୧୪ ଦିନ ଭିତରେ ମିଳିବ କିଷାନ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୧୪-୬: ବହୁ ଚାଷୀ ଏବେ ସୁଦ୍ଧା ସଂସ୍ଥାଗତ ଋଣରୁ ବଞ୍ଚତ୍ତ ହେଉଥିବାରୁ ଆବେଦନ ପାଇବାର ୧୪ ଦିନ ଭିତରେ ଯୋଗ୍ୟ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ପ୍ରଦାନ କରିବାକୁ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଶରେ ୬.୯୫ କୋଟି କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଚାଷୀଙ୍କୁ ସବ୍‌ସିଡିରେ ସରକାର ଋଣ ପ୍ରଦାନ କରିଥାନ୍ତି। କେସିସିର ବିସ୍ତାର କରି ପଶୁପାଳନ ଏବଂ ମତ୍ସ୍ୟ ଚାଷକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡଲି ଚକ୍ରବର୍ତ୍ତୀ ବ୍ୟାଙ୍କଗୁଡ଼ିକୁ ଏଥିନେଇ ପତ୍ର ଲେଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଏବେ ସୁଦ୍ଧା ବଡ଼ ସଂଖ୍ୟାରେ ଚାଷୀ ରହିଛନ୍ତି, ଯେଉଁ ମାନଙ୍କୁ ସଂସ୍ଥାଗତ ଋଣ ମିଳୁନାହିଁ। କାରଣ ସେମାନଙ୍କୁ କେସିସି ଜାରି କରାଯାଇ ନାହିଁ। ଅଥବା ପୂର୍ବରୁ ଜାରି କରାଯାଇଥିବା କେସିସି ଡିଫଲ୍ଟ/ଏନ୍‌ପିଏ ହୋଇଛି କିମ୍ବା ବିଭିନ୍ନ କାରଣରୁ ଏହା ନିଷ୍କ୍ରିୟ ରହିଛି। କେସିସିରେ ପ୍ରାପ୍ତ ଋଣ ସବ୍‌ସିଡିଯୁକ୍ତ ହେଉଥିବାରୁ ଚାଷୀଙ୍କ ଆଧାର ନମ୍ବରକୁ ବ୍ୟାଙ୍କ ନିଜ ପାଖରେ ରଖିବେ। ସାଧାରଣତଃ ବ୍ୟାଙ୍କ ୯ ପ୍ରତିଶତ ହାରରେ ଚାଷୀଙ୍କୁ ଫସଲ ଋଣ ଦେଇଥାନ୍ତି। କିନ୍ତୁ ସରକାର ଏଥିରେ ୨ ପ୍ରତିଶତ ସବ୍‌ସିଡି ଦେବାକୁ ସ୍ଥିର କରିଛନ୍ତି। ଫଳରେ କେସିସିରେ ପଞ୍ଜୀକୃତ ଚାଷୀଙ୍କୁ ୭% ହାରରେ ଋଣ ମିଳିବ। ଏହା ସ୍ବଳ୍ପ ମିଆଦି ହେବ ଏବଂ ନିଶ୍ଚିତ ଅବଧି ମଧ୍ୟରେ ଋଣ ପୈଠ କରିବା କ୍ଷେତ୍ରରେ ଆହୁରି ୩% ଅତିରିକ୍ତ ପ୍ରୋତ୍ସାହନ ଦିଆଯିବ। ଫଳରେ ପ୍ରଭାବୀ ସୁଧ ହାର ୪% ରହିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଚୁରା ମୁଦ୍ରାସ୍ଫୀତି ୪.୭%

ନୂଆଦିଲ୍ଲୀ,୧୩।୫: ଅନ୍ତଃରାଷ୍ଟ୍ରୀୟ ସ୍ତରର ମାନ୍ଦାବସ୍ଥା ଓ ଜାତୀୟ ସମସ୍ୟା ମଧ୍ୟରେ ଦେଶର ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୧୮ ମାସରେ ସର୍ବନିମ୍ନ ବୋଲି...

ଘର କ୍ରେତାଙ୍କ ସମସ୍ୟା ଦୂରକରିବ ରେରା:ମୋଦି

ଲକ୍ଷ୍ନୌ : ବିଲ୍ଡର ଏବଂ ଘର କିଣୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶ୍ୱାସ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଛି। ଏଭଳି ବିଭିନ୍ନ ଆନୁଷଙ୍ଗିକ ସମସ୍ୟା ଦୂରକରିବା ଲାଗି...

ଜାରି ହେବନି ଉପଭୋକ୍ତା ଖର୍ଚ୍ଚ ସର୍ଭେ

ନୂଆଦିଲ୍ଲୀ,୧୬-୧୧: ଦେଶ ମଧ୍ୟରେ କଞ୍ଜ୍ୟୁମର ସ୍ପେଣ୍ଡିଂ (ଉପଭୋକ୍ତା ଖର୍ଚ୍ଚ) ସର୍ବନିମ୍ନ ସ୍ତରକୁ ଖସିଥିବା ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାର ଶୁକ୍ରବାର ସଂଧ୍ୟାରେ...

ନୂଆ ଜିଏସ୍‌ଟି ନିୟମ ଅଧୀନରେ ୪୫ ହଜାର ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥା(ଜିଏସ୍‌ଟି)ରେ ମାତ୍ର ୪୫ ହଜାର ପଞ୍ଜୀକୃତ ସଂସ୍ଥା ବାଧ୍ୟତାମୂଳକ ୧% ନଗଦ ଟିକସ ପ୍ରଦାନ କରିବେ। ଏହା ଜାନୁୟାରୀରୁ...

ଡ୍ୟୁକର ନୂଆ ସମର ୨୦୧୯ କଲେକ୍ସନ

ଭୁବନେଶ୍ୱର,୨୬-୫ : ଡ୍ୟୁକ ଫ୍ୟାସନ୍ସ ଲିମିଟେଡ ପକ୍ଷରୁ ନୂଆ ସମର କଲେକ୍ସନ ୨୦୧୯ ଶୁଭାରମ୍ଭ ହୋଇଛି। ବିଭିନ୍ନ ଷ୍ଟାଇଲ ଏବଂ ରଙ୍ଗରେ ଏହି କଲେକ୍ସନଗୁଡିକ ବଜାରରେ...

ବଜେଟ ପୂର୍ବରୁ ଉଦ୍ୟୋଗ ଜଗତକୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୯-୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ଦେଶର ପ୍ରମୁଖ ଉଦ୍ୟୋଗ ସଂଗଠନଗୁଡ଼ିକର ପ୍ରତିନିଧିଙ୍କୁ ଭେଟିବେ। ଆସନ୍ତା ୧୧ରେ ହେବାକୁ...

ପେନଶନ ଦେବାକୁ ରେଲଓ୍ବେର ଅର୍ଥ ନାହିଁ

ନୂଆଦିଲ୍ଲୀ,୨୫।୭: କରୋନା ଯୋଗୁ ଦେଶରେ ରେଳ ଚଳାଚଳ ପ୍ରଭାବିତ ହୋଇ ରହିଛି। ଦେଶ ମଧ୍ୟରେ ଜରୁରୀ ଭିତ୍ତିରେ ମାତ୍ର କିଛି ଟ୍ରେନ ଚାଲୁଛି। ଏଥି ଯୋଗୁ...

ପୁଣି ବଢ଼ିଲା ସିଏନ୍‌ଜି, ପିଏନ୍‌ଜି ଦାମ୍‌

ମୁମ୍ବାଇ,୧୩।୪: ପୁଣିଥରେ ସିଏନ୍‌ଜି ଓ ରନ୍ଧନ ଗ୍ୟାସ୍‌ ପିଏନ୍‌ଜି ଦାମ ବୃଦ୍ଧି କରିଛି ମହାନଗର ଗ୍ୟାସ ଲିମିଟେଡ୍‌ (ଏମ୍‌ଜିଏଲ୍‌)। ଏହି ତୈଳ କମ୍ପାନୀ ସିଏନ୍‌ଜି ଦାମ...

Advertisement
Archives

Model This Week