୧୪ ଦିନ ଭିତରେ ମିଳିବ କିଷାନ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୧୪-୬: ବହୁ ଚାଷୀ ଏବେ ସୁଦ୍ଧା ସଂସ୍ଥାଗତ ଋଣରୁ ବଞ୍ଚତ୍ତ ହେଉଥିବାରୁ ଆବେଦନ ପାଇବାର ୧୪ ଦିନ ଭିତରେ ଯୋଗ୍ୟ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ପ୍ରଦାନ କରିବାକୁ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଶରେ ୬.୯୫ କୋଟି କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଚାଷୀଙ୍କୁ ସବ୍‌ସିଡିରେ ସରକାର ଋଣ ପ୍ରଦାନ କରିଥାନ୍ତି। କେସିସିର ବିସ୍ତାର କରି ପଶୁପାଳନ ଏବଂ ମତ୍ସ୍ୟ ଚାଷକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡଲି ଚକ୍ରବର୍ତ୍ତୀ ବ୍ୟାଙ୍କଗୁଡ଼ିକୁ ଏଥିନେଇ ପତ୍ର ଲେଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଏବେ ସୁଦ୍ଧା ବଡ଼ ସଂଖ୍ୟାରେ ଚାଷୀ ରହିଛନ୍ତି, ଯେଉଁ ମାନଙ୍କୁ ସଂସ୍ଥାଗତ ଋଣ ମିଳୁନାହିଁ। କାରଣ ସେମାନଙ୍କୁ କେସିସି ଜାରି କରାଯାଇ ନାହିଁ। ଅଥବା ପୂର୍ବରୁ ଜାରି କରାଯାଇଥିବା କେସିସି ଡିଫଲ୍ଟ/ଏନ୍‌ପିଏ ହୋଇଛି କିମ୍ବା ବିଭିନ୍ନ କାରଣରୁ ଏହା ନିଷ୍କ୍ରିୟ ରହିଛି। କେସିସିରେ ପ୍ରାପ୍ତ ଋଣ ସବ୍‌ସିଡିଯୁକ୍ତ ହେଉଥିବାରୁ ଚାଷୀଙ୍କ ଆଧାର ନମ୍ବରକୁ ବ୍ୟାଙ୍କ ନିଜ ପାଖରେ ରଖିବେ। ସାଧାରଣତଃ ବ୍ୟାଙ୍କ ୯ ପ୍ରତିଶତ ହାରରେ ଚାଷୀଙ୍କୁ ଫସଲ ଋଣ ଦେଇଥାନ୍ତି। କିନ୍ତୁ ସରକାର ଏଥିରେ ୨ ପ୍ରତିଶତ ସବ୍‌ସିଡି ଦେବାକୁ ସ୍ଥିର କରିଛନ୍ତି। ଫଳରେ କେସିସିରେ ପଞ୍ଜୀକୃତ ଚାଷୀଙ୍କୁ ୭% ହାରରେ ଋଣ ମିଳିବ। ଏହା ସ୍ବଳ୍ପ ମିଆଦି ହେବ ଏବଂ ନିଶ୍ଚିତ ଅବଧି ମଧ୍ୟରେ ଋଣ ପୈଠ କରିବା କ୍ଷେତ୍ରରେ ଆହୁରି ୩% ଅତିରିକ୍ତ ପ୍ରୋତ୍ସାହନ ଦିଆଯିବ। ଫଳରେ ପ୍ରଭାବୀ ସୁଧ ହାର ୪% ରହିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଲେ ଜିଲାପାଳ, ତାଗିଦ୍‌ କରି ଅଧିକାରୀଙ୍କୁ କହିଲେ ଯଦି କିଛି ସମସ୍ୟା ଅଛି…

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସୋମବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡର ବିଭିନ୍ନ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହି ସମୟରେ କିଛି…

‘ଦୟାକରି ମୋତେ ସିଗାରେଟ୍ ପିଆଇ ଦିଅନ୍ତୁ..’ ଏନକାଉଣ୍ଟର ପରେ ପୋଲିସକୁ ଏଭଳି କହିଲେ ଅଭିଯୁକ୍ତ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶ ପୋଲିସ ବର୍ତ୍ତମାନ ଆକ୍ସନ ମୋଡରେ ରହିବା ପରି ମନେ ହେଇଛି । ଏହି ପ୍ରୟାସ ଅନୁଯାୟୀ, ରବିବାର ବିଳମ୍ବିତ ସନ୍ଧ୍ୟାରେ ମୁଜାଫରନଗର ପୋଲିସ ଏବଂ…

କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ପଢ଼ାପଢ଼ି କରନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ଏକ…

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଆଇପିଏଲ ବ୍ୟାଟିଂର ପର୍ଦ୍ଦାଫାଶ: ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅନଲାଇନ୍ ମାଧ୍ୟମରେ ଚାଲୁଥିବା ଆଇପିଏଲ କ୍ରିକେଟ ବେଆଇନ ବ୍ୟାଟିଂ ଉପରେ ପୋଲିସର ଚଢ଼ାଉ ଅଭିଯାନ…

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri