୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍‌ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍‌(ମହାବଲୀପୁରମ୍‌)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହାର ପ୍ରକୃତ କାରଣ ହେଲା ଚାଇନା ଏବଂ ମାମଲ୍ଲାପୁରମ୍‌ ମଧ୍ୟରେ ରହିଥିବା ଘନିଷ୍ଟ ସମ୍ପର୍କ। ଆଉ ଏହି ସମ୍ପର୍କ ବହୁ ପୁରୁଣା। ୧୭୦୦ ବର୍ଷ ତଳେ ଏହି ସହର ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ଯୋଡ଼ିଥିଲା, ଯାହାକି ଏ ପର୍ଯ୍ୟନ୍ତ ଅତୁଟ ରହିଛି। ଚାଇନାରେ ବୌଦ୍ଧ ଧର୍ମର ଯେଉଁ ସମ୍ପ୍ରଦାୟର ଅଧିକ ପ୍ରଚାର ପ୍ରସାର ଘଟିଛି, ସେଥିରେ ମାମଲ୍ଲାପୁରମ୍‌ ସହରର ମୁଖ୍ୟ ଭୂମିକା ରହିଛି। କେବଳ ଧର୍ମ ନୁହେଁ ଦୁଇ ଦେଶ ମଧ୍ୟରେ ବାଣିଜି୍ୟକ କାରବାର କ୍ଷେତ୍ରରେ ମଧ୍ୟ ଏହି ସହର ଏକଦା ପ୍ରମୁଖ କେନ୍ଦ୍ର ଥିଲା।
ବିଷୟ ହେଲା ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ଇତିହାସରେ ବିଶେଷ ରୁଚି ରହିଛି, ଯାହାକି ମୋଦି ବେଶ୍‌ ଜାଣନ୍ତି। ଏହାସହ ବିଦେଶୀ ରାଷ୍ଟ୍ର ପ୍ରମୁଖଙ୍କ ଗସ୍ତ ସମୟରେ ସେମାନଙ୍କୁ ନୂଆଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟ ପ୍ରମୁଖ ସହର ବୁଲାଇବା ଏବଂ ଦେଖାଇବା ଦ୍ୱାରା ଭାରତର ସ୍ବତନ୍ତ୍ରତା ସମ୍ପର୍କରେ ସେମାନେ ଜାଣିପାରିବେ। ଚାଇନାର ପ୍ରସିଦ୍ଧ ପରିବ୍ରାଜକ ହୁଏନ୍‌ ସାଂ ମଧ୍ୟ ମାମଲ୍ଲାପୁରମ୍‌ ଯାତ୍ରାରେ ଆସିଥିଲେ ଏବଂ ନିଜ ଲେଖା ମାଧ୍ୟମରେ ଏହି ସହରର ଗୁଣଗାନ କରିଥିଲେ। ସହରର ବଡ଼ ସ୍ବତନ୍ତ୍ରତା ହେଲା ଚାଇନାର ତତ୍କାଳୀନ ଶାସକମାନେ ପଲ୍ଲବ ବଂଶର ରାଜାମାନଙ୍କ ସହ ସମ୍ଭବତଃ ପ୍ରଥମ ପ୍ରତିରକ୍ଷା ବୁଝାମଣା କରିଥିଲେ। ଏଥିରେ ଦକ୍ଷିଣ ଭାରତରେ ରାଜତ୍ୱ ବିସ୍ତାର କରିଥିବା ପଲ୍ଲବ ବଂଶର ରାଜାଙ୍କୁ ଚାଇନାର ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। ସେହି ସମୟରେ ଦକ୍ଷିଣ ଭାରତ ଚାଇନା ପାଇଁ ଏକ ପ୍ରମୁଖ ବାଣିଜି୍ୟକ ପେଣ୍ଠସ୍ଥଳୀ ପାଲଟିଥିଲା। ପଲ୍ଲବ ବଂଶ ଏବଂ ଚୋଳ ବଂଶର ରାଜାଙ୍କ ଶାସନର ପ୍ରଚାର ପ୍ରସାର କ୍ଷେତ୍ରରେ ମଧ୍ୟ ଚାଇନାର ତକତ୍ାଳୀନ ଶାସକମାନେ ସହଯୋଗ କରିଥିବା ଜଣାପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ରେମ୍‌ଡେସିଭିର୍‌ ଦାମ୍‌ କମିଲା

ମୁମ୍ବାଇ, ୧୮।୪(ଆଇଏଏନ୍‌ଏସ୍‌): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜୀବନ ରକ୍ଷାକାରୀ ଔଷଧ ଭାବେ ବ୍ୟବହୃତ ହେଉଥିବା ରେମ୍‌ଡେସିଭିର୍‌ ଇଞ୍ଜେକ୍‌ଶନ ଦାମ୍‌ ସରକାର ପାଖାପାଖି ୫୦ ପ୍ରତିଶତ...

ମନୋହର ପାରିକରଙ୍କ ପୁଅ କରୋନା ପଜିଟିଭ

ପଣଜୀ,୧୬।୮: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ରବିବାର ତାଙ୍କ...

ଆଖି ପିଛୁଳାକେ ପାଣିରେ ରକେଟ ଭଳି ପଳାଉଛି କୁକୁଡ଼ା ଛୁଆ , ଆଉ ତା ପରେ

ସୋସିଆଲ ମିଡିଆରେ  କୁକୁଡ଼ା ଛୁଆକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି କୁକୁଡ଼ା ଛୁଆଟିକୁ ଆଣି ବାହାରେ ଛାଡିବା ବେଳେ ସେ...

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ଜାରି ରହିଛି: ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଲେ ମୋଦି

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅଲ୍‌ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ହେଉଥିବା ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି, ଜାତିର ପିତା ମହାତ୍ମା...

ଥରିଲା ମହାରାଷ୍ଟ୍ର

ପାଲଘର,୧୪।୧୨: ମହାରାଷ୍ଟ୍ରରେ ଶନିବାର ସକାଳେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮ ସକାଳ ପ୍ରାୟ ୫ଟା ୨୨ରେ ଏହି...

ନିଜ ସ୍ବାମୀଙ୍କ ଫଟୋ ଶେୟାର କରି ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୪।୬:କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ଅଭିନେତ୍ରୀ ସ୍ମୃତି ଇରାନୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଶେୟାର ହୋଇଥିବା ଫଟୋରେ ସ୍ବାମୀ ଜୁବିନ ଇରାନୀ ଓ...

କଂଗ୍ରେସ ଛାଡ଼ିଲେ କରଣ ସିଂଙ୍କ ପୁଅ

ନୂଆଦିଲ୍ଲୀ,୨୩ା୩: ଜମ୍ମୁ-କଶ୍ମୀରର ପ୍ରଥମ ରାଜ୍ୟପାଳ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କରଣ ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ କଂଗ୍ରେସ ତୃଣମୂଳ...

୭ଫୁଟରୁ ଅଧିକ ଲମ୍ବର କନ୍ଦମୂଳ, ଦେଖିବାକୁ ଯୁବଚାଷୀଙ୍କ ଘରେ ଜମୁଛି ଭିଡ଼

ନିଶ୍ଚିନ୍ତକୋଇଲି,୧୧ା୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ନତକାଇ ଗ୍ରାମରେ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବାଡ଼ିରେ ୭ ଫୁଟ ୧୦ ଇଞ୍ଚ ଲମ୍ବର କନ୍ଦମୂଳ ଫଳିଛି। ଏତେ ବଡ଼...

Advertisement
Archives

Model This Week