୧୬୦୦ ପଏଣ୍ଟ ବଢିଲା ସେନ୍‌ସେକ୍ସ

 

ମୁମ୍ବାଇ,୨୧-୩: ଲଗାତର ୪ ଦିନ ଦେଶର ପୁଞ୍ଜି ବଜାର ହ୍ରାସ ଘଟିବା ପରେ ଶୁକ୍ରବାର ଏଥିରେ ଉନ୍ନତି ଘଟିଛି। ଏହି ସମୟରେ ନିବେଶକଙ୍କୁ ୬.୩୨ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ଶୁକ୍ରବାର ୧୬୨୭.୭୨ ବା ୫.୭୫% ପଏଣ୍ଟ ବଢିଛି। ସରକାରଙ୍କ ପ୍ରୋତ୍ସାହନ ପ୍ୟାକେଜ ଏବଂ ବିଶ୍ୱ ସ୍ତରର ଶେୟାର ବଜାର କାରବାରରେ ଉନ୍ନତି ଆସିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ଏହି ସମୟରେ ଶେୟାର ବଜାରର ବିଭିନ୍ନ କ୍ଷେତ୍ରର ସୂଚୀଗୁଡିକ ଉନ୍ନତ କାରବାର ହାସଲ କରିଛନ୍ତି। ଗତ ୪ ଦିନ ଲଗାତରଭାବେ ସୂଚକାଙ୍କ ଖସିବା ଯୋଗୁ ନିବେଶକଙ୍କୁ ୧୯.୪୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ୪ ଦିନରେ ସୂଚକାଙ୍କ ୫,୮୧୫.୨୫ ପଏଣ୍ଟ ଖସିଯାଇଥିଲା। ବିଶ୍ୱ ବଜାରରୁ ଉନ୍ନତ ରଖିବା ଲାଗି ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଅଧିକ ପଦକ୍ଷେପ ନେବେ ବୋଲି ନିବେଶକମାନେ ଆଶା କରୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଚଳାଚଳ କ୍ଷେତ୍ର ପାଇଁ ଆସିଲା ଏସ୍‌ଓପି

ନୂଆଦିଲ୍ଲୀ,୧୩।୫: ଲକ୍‌ଡାଉନ ପରେ ବିମାନ ଚଳାଚଳକୁ ସୁରକ୍ଷିତ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି। ଏଥିଲାଗି...

ବଢ଼ି ନ ପାରେ ମୋରାଟୋରିୟମ ଅବଧି

ମୁମ୍ବାଇ,୩୦।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଅଗଷ୍ଟ ୩୧ ପରେ ମୋରାଟୋରିୟମ ଅବଧିକୁ ବୃଦ୍ଧି କରି ନ ପାରେ। ଏହା ବଢ଼ାଇବା ଦ୍ୱାରା ବ୍ୟାଙ୍କଗୁଡିକ ଉପରେ...

୯୫,୩୮୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨-୧୧: ଉନ୍ନତ ପାର୍ବଣ ଚାହିଦା ସତ୍ତ୍ୱେ ଚଳିତ ବର୍ଷ ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ନିମ୍ନରେ ରହିଛି।...

ଜୁଲାଇରେ ଗାଡ଼ି ବିକ୍ରି ୧୯ବର୍ଷର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୪-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ ବଢ଼ିଚାଲିଛି। ଏହା କେବେ ରୋକିବ କେହି କହିପାରୁନାହାନ୍ତି। ଏହାରି ଭିତରେ ଜୁଲାଇରେ ଗାଡ଼ି ବିକ୍ରି ୧୯ ବର୍ଷର ସର୍ବନିମ୍ନ...

ନିରାଶାରେ ୫୦% ଯୁବବର୍ଗ

ନୂଆଦିଲ୍ଲୀ,୧୩।୮: କୋଭିଡ୍‌-୧୯ ବଜାରରେ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି। ବିଶ୍ୱର ମୋଟ୍‌ ଯୁବବର୍ଗଙ୍କ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୫୦% ବର୍ତ୍ତମାନ ନିରାଶ ଏବଂ ଚିନ୍ତାଗ୍ରସ୍ତ...

୩.୩୭ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

ମୁମ୍ବାଇ,୫-୨: ବଜେଟ ଘୋଷଣା ହେବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ରେକର୍ଡ ପରିମାଣର ହ୍ରାସ ହୋଇଥିଲା। ମଙ୍ଗଳବାର ଶେୟାର କାରବାର ଉନ୍ନତ ହେବା ସହ...

ସର୍ବାଧିକ ୧୨ ଘଣ୍ଟା କାର୍ଯ୍ୟ ଦିବସ ଲାଗି ପ୍ରସ୍ତାବ

ମୁମ୍ବାଇ: ସର୍ବାଧିକ ୧୨ ଘଣ୍ଟିଆ କାର୍ଯ୍ୟଦିବସ ଲାଗି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହା ସହ ମଧ୍ୟାନ୍ତର ସମୟ ମଧ୍ୟ ରହିବ। ଅକ୍ୟୁପେଶନାଲ ସେଫ୍ଟି...

ଜେଟ୍‌ ବିରୋଧରେ ହେବ ଏସ୍‌ଏଫ୍‌ଆଇଓ ତଦନ୍ତ

ନୂଆଦିଲ୍ଲୀ,୧୨-୧୧: ନରେଶ ଗୋଏଲଙ୍କ ଦ୍ୱାରା ପ୍ରତିଷ୍ଠିତ ଜେଟ୍‌ ଏୟାରଓ୍ବେଜ ବିମାନ କମ୍ପାନୀ ଲାଗି ଅଡୁଆ ବଢିଛି। ବିଭିନ୍ନ କାରଣ ଲାଗି ଏହି ବିମାନ କମ୍ପାନୀ ବର୍ତ୍ତମାନ...

Advertisement


Archives

Model This Week

Why Dharitri