୧୪ରୁ ଆରମ୍ଭ ହେବ ବଜେଟ ପ୍ରକ୍ରିୟା

ନୂଆଦିଲ୍ଲୀ,୭-୧୦:ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ବଜେଟ ପ୍ରକ୍ରିୟା ଚଳିତ ମାସ ୧୪ରୁ ଆରମ୍ଭ ହେବ। ସରକାରଙ୍କ ରାଜସ୍ବରେ ହ୍ରାସ, ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଅଭିବୃଦ୍ଧି ଏବଂ ମାନ୍ଦାବସ୍ଥା ଭଳି ଜଟିଳ ପ୍ରସଙ୍ଗ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏଦିଗରେ ବଜେଟରେ ବିଭିନ୍ନ ଦିଗକୁ ବିଚାର କରାଯିବାର ଯୋଜନା ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ଦ୍ୱିତୀୟ ପାଳି ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦ୍ୱିତୀୟଥର ଲାଗି ବଜେଟ ଉପସ୍ଥାପନ କରିବେ। ପ୍ରାକ୍‌ ବଜେଟ ପରିବର୍ତ୍ତିତ ଅଟକଳ ବୈଠକ ଅକ୍ଟୋବର ୧୪ରେ ଅନୁଷ୍ଠିତ ହେବ। ଏଥିଲାଗି ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ବଜେଟ୍‌ ସର୍କୁଲାର ଜାରି କରାଯାଇଛି। ବୈଠକରେ ଆବଶ୍ୟକ ହେଉଥିବା ଆବଶ୍ୟକୀୟ ବିବରଣୀ ନେଇ ନିଶ୍ଚିତ କରାଇବାକୁ ସମସ୍ତ ଆର୍ଥତ୍କ ପରାମର୍ଶଦାତାଙ୍କୁ କୁହାଯାଇଛି। ବ୍ୟୟ ସଚିବ ଅନ୍ୟ ସଚିବ ଏବଂ ଆର୍ଥତ୍କ ପରାମର୍ଶଦାତାଙ୍କ ସହ ଆଲୋଚନା କରିବା ପରେ ୨୦୨୦-୨୧ ଲାଗି ବଜେଟ ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ଚୂଡାନ୍ତ କରାଯିବ। ପ୍ରାକ୍‌ ବଜେଟ ବୈଠକ ଅକ୍ଟୋବର ୧୪ରୁ ଆରମ୍ଭ ହୋଇ ନଭେମ୍ବର ପ୍ରଥମ ସପ୍ତାହ ଯାଏ ଚାଲିବ। ଅନୁସୂଚିତ ଜାତି ଏବଂ ଜନଜାତି ଉପଯୋଜନା, ଲିଙ୍ଗ, ଏବଂ ଶିଶୁ ବଜେଟ୍‌ ସମ୍ପର୍କରେ ସର୍କୁଲାରରେ ଉଲ୍ଲେଖ କରାଯାଇଛି।
ଫେବୃୟାରୀ ଶେଷରେ ହେଉଥିବା ବଜେଟ ଉପସ୍ଥାପନ ପ୍ରକ୍ରିୟାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ବାଦ ଦେଇଛନ୍ତି। ଏହା ପରେ ୨୦୧୭ରେ ପ୍ରଥମଥର ଲାଗି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଫେବୃୟାରୀ ପହିଲାରେ ବଜେଟ୍‌ ଉପସ୍ଥାପନ କରିଥିଲେ। ଏଭଳି ପଦକ୍ଷେପ ଦ୍ୱାରା ଏପ୍ରିଲ ପହିଲାରୁ ଆର୍ଥତ୍କ ବର୍ଷ ଆରମ୍ଭ ସମୟରୁ ହିଁ ମନ୍ତ୍ରଣାଳୟଗୁଡିକୁ ଅର୍ଥ ପ୍ରଦାନ କରାଯାଉଛି। ଫଳରେ ପୁଞ୍ଜି ଖର୍ଚ୍ଚ କରିବା ଏହା ଦ୍ୱାରା ସହଜ ହୋଇଛି। ଏହାବାଦ କମ୍ପାନୀଗୁଡିକ ଟିକସ ପ୍ଲାନ ଏବଂ ବାଣିଜ୍ୟ ଗ୍ରହଣ ଲାଗି ସହାୟତା କରିଛି। ପୂର୍ବରୁ ଫେବୃୟାରୀ ଶେଷରେ ବଜେଟ ହେଉଥିବା ବେଳେ ୩ଟି ପର୍ଯ୍ୟାୟରେ ସଂସଦର ଅନୁମୋଦନ ଲାଗି ମେ ମାସ ମଧ୍ୟଭାଗ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?