୧୪ ବର୍ଷ ଜେଲରେ କାଟିଥିବା ବ୍ୟକ୍ତି ଏବେ ଏମ୍‌ବିବିଏସ୍‌

କାଲାବୁରାଗି,୧୫।୨: କର୍ନାଟକ କାଲାବୁରାଗି ଅଫଜଲପୁରାର ସୁଭାଷ ପାଟିଲ(୪୦) ନାମକ ଜଣେ ବ୍ୟକ୍ତିି ଜେଲରେ ୧୪ ବର୍ଷ ରହିବା ପରେ ବି ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ସୁଭାଷ ଜେଲରୁ ଫେରିବା ପରେ ଏବେ ଏମ୍‌ବିବିଏସ୍‌ ଶିକ୍ଷା ସମାପ୍ତ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୭ରେ ସେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ହେଲେ ୨୦୦୨ରେ ଏକ ହତ୍ୟା ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଥିଲା। ସେଠାରେ ଥିବା ସମୟରେ ସେ ଜେଲ୍‌ ଓପିଡିରେ କାମ କରିଥିଲେ। ତାଙ୍କର ଭଲ ବ୍ୟବହାର ପାଇଁ ୨୦୧୬ରେ ସେ ଜେଲରୁ ମୁକୁଳିଥିଲେ। ଆଉ ୨୦୧୯ରେ ସେ ଏମ୍‌ବିବିଏସ୍‌ ଶେଷ କରିଥିବା କହିଛନ୍ତି। ଚଳିତ ମାସରେ ଏମ୍‌ବିବିଏସ୍‌ ଡିଗ୍ରୀ ପାଇଁ ଆବଶ୍ୟକ ଥିବା ଗୋଟିଏ ବର୍ଷର ବାଧ୍ୟତାମୂଳକ ଇଣ୍ଟର୍ଣ୍ଣସିପ ସମାପ୍ତ କରିଛନ୍ତି ସୁଭାଷ। ସୂଚନାଯୋଗ୍ୟ, ୨୦୦୨ରେ ସୁଭାଷଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରାଯାଇଥିବା ବେଳେ ୨୦୦୬ରେ ତାଙ୍କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ୨୦୧୬ ସ୍ବାଧିନତା ଦିବସରେ ତାଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ଗଠବନ୍ଧନ ବୈଠକ ସ୍ଥଗିତ, ମମତା-ନୀତୀଶ-ଅଖିଲେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧୨: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଦଳ ଇଣ୍ଡିଆ’ର ବୈଠକ ସ୍ଥଗିତ ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏହି ବୈଠକ ଡିସେମ୍ବର ୬...

”ସେମାନେ ଅହଂକାର, ମିଛ, ନିରାଶା ଏବଂ ଅଜ୍ଞତାକୁ ନେଇ ଖୁସି ହେବା ଉଚିତ୍”, ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୨: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି। ହିନ୍ଦୀ ହାର୍ଟଲ୍ୟାଣ୍ଡକୁ ଭାଜପା ସମ୍ପୂର୍ଣ୍ଣ ଭାବେ କବଜା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ...

ରେଭନ୍ଥ ରେଡ୍ଡୀ ହେବେ ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ, ବୁଧବାର ନେଇପାରନ୍ତି ଶପଥ

ହାଇଦ୍ରାବାଦ, ୫।୧୨: ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ କଂଗ୍ରେସ ସଭାପତି ରେଭନ୍ଥ ରେଡ୍ଡୀ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି...

‘ଇଣ୍ଡିଆ’ ମେଣ୍ଟରେ ଫାଟ! ବୈଠକରେ ଯୋଗଦେବେନି ଅଖିଳେଶ

ନୂଆଦିଲ୍ଲୀ,୫।୧୨: ଡିସେମ୍ବର ୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି ହୋଇଛି। ଏହି ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ରାସ୍ତାରେ ନାଚିଲେ ପୁନିତ ସୁପରଷ୍ଟାର, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଅଭିନୟ କରି ଲକ୍ଷ ଲକ୍ଷ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୁନିତ ସୁପରଷ୍ଟାର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପୁନିତଙ୍କର ଅନେକ ଭିଡିଓ...

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବଡ଼ ସୁବିଧା ଦେବେ ସରକାର

ନୂଆଦିଲ୍ଲୀ,୫।୧୨: ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ...

ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗ୍‌ଜୋମ’: ନେଲୋର-ମଚ୍ଛଲିପଟନମ୍‌ ଦେଇ କରିବ ଅତିକ୍ରମ

ଚେନ୍ନାଇ,୫।୧୨: ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର ରୂପ...

ସ୍ବେଚ୍ଛାସେବା ଦ୍ୱାରା ବିଶ୍ୱର ବିକାଶ

ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପ୍ରତିବର୍ଷ ୫ ଡିସେମ୍ବରରେ ପାଳନ କରାଯାଏ। ୧୯୮୫ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri