୧୮୩ ଥର ହେଲିକପ୍ଟର ବ୍ୟବହାର କରିଛନ୍ତି ନେତା, ଅଫିସର

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ବିଜେଡିର ବହୁ ନେତା ବିଗତ ଦିନରେ ସରକାରୀ ଅର୍ଥରେ ହେଲିକପ୍ଟର ବ୍ୟବହାର କରୁଥିବା ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଥିଲା। ଏନେଇ ବିଧାୟକ ତାରା ପ୍ରସାଦ ବାହିନୀପତି ମଙ୍ଗଳବାର ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦର୍ଶାଇଛନ୍ତି, ୨୦୧୪ ପରଠାରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ସଚିବମାନେ ହେଲିକପ୍ଟର ଯୋଗେ ବହୁଥର ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଛନ୍ତି। ଏହି ସମସ୍ତ ଗସ୍ତ ସମ୍ପୂର୍ଣ୍ଣ ସରକାରୀ ଏବଂ ରାଜ୍ୟର ସ୍ବାର୍ଥ ସମ୍ବନ୍ଧିତ ବୋଲି ସେ କହିଛନ୍ତି। ତାଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ବହୁ ମନ୍ତ୍ରୀ ଏବଂ ଅଫିସର୍‌ ହେଲିକପ୍ଟର ବ୍ୟବହାର କରି ବିଭିନ୍ନ ଅଞ୍ଚଳକୁ ଗସ୍ତ କରିଛନ୍ତି। ଏଥିପାଇଁ ସେମାନେ ମୋଟ ୧୮୩ ଥର ହେଲିକପ୍ଟର ବ୍ୟବହାର କରିଛନ୍ତି। ଏଥି ମଧ୍ୟରୁ ଅଧିକାଂଶ ସରକାରୀ ଅଧିକାରୀ ଏକାଧିକବାର ବ୍ୟବହାର କରିଥିବା ଦର୍ଶାଯାଇଛି। ଅନ୍ୟପଟେ ଏନେଇ ସରକାରଙ୍କ ପକ୍ଷରୁ କେତେ ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ମନ୍ତ୍ରୀ ଉଲ୍ଲେଖ କରିନାହାନ୍ତି। ଅନ୍ୟପଟେ ମନ୍ତ୍ରୀଙ୍କ ଏହି ଉତ୍ତର ଦେଖିବା ପରେ ବିରୋଧୀ ଦଳର କେତେଜଣ ସଦସ୍ୟ କଡା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ...

ଉଦୟପୁର ବେଶିଲ୍‌ ଇଣ୍ଟରନ୍ୟାଶନାଲରେ ଏନଫୋର୍ସମେଣ୍ଟ ଟିମ୍‌

ଭୋଗରାଇ, ୬।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁରସ୍ଥିତ ବେଶିଲ ଇଣ୍ଟରନ୍ୟାଶନାଲ ଭଗ୍ନପ୍ରାପ୍ତ ପଞ୍ଚତାରକା ହୋଟେଲରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟର ଗୌହାଟି ଇଡି ଆସିଷ୍ଟାଣ୍ଟ କମିଶନର ଚନ୍ଦ୍ରମଣି...

୩ ମାସରେ ସଫା ହେବ ବିନ୍ଦୁସାଗର

ଭୁବନେଶ୍ୱର, ୫ା୬(ବ୍ୟୁରୋ)- ଆସନ୍ତା ୩ ମାସ ମଧ୍ୟରେ ଐତିହ୍ୟ ପୁସ୍କରିଣୀ ବିନ୍ଦୁସାଗରର ସଫେଇ କାର୍ଯ୍ୟ ସରିବ। ଏନେଇ ରାଜ୍ୟ ସରକାରଙ୍କ ସେତୁ ନିର୍ମାଣ ନିଗମ (ଓବିସିସି)...

ହୋମ୍‌ କ୍ୱାରାଣ୍ଟାଇନ୍‌ ସହ ମହାପ୍ରଭୁଙ୍କ ଅଣସରକୁ ତୁଳନା କଲେ ବାଗ୍‌ଚୀ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): ଯେଉଁମାନେ ବିଦେଶରୁ ଆସିଛନ୍ତି ସେମାନେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଏବେ ଅନେକ ବିଦେଶ...

ରାଜଧାନୀ ଭୁବନେଶ୍ୱରରୁ ଆଉ ୩୦୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୩।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଆଉ ୩୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା...

ରାଜ୍ୟରେ ସୁସ୍ଥ ହେଲେ ପୁଣି ୫୧୫ କରୋନା ଆକ୍ରାନ୍ତ: ୧୨ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର,୧୯।୭(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୯୯ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡରୁ...

ବାବୁସାନ ଶ୍ରେଷ୍ଠ ଅଭିନେତା, ଭୂମିକା ଶ୍ରେଷ୍ଠ ଅଭିନେତ୍ରୀ

ପୁରୀ ଅଫିସ, ୯ା୨: ୱିନିଂ ଏବଂ ସ୍ପୋର୍ଟିଂ କ୍ଲବ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋଲ୍ଡେନ ବିିଚ୍‌ରେ ଦୁଇଦିନିଆ ୧୫ତମ ଓଡ଼ିଆ ଫିଲ୍ମ ଓ ଟିଭି ଆୱାର୍ଡ...

ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦର୍ଶନ: ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ ଅଫିସ,୧।୧: ଆରମ୍ଭ ହୋଇଛି ବର୍ଷ ୨୦୨୦। ନୂଆବର୍ଷର ପ୍ରଥମ ସୂର୍ଯ୍ୟଦର୍ଶନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଛି।...

Advertisement


Archives

Model This Week