୧୪୫୦ କର୍ମଚାରୀ ଛଟେଇ କଲା ଅକ୍ସଫାମ୍‌

ନୂଆଦିଲ୍ଲୀ,୨୨।୫: କୋଭିଡ୍‌-୧୯ ବିଶ୍ୱରେ କାୟାବିସ୍ତାର କରିଥିବା ବେଳେ ଏହାର ପ୍ରଭାବ ଜାରି ରହିଛି। ଏଥିଯୋଗୁ ସାରା ବିଶ୍ୱର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ବିଶ୍ୱସ୍ତରୀୟ ସାମାଜିକ ଅନୁଷ୍ଠାନ ଅକ୍ସଫାମ୍‌ ଏହାଦ୍ୱାରା ବ୍ୟାପକ ସମସ୍ୟାର ସମ୍ମୁଖୀନ ହୋଇଛି । ଉକ୍ତ ଅନୁଷ୍ଠାନ ପ୍ରାୟ ୧୪୫୦ କର୍ମଚାରୀ ଛଟେଇ କରିଥିବା ବେଳେ ଏହାର ଅଂଶୀଦାର ସଂସ୍ଥାଗୁଡିକର ପ୍ରାୟ ୭ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ପ୍ରଭାବିତ ହେବେ ବୋଲି ଜଣାପଡିଛି। ଏହାବାଦ ୧୮ଟି ଦେଶରୁ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବିଷୟରେ ଅକ୍ସଫାମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ୍‌ ୬୬ଟି ଦେଶରେ ଏହା ସେବା ଯୋଗାଇ ଦେଇ ଆସୁଥିଲା। କୋଭିଡ୍‌-୧୯ ସଂକ୍ରମଣ ଜନିତ ସମସ୍ୟା ଯୋଗୁ ୧୮ଟି ଦେଶରୁ ଅନୁଷ୍ଟାନ ତା’ର ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି କରିଛି। ଫଳରେ ୪୮ଟି ଦେଶ ଓ ୨୦ଟି ବୃହତ୍‌ ସଂସ୍ଥା ସହ ଅନୁଷ୍ଟାନ ପୂର୍ବ ପରି ସେବା ଜାରି ରଖିବ। ଅକ୍ସଫାମ ପକ୍ଷରୁ ସୂଚନା କୁହାଯାଇଛି ଯେ, ଥାଇଲାଣ୍ଡ, ଆଫଗାନିସ୍ତାନ, ଶ୍ରୀଲଙ୍କା, ପାକିସ୍ତାନ, ହାଇଟି, ତାଜିକିସ୍ତାନ, କ୍ୟୁବା, ପେରୁଗୁଏ, ଇଜିପ୍ଟ, ତାଞ୍ଜିନିଆ, ବୁରାଣ୍ଡି, ର୍ବାଣ୍ଡା, ସିଏରାଲେଓନ , ଲାଇବେରିଆ,ମୟୁରଟାନିଆ,ଡୋମିନିକାନ ରିପବ୍ଲିକ, ସୁଦାନ ଆଦି ଦେଶରୁ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି। କରୋନା ମହାମାରୀ ସମୟରେ ଅନୁଷ୍ଟାନ ନାନା ସମସ୍ୟା ଦେଇ ଗତି କରୁଛି ା ଏହି ସଙ୍କଟ ଯୋଗୁ ସେବା ଯୋଗାଣରେ ସମସ୍ୟା ସହ ଅନେକ କଟକଣା ସାମ୍ନା କରିବାକୁ ପଡୁଛି। ଏହାକୁ ଧ୍ୟାନରେ ରଖି ଛଟେଇ ଓ କାର୍ଯ୍ୟାଳୟ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ଅକ୍ସଫାମ୍‌ ଇଣ୍ଡରନ୍ୟାଶନାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚେମା ଭେରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

ଚାକିରି ପଛରେ କେତେ ଆଉ ଦୌଡ଼ିବେ? ସରକାରଙ୍କ ଏସବୁ ଯୋଜନାରେ ଆରମ୍ଭ କରନ୍ତୁ ନିଜ ବ୍ୟବସାୟ; ମିଳୁଛି ବଡ଼…

ନୂଆଦିଲ୍ଲୀ,୧୭।୬: ଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, କିନ୍ତୁ ପ୍ରତିଯୋଗିତା ଯୋଗୁ  ସମସ୍ତଙ୍କୁ ସରକାରୀ ଚାକିରି ମିଳିବା…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri