୧୪୦ ଟଙ୍କାରେ ବିକ୍ରି ହେଉଛି ଇଣ୍ଟରନେଟ୍‌ ପ୍ରୋଫାଇଲ

ନୂଆଦିଲ୍ଲୀ,୧୯-୫: ଇଣ୍ଟରନେଟ୍‌ରେ ଥିବା ୟୁଜରଙ୍କ ପ୍ରୋଫାଇଲ ଏବଂ ଆର୍ଥିକ ସୂଚନା ଡାର୍କ ଓ୍ବେବ୍‌ରେ ମାତ୍ର ୧୪୦ ଟଙ୍କାରେ ବିିକ୍ରି ହେଉଛି। ହ୍ୟାକରଙ୍କ ସହିତ ବଡ଼ ବଡ଼ କମ୍ପାନୀ ଏବଂ ବଜାର ସହ ଜଡ଼ିତ ରିସର୍ଚ୍ଚ କରୁଥିବା ବ୍ୟକ୍ତି ଓ ସଂସ୍ଥା ଏହି ଡାଟାକୁ ଚୋରାରେ କିଣୁଛନ୍ତି। ଇଣ୍ଟରନେଟ୍‌ରେ ଥିବା ଏକ ସ୍ବତନ୍ତ୍ର ଧରଣର ସଫ୍ଟଓ୍ବେର ଜରିଆରେ ଲୋକଙ୍କ ପାସ୍‌ଓ୍ବର୍ଡ, ମୋବାଇଲ ନମ୍ବର ଓ ଇ-ମେଲ ଆଇଡିକୁ କିଣାଯାଉଛି। ଏଭଳି ସ୍ଥିତିରେ ୟୁଜରଙ୍କୁ ଆହୁରି ଟିକେ ସାବଧାନ ହେବାକୁ ପଡିବ। ସାଇବର ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା, କଞ୍ଜ୍ୟୁମରଙ୍କ ବ୍ୟବହାର ଜାଣିବା ଅଥବା ଭିଡ଼ିଓ ଷ୍ଟ୍ରିମିଂ ଓ୍ବେବ୍‌ସାଇଟର ମାଗଣାରେ ଆକ୍ସେସ କରିବା ଲାଗି ଏହି ଚୋରା ଡାଟାକୁ ବ୍ୟବହାର କରାଯାଉଛି। ଏହି ଡାଟାକୁ ବିଶ୍ୱର ପ୍ରାୟ ୨୫୦ରୁ ଅଧିକ ବିଖ୍ୟାତ ଓ୍ବେବ୍‌ସାଇଟ ଓ ଆପ୍‌ରୁ ସଂଗ୍ରହ କରାଯାଏ। ଏହାଛଡ଼ା ୮ ହଜାରରୁ ଅଧିକ ଛୋଟ ଓ୍ବେବ୍‌ସାଇଟ୍‌ରୁ ମଧ୍ୟ ଡାଟା ସଂଗୃହୀତ ହୁଏ। ଜଣେ ସାଧାରଣ ବ୍ୟକ୍ତିଙ୍କ ଡାଟାକୁ ମାତ୍ର ୧ ଟଙ୍କା ଏବଂ କୌଣସି ବିଖ୍ୟାତ ବ୍ୟକ୍ତିଙ୍କ ଡାଟାକୁ ୫୦୦ରୁ ୨୦୦୦ ଟଙ୍କାରେ ବିକ୍ରି କରାଯାଏ। ଏହି ଡାଟାସବୁକୁ କିଣିବା ଲାଗି କ୍ରିପ୍ଟୋକରେନ୍ସିର ବ୍ୟବହାର ହୋଇଥାଏ। ଗୋଟିଏ ପ୍ରକାର ପାସ୍‌ଓ୍ବର୍ଡ ଏକାଧିକ ଆକାଉଣ୍ଟ ଲାଗି ବ୍ୟବହାର କରାଯାଉଥିଲେ ଏହି ବିପଦ ଅଧିକ ହୋଇଥାଏ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏହାଛଡ଼ା ଭିନ୍ନ ଭିନ୍ନ ପାସ୍‌ଓ୍ବର୍ଡ ମଧ୍ୟ ଏକାଭଳି ହୋଇଥିଲେ ମଧ୍ୟ ଏହା ବିପଦପୂର୍ଣ୍ଣ ବୋଲି ସେମାନେ କହିଛନ୍ତି। ଏଣୁ ଇ-ମେଲ୍‌, ସୋସିଆଲ ମିଡିଆ ପ୍ରୋଫାଇଲ ଏବଂ ବ୍ୟାଙ୍କ ଆକାଉଣ୍ଟ ଲାଗି ଭିନ୍ନ ଭିନ୍ନ ପାସ୍‌ଓ୍ବର୍ଡ ହେବା ଉଚିତ୍‌ ବୋଲି ସେମାନେ ପରାମର୍ଶ ଦେଇଛନ୍ତି। ବେକାର ଅଥବା ସ୍ପାମ୍‌ ଇ-ମେଲ୍‌ ନ ଖୋଲି ଏହାକୁ ତୁରନ୍ତ ଡିଲିଟ୍‌ କରିଦେବା ଉଚିତ୍‌ ହେବ। ଆଜିକାଲି ଋଣ ଅଫର ଦିଆଯାଉଥିବା ଅଧିକାଂଶ ଇ-ମେଲ୍‌ ହ୍ୟାକରଙ୍କ ଦ୍ୱାରା ପଠାଯାଉଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri