୧୭ଶହ କିମି ସାଇକେଲ ଚଳାଇ ଘରକୁ ଫେରିଲେ ୮ଶ୍ରମିକ

ସୋହେଲା,୧୦ା୫(ଡି.ଏନ.ଏ.): ପେଟପାଟଣା ପାଇଁ ନିଜ ଭଟାମାଟି ଛାଡି ଗୁଜରାଟର ସୁରଟ ଯାଇଥିଲେ। ହେଲେ ଲକ୍‌ଡାଉନ ପରେ କର୍ମସଂସ୍ଥାନ ହରାଇ ହାହୁତାଶ ମଧ୍ୟରେ ଦିନ କାଟୁଥିବା ୮ପ୍ରବାସୀ ଓଡିଆ ଶ୍ରମିକ ଶେଷରେ ସାଇକେଲରେ ଓଡିଶା ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୨ତାରିଖ ସକାଳୁ ସାଇକେଲରେ ଓଡିଶା ଅଭିମୁଖେ ବାହାରିଥିଲେ ପୁରୀ ଜିଲା କଣାସ ବ୍ଲକ କାଳିଘଡି ଗ୍ରାମର ସର୍ବେଶ୍ୱର ରାଉତରାୟ, ପିଣ୍ଟୁ ଉଦନରାୟ, ସୀଦେନ ବଳୀୟାର ସିଂ, ଅଶୋକ ପାସିଂ, ଖୋର୍ଦ୍ଧା ଡାଙ୍ଗପଡାର ପ୍ରମୋଦ ସାମନ୍ତରାୟ, ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୁଅନମୁହି ଗ୍ରାମର ଗୋରା ବେହେରା, ଯୁଧେଷ୍ଟି ବେହେରା ଓ ହିଂଜିଳୁକାଟୁ ବ୍ଲକ ଗିରୀଆ ନାରାୟଣପୁର ଗ୍ରାମର ଟୁନୁ ଭୋଳ ପ୍ରମୁଖ ଶ୍ରମିକ। ରବିବାର ସକାଳେ ସେମାନେ ଓଡିଶା ରାଜ୍ୟ ସୀମା ବରଗଡ ଜିଲା ସୋହେଲା ବ୍ଲକ ଲୁହୁରାଚଟି ଚେକ୍‌ଗେଟରେ ପହଞ୍ଚିବା ପରେ ଦୀର୍ଘ ୯ଦିନର ପ୍ରାୟ ୧୭ଶହ କିମି ସାଇକେଲ ଯାତ୍ରା ସମ୍ପର୍କରେ ବଖାଣିଥିଲେ। ଘରକୁ ଫେରିବାର ଅନ୍ୟ କୌଣସି ଉପାୟ ନପାଇ ଆମେ ସମସ୍ତେ ସାଇକେଲରେ ଫେରିବାକୁ ନିଷ୍ପତ୍ତି ନେଇ ବାହାରିଥିଲୁ । ଯେଉଠି ଟିକିଏ ସୁବିଧା ମିଳୁଥିଲା ବିଶ୍ରାମ ନେଇ ପୁଣି ଯାତ୍ରା ଆରମ୍ଭ କରୁଥିଲି। ନିଜ ରାଜ୍ୟରେ ପାଦ ଦେବା ପରେ ଖୁସି ଲାଗୁଛି ବୋଲି ଶ୍ରମିକମାନେ କହିଛନ୍ତି। ଆଉ କେଇଘଣ୍ଟା ପରେ ଭିଟାମାଟିରେ ପହଞ୍ଚିଯିବୁ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ଚଳଚଞ୍ଚଳ କପିଳାସ

ଢେଙ୍କାନାଳ ଅଫିସ, ୨୧।୨ – ପ୍ରସିଦ୍ଧ ମହାଶିବରାତ୍ରି ଏବଂ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପୀଠ। ଜାଗରଯାତ୍ରା ଅବ୍ୟବହିତ...

ମହାନଗରରେ ବଦଳୁଛି ରାଜନୈତିକ ଚିତ୍ର

ବ୍ରହ୍ମପୁର ଅଫିସ,୨୮।୩: ଗଞ୍ଜାମ ଜିଲାର ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ଚଳିତ ପୌର ନିର୍ବାଚନରେ ଖାତା ଖୋଲିଛି ଭାଜପା। ୨୦୧୩ ନିର୍ବାଚନରେ ଜଣେ ବି କର୍ପୋରେଟର...

ଜୁଆ ଆଡ୍ଡା ଉପରେ ଚଢାଉ: ୧୬ ଗିରଫ, ୧ ଲକ୍ଷ ୫୩ ହଜାର ଟଙ୍କା ସହ ୧୮ ମୋବାଇଲ ଜବତ

ହିଞ୍ଜିଳିକାଟୁ ୪।୦୯(ଡି.ଏନ.ଏ): ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମପଞ୍ଚାୟତର ମାଛବନ୍ଧଠାରେ ପୋଲିସ ଏକ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ କରିଛି। ଚଢାଉରେ ୧୬...

ଖାଦ୍ୟ, ମାସ୍କ ବଣ୍ଟନ

ଖଇରା,୩୦।୪(ଡି.ଏନ.ଏ.)-ଫାଉଣ୍ଡେଶନ ଟ୍ରଷ୍ଟ ଓ ଆର୍ଯ୍ୟାନ ସଙ୍ଗଠନ ତରଫରୁ ବୁଧବାର ଖଇରା ବ୍ଲକର ଡଗରପଡା ପଞ୍ଚାୟତରେ ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ମହମ୍ମଦ...

ଆନ୍ତଃ ରାଜ୍ୟ ର଼୍ୟାକେଟ ସମ୍ପୃକ୍ତି: ୯ ଗିରଫ

ସମ୍ବଲପୁର,୧ା୭(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଗଡଗଡବାହାଲ ନିକଟ ଗାୟତ୍ରୀ କମ୍ପାନୀ ଅଫିସ ନିକଟରେ ଗୁରୁବାର ହାଇୱାଗୁଡିକୁ କାଟି...

୧୦୭ ଭୋଟ ପାଇ ପାରାଦୀପ ମଜଦୁର ସଂଘ ପ୍ରଥମ

ପାରାଦୀପ,୨୯।୧୦(ସ୍ବ.ପ୍ର.): ବହୁ ପ୍ରତୀକ୍ଷିତ ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି (ବୋର୍ଡ ସଦସ୍ୟ)ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏଥିରେ ପାରାଦୀପ ବନ୍ଦର ମଜ୍‌ଦୁର ସଂଘ ୧୦୭ ଓ...

 ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଦୋଷୀଙ୍କୁ ୫ବର୍ଷ୧୦ମାସ ଜେଲ

ବାଲେଶ୍ୱର ଅଫିସ,୨୪।୪:  ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି (ପୋକ୍‌ସୋ) ରଞ୍ଜନ କୁମାର ସୁତାର ସୋମବାର ଏକ ନାବାଳିକା ଯୌନ...

ହିତାଧିକାରୀ ଚୟନ ପ୍ରକ୍ରିୟାରେ ପାତରଅନ୍ତର ଅଭିଯୋଗ: ପୌରପାଳିକା ଘେରାଉ କରିବା ନେଇ କଂଗ୍ରେସର ଦାବିପତ୍ର

ଭଦ୍ରକ ଅଫିସ,୧୩ା୫: ଦେଶରେ ମହାମାରୀ କରୋନା ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଚେଷ୍ଟା...

Advertisement
Archives

Model This Week