୁରୁବାର ଲଦାଖକୁ ଦୁଇଦିନିଆ ଗସ୍ତରେ ଯାଇ ଉକ୍ତ ଅଞ୍ଚଳର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିକଟରେ ଚାଇନା...

ଜୟସାଲମେର ଗଲେ କଂଗ୍ରେସ ବିଧାୟକ

ଜୟସାଲମେର/ଜୟପୁର, ୧।୮(ପି.ଟି.): ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱ ଏକ ହୋଟେଲରେ ଅବସ୍ଥାନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ...

ଏଲ୍‌ଏସିରେ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ୟମ

ନୂଆଦିଲ୍ଲୀ,୨ା୯: ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦରେ ସ୍ଥିତାବସ୍ଥା ବଦଳାଇବା ପାଇଁ ସାମରିକ ଉତ୍ତେଜନା ସୃଷ୍ଟିକାରୀ ଉଦ୍ୟମ କରିଥିଲା। ଚାଇନାର ଏପରି କାର୍ଯ୍ୟ ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ...

ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବାକୁ ମିଳିିବନି ଅନୁମତି: ଡିଜିପି

ଲକ୍ଷ୍ନୌ,୨୨।୧୨: ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବା ଅନୁମତି ମିଳିବ ନାହିଁ ବୋଲି ତ୍ତରପ୍ରଦେଶ ଡିଜିପି ଓ.ପି. ସିଂ ସୂଚନା ଦେଇଛନ୍ତି। ତୃଣମୂଳ ନେତା...

ପଞ୍ଜାବକୁ ଚଣ୍ଡିଗଡ଼ ହସ୍ତାନ୍ତର ଦାବି

ଚଣ୍ଡିଗଡ଼,୨ା୪: ଚଣ୍ଡିଗଡ଼ରେ ପଞ୍ଜାବ ସେବା ନିୟମ ପରିବର୍ତ୍ତେ କେନ୍ଦ୍ରୀୟ ସେବା ନିୟମାବଳୀ ଲାଗୁ ହେବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କିଛିଦିନ ପୂର୍ବରୁ ଘୋଷଣା କରିଥିଲେ।...

Advertisement
Archives

Model This Week