୧୪ରୁ ଆରମ୍ଭ ହେବ ବଜେଟ ପ୍ରକ୍ରିୟା

ନୂଆଦିଲ୍ଲୀ,୭-୧୦:ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ବଜେଟ ପ୍ରକ୍ରିୟା ଚଳିତ ମାସ ୧୪ରୁ ଆରମ୍ଭ ହେବ। ସରକାରଙ୍କ ରାଜସ୍ବରେ ହ୍ରାସ, ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଅଭିବୃଦ୍ଧି ଏବଂ ମାନ୍ଦାବସ୍ଥା ଭଳି ଜଟିଳ ପ୍ରସଙ୍ଗ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଦିଗରେ ବଜେଟରେ ବିଭିନ୍ନ ଦିଗକୁ ବିଚାର କରାଯିବାର ଯୋଜନା ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ଦ୍ୱିତୀୟ ପାଳି ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦ୍ୱିତୀୟଥର ଲାଗି ବଜେଟ ଉପସ୍ଥାପନ କରିବେ। ପ୍ରାକ୍‌ ବଜେଟ ପରିବର୍ତ୍ତିତ ଅଟକଳ ବୈଠକ ଅକ୍ଟୋବର ୧୪ରେ ଅନୁଷ୍ଠିତ ହେବ। ଏଥିଲାଗି ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ବଜେଟ୍‌ ସର୍କୁଲାର ଜାରି କରାଯାଇଛି। ବୈଠକରେ ଆବଶ୍ୟକ ହେଉଥିବା ଆବଶ୍ୟକୀୟ ବିବରଣୀ ନେଇ ନିଶ୍ଚିତ କରାଇବାକୁ ସମସ୍ତ ଆର୍ଥତ୍କ ପରାମର୍ଶଦାତାଙ୍କୁ କୁହାଯାଇଛି। ବ୍ୟୟ ସଚିବ ଅନ୍ୟ ସଚିବ ଏବଂ ଆର୍ଥତ୍କ ପରାମର୍ଶଦାତାଙ୍କ ସହ ଆଲୋଚନା କରିବା ପରେ ୨୦୨୦-୨୧ ଲାଗି ବଜେଟ ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ଚୂଡାନ୍ତ କରାଯିବ। ପ୍ରାକ୍‌ ବଜେଟ ବୈଠକ ଅକ୍ଟୋବର ୧୪ରୁ ଆରମ୍ଭ ହୋଇ ନଭେମ୍ବର ପ୍ରଥମ ସପ୍ତାହ ଯାଏ ଚାଲିବ। ଅନୁସୂଚିତ ଜାତି ଏବଂ ଜନଜାତି ଉପଯୋଜନା, ଲିଙ୍ଗ, ଏବଂ ଶିଶୁ ବଜେଟ୍‌ ସମ୍ପର୍କରେ ସର୍କୁଲାରରେ ଉଲ୍ଲେଖ କରାଯାଇଛି।
ଫେବୃୟାରୀ ଶେଷରେ ହେଉଥିବା ବଜେଟ ଉପସ୍ଥାପନ ପ୍ରକ୍ରିୟାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବାଦ ଦେଇଛନ୍ତି। ଏହା ପରେ ୨୦୧୭ରେ ପ୍ରଥମଥର ଲାଗି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଫେବୃୟାରୀ ପହିଲାରେ ବଜେଟ୍‌ ଉପସ୍ଥାପନ କରିଥିଲେ। ଏଭଳି ପଦକ୍ଷେପ ଦ୍ୱାରା ଏପ୍ରିଲ ପହିଲାରୁ ଆର୍ଥତ୍କ ବର୍ଷ ଆରମ୍ଭ ସମୟରୁ ହିଁ ମନ୍ତ୍ରଣାଳୟଗୁଡିକୁ ଅର୍ଥ ପ୍ରଦାନ କରାଯାଉଛି। ଫଳରେ ପୁଞ୍ଜି ଖର୍ଚ୍ଚ କରିବା ଏହା ଦ୍ୱାରା ସହଜ ହୋଇଛି। ଏହାବାଦ କମ୍ପାନୀଗୁଡିକ ଟିକସ ପ୍ଲାନ ଏବଂ ବାଣିଜ୍ୟ ଗ୍ରହଣ ଲାଗି ସହାୟତା କରିଛି। ପୂର୍ବରୁ ଫେବୃୟାରୀ ଶେଷରେ ବଜେଟ ହେଉଥିବା ବେଳେ ୩ଟି ପର୍ଯ୍ୟାୟରେ ସଂସଦର ଅନୁମୋଦନ ଲାଗି ମେ ମାସ ମଧ୍ୟଭାଗ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ...

ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା...

କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ରାଗିଲେ ରତନ ଟାଟା, ପୋଷ୍ଟ କରି କହିଲେ ଏମିତି

ନୂଆଦିଲ୍ଲୀ,୭।୧୨: ଏଆଇର ବ୍ୟବହାର ଦିନକୁ ଦିନ ମଣିଷର ସହଚର୍ଯ୍ୟ ବଦଳରେ ଚିନ୍ତାର କାରଣ ପାଲଟିଛି। ସଦ୍ୟ ଉଦାହରଣ ହେଉଛି ନିକଟରେ ହୋଇଥିବା ଡିପଫେକ ମାମଲା। ଯେଉଁଥିରେ...

ଅଟୋ ରିଟେଲ ସେଲ୍‌ରେ ରେକର୍ଡ

ଭୁବନେଶ୍ୱର, ୭।୧୨(ଅଭୟ ଦାଶ)ଚଳିତ ବର୍ଷ ନଭେମ୍ବରରେ ରେକର୍ଡ ପରିମାଣରେ ଅଟୋ ରିଟେଲ ସେଲ୍‌ ହୋଇଛି। ଏପରିକି ୨୦୨୩ ନଭେମ୍ବରରେ ଦେଶର ମୋଟ ୨୮, ୫୪, ୨୪୨...

ଆଜିଠୁ ଆଜିଓର ବିଗ୍‌ ବୋଲ୍ଡ ସେଲ୍‌

ଭୁବନେଶ୍ୱର, ୭।୧୨ଦେଶର ପ୍ରମୁଖ ଫ୍ୟାଶନ ଇ-ଟେଲର ଆଜିଓ ପକ୍ଷରୁ ‘ବିଗ୍‌ ବୋଲ୍ଡ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୭...

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଏମ୍‌ଇଏମ୍‌ସି ଉଇକ୍‌

ଭୁବନେଶ୍ୱର,୭।୧୨ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌ର ମାଇନିଂ ୟୁନିଟ୍‌ ପକ୍ଷରୁ ୨୫ତମ ମାଇନ୍ସ ଏନ୍‌ଭରାମେଣ୍ଟ ଆଣ୍ଡ ମିନେରାଲ କଞ୍ଜରଭେଶନ (ଏମ୍‌ଇଏମ୍‌ସି) ସପ୍ତାହ...

ଟାଟା ମୋଟର୍ସର ଅଲ୍‌ ନ୍ୟୁ ଏସ୍‌ସିଭି ରେଞ୍ଜର ଅନାବରଣ

ଭୁବନେଶ୍ୱର,୭।୧୨(ଅଭୟ ଦାଶ)ଭାରତର ସର୍ବବୃହତ୍‌ ବାଣିଜି୍ୟକ ଯାନ ଉପତ୍ାଦନକାରୀ ‘ଟାଟା ମୋଟର୍ସ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏସ୍‌ସିଭି (ସ୍ମଲ କମର୍ସିଆଲ...

ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri