୧୮ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଅଂଶଧନ ୭୫%କୁ ହ୍ରାସ ପାଇବ

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ଅଂଶଧନ ହ୍ରାସ ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ଆୟ କରିବାକୁ ପ୍ରୟାସ ଚଳାଇଛନ୍ତି। ଏଥିଲାଗି ୧୮ ରାଷ୍ଟ୍ରାୟତ୍ତ କମ୍ପାନୀ, ସଂସ୍ଥାର ଅଂଶଧନକୁ ୭୫%କୁ ହ୍ରାସ କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଉଲ୍ଲେଖଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ କରି ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ କମ୍ପାନୀ, ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ୧.୦୫ ଲକ୍ଷ କୋଟି ଟଙ୍କା ଆଦାୟ କରାଯିବ ବୋଲି କହିଥିଲେ। ଗତବର୍ଷ ୮୫ ହଜାର କୋଟି ଟଙ୍କା ଆଦାୟ ହୋଇଥିଲା। ସେବିର ନିୟମ ଅନୁଯାୟୀ ସରକାର ତାଲିକାଭୁକ୍ତ ରାଷ୍ଟ୍ରାୟତ୍ତ କମ୍ପାନୀ, ସଂସ୍ଥାରୁ ଅଂଶଧନ ପ୍ରତ୍ୟାହାର କରିନେବେ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସରକାର ରାଷ୍ଟ୍ରାୟତ୍ତ ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଜିଆଇସି), ନ୍ୟୁ ଇଣ୍ଡିଆ ଆସୁରାନ୍ସରୁ ୧୦ ପ୍ରତିଶତ ଲେଖାଏ ଅଂଶଧନ ବିକିବେ। ଫଳରେ ଏ ଦୁଇଟି କମ୍ପାନୀରେ ସରକାରଙ୍କ ଅଂଶଧନ ୭୫%କୁ ଖସିଆସିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ…

ନୂଆଦିଲ୍ଲୀ,୮।୧୨ : ଟୁଇଟର, ଗୁଗଲ, ଫେସବୁକ, ପେପସିକୋ ପରେ ବର୍ତ୍ତମାନ ଆମାଜନ ମଧ୍ୟ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପ୍ୟୁଟର ୱାଲର୍‌ଡର ଏକ...

ଟିକସ ବୃଦ୍ଧି ପ୍ରସଙ୍ଗରେ ୩ ଅଧିକାରୀଙ୍କୁ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୯।୪: ଅତି ଧନୀଙ୍କ ଉପରେ ଟିକସ ବୃଦ୍ଧି କରିବା ନେଇ ସରକାରଙ୍କୁ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌)ର ୫୦ ଜଣ ଅଧିକାରୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)କୁ...

ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ପୁଣି ଟାରିଫ ପ୍ରସଙ୍ଗ ଉଠାଇଲେ ଟ୍ରମ୍ପ

ଟୋକିଓ/ନୂଆଦିଲ୍ଲୀ,୨୮-୬: ଜି-୨୦ ସମ୍ମିଳନୀ ଅବସରରେ ଜାପାନର ଓସାକା ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ବୈଠକରେ ଦୁଇ...

ଭାରତ ହାରିଲା କେୟର୍ନ ଟିକସ ମାମଲା

ନୂଆଦିଲ୍ଲୀ,୨୪।୧୨ : ବ୍ରିଟେନର ଶକ୍ତିି କମ୍ପାନୀ କେୟର୍ନ ବିରୋଧରେ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ ଟ୍ରିବ୍ୟୁନାଲରେ ଚାଲିଥିବା ଟିକସ ମାମଲାରେ ଭାରତକୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। ଉକ୍ତ...

୫ଜି ପ୍ରଭାବ: ଆମେରିକାକୁ ବହୁ ବିମାନ ବାତିଲ

ନ୍ୟୁୟର୍କ,୨୦ା୧: ଆମେରିକାରେ ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ବୁଧବାର ନୂଆ ୫ଜି ସେବା ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିମାନ ଚଳାଚଳ କ୍ଷେତ୍ରରେ...

ଓ୍ବିପ୍ରୋ ଶେୟାରଧାରୀଙ୍କୁ ଶେଷପତ୍ର ଲେଖିଲେ ପ୍ରେମ୍‌ଜୀ

ନୂଆଦିଲ୍ଲୀ,୧୭-୭: ବୁଧବାର ଓ୍ବିପ୍ରୋର ଜୁନ୍‌ରେ ଶେଷ ହେଉଥିବା ତ୍ରୈମାସ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ କମ୍ପାନୀ ସିଏମ୍‌ଡି ଭାବେ ଅଜୀମ ପ୍ରେମ୍‌ଜୀ...

୧୭.୫ଲକ୍ଷ ହ୍ବାଟ୍ସଆପ୍‌ ଆକାଉଣ୍ଟ ବନ୍ଦ

ଭୁବନେଶ୍ୱର,୩ା୧: ସାରା ବିଶ୍ୱରେ ଲୋକପ୍ରିୟ ସୋସିଆଲ ମିଡିଆ ଆପ୍‌ ‘ହ୍ବାଟ୍ସଆପ୍‌’ ବିଭିନ୍ନ କାରଣ ପାଇଁ ଅନେକ ଆକାଉଣ୍ଟକୁ ବନ୍ଦ କରିଦେଇଛି। ପ୍ଲାଟଫର୍ମର ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ...

ସରକାରୀ ପ୍ରତିଭୂତିରେ ଖୁଚୁରା ନିବେଶକଙ୍କୁ ପ୍ରତ୍ୟକ୍ଷ ସୁଯୋଗ

ନୂଆଦିଲ୍ଲୀ: ଖୁଚୁରା ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ଆର୍‌ବିଆଇ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସରକାରଙ୍କ ପ୍ରତିଭୂତି କ୍ରୟ କରିବା ଦିଗରେ ଏଣିକି ଖୁଚୁରା...

Advertisement
Archives

Model This Week