୧୬ ବର୍ଷ ଭିତରେ ଏମିତି ବଦଳି ଯାଇଛନ୍ତି ପୂର୍ବତନ ବିଶ୍ୱ ସୁନ୍ଦରୀ, ବିନା ମେକ୍‌ଅପ୍‌ରେ ଶେୟାର କଲେ ଫଟୋ

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀମାନେ ବିନା ମେକ୍‌ଅପ୍‌ର ଫଟୋ ଶେୟାର କରି ଚର୍ଚ୍ଚାରେ ରହୁଛନ୍ତି। ସେମାନଙ୍କୁ ମଧ୍ୟରୁ ଜଣେ ପୂର୍ବତନ ବିଶ୍ୱସୁନ୍ଦରୀ ଫ୍ୟାନ୍‌ମାନଙ୍କ ପାଇଁ ଏକ ଫଟୋ ଶେୟାର କରିଛନ୍ତି । ଆଉ କେହି ନୁହନ୍ତି, ସେ ହେଉଛନ୍ତି ଲାରା ଦତ୍ତ। ଲାରା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଯେଉଁଥିପାଇଁ ଫ୍ୟାନମାନଙ୍କ ସହ ତାଙ୍କର ଫଟୋ ଶେୟାର କରିବାକୁ ଆଦୌ ଭୁଲୁନାହାନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ବିନା ମେକ୍‌ଅପ୍‌ରେ ଥିବା ଏକ ଫଟୋ ଶେୟାର କରିଛନ୍ତି। ଫଟୋଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଲାରା କ୍ୟାପ୍‌ଶନ ଲେଖିଛନ୍ତି ‘ସକାଳର ଚେହେରା’‘ଭୟ କରନା’। ନିଜ ଫଟୋ ସହିତ ପୋଷା କୁକୁର କିକିର ଫଟୋ ବି ଶେୟାର କରିଛନ୍ତି।

ଲାରାଙ୍କ ବିନା ମେକ୍‌ଅପ୍‌ ଫଟୋକୁ ୟୁଜରମାନେ ଖୁବ୍‌ ପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ନ୍ୟାଚୁରାଲ। ଅନ୍ୟ ଜଣେ ଲେଖିଛନ୍ତି ଲାରା ଖୁବ୍‌ ସୁନ୍ଦର। ଏହା ପୂର୍ବରୁ ବିନା ମେକ୍‌ଅପ୍‌ରେ କରୀନା କପୁର, କାଜଲ ଅଗ୍ରଓ୍ବାଲ, ସୋନମ କପୁର ସୋସିଆଲ ମିଡିଆରେ ଫଟୋ ଶେୟାର କରିସାରିଛନ୍ତି। କିନ୍ତୁ ଲାରାଙ୍କ ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରି ସୁନ୍ଦର ମତାମତ ମଧ୍ୟ ଦେଇଛନ୍ତି। କହିରଖୁଛୁ, ୧୬ ବର୍ଷ ପୂର୍ବରୁ ଲାରା ପ୍ରଥମେ ‘ଅନ୍ଦାଜ’ ଫିଲ୍ମରେ ଅଭିନୟ କରିଥିଲେ। ପ୍ରଥମ ଫିଲ୍ମରେ ଲାରାଙ୍କୁ ଆଓ୍ବାର୍ଡ ମିଳିଥିଲା।

୨୦୧୧ରେ ଲାରା ଟେନିସ୍‌ ଖେଳାଳି ମହେଶ ଭୂପତିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କର ଏକ ଝିଅ ଅଛି। ବିବାହ ପରେ ଲାରା କମ୍‌ ଫିଲ୍ମରେ ନଜର ଆସିଛନ୍ତି। ସିଙ୍ଗ୍‌ ଇଜ୍‌ କିଙ୍ଗ୍‌, ଡନ୍‌-୨, ଅଜହର, ଓ୍ବେଲକମ୍‌ ଟୁ ନ୍ୟୁୟର୍କ। ଏହା ପରଠାରୁ ସେ କୌଣସି ଫିଲ୍ମରେ ନଜର ଆସିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବାପା ବିଷୟରେ ପଚରାଯିବାରୁ ନୁଶରତ୍‌ କହିଲେ…

ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି ନୁଶରତ ଜାହାଁ ନିକଟରେ ପୁତ୍ର ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଥିଲେ। ଏହାପରେ ତାଙ୍କୁ...

ମୁମ୍ବାଇରେ ଘରକୁ ଘର ବୁଲୁଛନ୍ତି ରିୟା ଚକ୍ରବର୍ତ୍ତୀ

ଡ୍ରଗ୍ସ ମାମଲାରେ ଏକ ମାସ ଜେଲରେ ରହିବା ପରେ ଜାମିନରେ ମୁକ୍ତ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବର୍ତ୍ତମାନ ଆଉ ଏକ ନୂଆ ସମସ୍ୟା ସୃଷ୍ଟି...

ବିମାନବନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା

ଚେନ୍ନାଇ,୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ସମସ୍ତ ମ୍ୟାଚ କରୋନା ଯୋଗୁ ଚଳିତ ବର୍ଷ କେବଳ ୬ଟି ସ୍ଥାନରେ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ସ୍ଥାନ...

ଭୁଲିପାରୁ ନାହାନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଦୂରେଇ ଗଲେଣି କହିଲେ କିଛି ଭୁଲ୍‌ ହେବନାହିିଁ। ନିକଟରେ ରିଲିଜ୍‌ ହୋଇଥିବା ‘ଭାରତ’ରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। ହେଲେ...

ଦିନକୁ ଘଣ୍ଟାଏ ଶରୀରକୁ ଦିଅ

ସିରିଏଲ ଅଭିନେତା ରାକେଶ ଧଳ, ଯିଏକି ବହୁତ କମ ଦିନ ମଧ୍ୟରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଟ୍‌ ରହିବା...

୫୫ ବର୍ଷରେ ଫରହା ଖାଁ: ଶିରିଶ କୁନ୍ଦର ମଦ୍ୟପାନ କରି ତାଙ୍କୁ ଭଲ ପାଉଥିବା କହିଥିଲେ…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁ ଗୁରୁବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଶିଲା...

ଏହି ମିଷ୍ଟ୍ରି ଗର୍ଲଙ୍କ ପ୍ରେମରେ ମୁନାଓ୍ବାର ଫାରୁକି

ବମ୍ବେ: ଲକ୍‌ ଅପ୍‌ ଶୋ’ ଜିତିବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମୁନାଓ୍ବାର ଫାରୁକି। ପ୍ରଥମେ ଶୋ’ର ସଫଳତାକୁ ନେଇ ଦିଆଯାଇଥିବା ପାର୍ଟିରେ...

ହସ୍ପିଟାଲରେ ଋଷି କପୁର, ଦେଖିବାକୁ ଗଲେ ରଣବୀର-ଆଲିଆ

ବଲିଉଡ ଅଭିନେତା ଋଷି କପୁର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ହଠାତ୍‌ ତାଙ୍କ ସ୍ବାସ୍ଥବସ୍ଥା ଖରାପ ହେବାକୁ...

Advertisement
Archives

Model This Week