୧୮ ଭାରତୀୟ କମ୍ପାନୀ ଫୋର୍ବ୍ସ ତାଲିକାରେ

ନୂଆଦିଲ୍ଲୀ,୨୫-୯: ଫୋର୍ବ୍ସର ସମ୍ମାନିତ କମ୍ପାନୀ ତାଲିକାରେ ୧୮ ଭାରତୀୟ କମ୍ପାନୀ ସ୍ଥାନ ପାଇଛି। ତନ୍ମଧ୍ୟରେ ଆଇଟି କମ୍ପାନୀ ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ଏବଂ ଏଫ୍‌ଡିଏଫ୍‌ସି ସାମିଲ ହୋଇଛି। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟରତ କମ୍ପାନୀ ଇନ୍‌ଫୋସିସ୍‌ ବିଶ୍ୱର ସମ୍ମାନୀତ କମ୍ପାନୀ ତାଲିକାରେ ତୃତୀୟ ସ୍ଥାନ ହାସଲ କରିଛି। ବିଶ୍ୱ ପେମେଣ୍ଟ ପ୍ରଯୁକ୍ତି କମ୍ପାନୀ ଭିଜା ଏହି ତାଲିକାର ଶୀର୍ଷରେ ଏବଂ ଇଟାଲୀର କାର୍‌ କମ୍ପାନୀ ଫେରାରୀ ଦ୍ୱିତୀୟ ସ୍ଥାନରେ ରହିଛି। ଇନ୍‌ଫୋସିସ୍‌ ଗତବର୍ଷ ଏହି ତାଲିକାର ୩୧ତମ ସ୍ଥାନରେ ରହିଥିଲା। ତାଲିକାର ଶୀର୍ଷ ୧୦ କମ୍ପାନୀ ମଧ୍ୟରେ ନେଟ୍‌ଫ୍ଲିକ୍ସ ଚତୁର୍ଥ, ପେପଲ୍‌ ପଞ୍ଚମ, ମାଇକ୍ରୋସଫ୍ଟ ଷଷ୍ଠ, ଓ୍ବାଲ୍ଟ ଡିଜନୀ ସପ୍ତମ, ଟୟୋଟା ମୋଟର ଅଷ୍ଟମ, ମାଷ୍ଟରକାର୍ଡ ନବମ ଏବଂ କାଷ୍ଟକୋ ହୋଲସେଲ୍‌ ଦଶମ ସ୍ଥାନରେ ରହିଛି। ତାଲିକାରେ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀଗୁଡ଼ିକ ହେଲେ ଇନ୍‌ଫୋସିସ୍‌(୩), ଟିସିଏସ୍‌(୨୨), ଟାଟା ମୋଟର୍ସ(୩୧), ଟାଟା ଷ୍ଟିଲ୍‌(୧୦୫), ଲାର୍ସନ ଆଣ୍ଡ ଟୁବ୍ରୋ(୧୧୫), ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା(୧୧୭), ଏଚ୍‌ଡିଏଫ୍‌ସି(୧୩୫),ବଜାଜ ଫିନ୍‌ସର୍ଭ(୧୪୩), ପିରାମଲ ଏଣ୍ଟରପ୍ରାଇଜେସ୍‌(୧୪୯), ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ(୧୫୩), ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌(୧୫୫), ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ(୧୫୭), ଓ୍ବିପ୍ରୋ(୧୬୮), ଏଚ୍‌ଡିଏଫ୍‌ଡି ବ୍ୟାଙ୍କ(୨୦୪), ସନଫାର୍ମା ଇଣ୍ଡଷ୍ଟ୍ରିଜ(୨୧୭), ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(୨୨୪), ଆଇଟିସି(୨୩୧) ଏବଂ ଏସିଆନ ପେଣ୍ଟସ(୨୪୮)। ବିଶ୍ୱର ୨୫୦ ସମ୍ମାନୀତ କମ୍ପାନୀ ତାଲିକାରେ ସର୍ବାଧିକ ୫୯ କମ୍ପାନୀ ଆମେରିକାର ବୋଲି ଜଣାପଡିଛି। ଏହାପରେ ଜାପାନ, ଚାଇନା ଓ ଭାରତର ରହିଛି। ଜାପାନ, ଚାଇନା ଓ ଭାରତର ମୋଟ ୮୨ କମ୍ପାନୀ ତାଲିକାରେ ସାମିଲ ହୋଇଛନ୍ତି। ଗତବର୍ଷ ଏହି ୩ ଦେଶର ୬୩ କମ୍ପାନୀ ଉକ୍ତ ତାଲିକାରେ ସାମିଲ ହୋଇପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷ୍ଣସାର ମୃଗ ଛୁଆ ଗୋଡ଼ାଇଲା ବୁଲା କୁକୁର, ଜୀବନ ବିକଳରେ ଏଣେତେଣେ ଦୌଡ଼ି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?