୧୩ ଆଇଏଏସ୍‌ ଅଧିକାରୀଙ୍କୁ ମେଡିକାଲ କଲେଜ,ହସ୍ପିଟାଲ ସଂଯୋଜନା ଦାୟିତ୍ୱ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ସାରା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ରକ୍ଷଣାବେକ୍ଷଣ, ସାମଗ୍ରିକ ପ୍ରଦର୍ଶନ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟର ସଂଯୋଜନା ପାଇଁ ବୁଧବାର ୧୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ(ଏନ୍‌ଟିପିସି) ଏବଂ ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଦାୟିତ୍ୱରେ ରହିବେ। କୃଷି ଉତ୍ପାଦନ କମିଶନର(ଏପିସି) ପ୍ରଦୀପ୍ତ କୁମାର ମହାପାତ୍ର ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପାଇଁ ସଂଯୋଜକ ଭାବେ କାର୍ଯ୍ୟ କରିବେ। ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଦାୟିତ୍ୱ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିରାଡ଼ମ୍ବରରେ ପ୍ରତିଷ୍ଠା ଦିବସ ପାଳିବ ବିଡିଏ: ଉଦ୍‌ଘାଟନ ପାଇଁ କୌଣସି ପ୍ରକଳ୍ପ ନାହିଁ

ଭୁବନେଶ୍ୱର,୧ା୯(ବ୍ୟୁରୋ):ଲୋକଙ୍କ ଉନ୍ନତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ କରିବା ସହ ସବୁଜିମାକୁ ବଜାୟ ରଖିବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ। ଭୁବନେଶ୍ୱର ଉନ୍ନୟନ...

ଶୁକ୍ରବାର ଓଡ଼ିଶା ଆସିବେ ଗିରିରାଜ, ବାବୁଲ ସୁପ୍ରିୟୋ

ଭୁବନେଶ୍ୱର,୯।୧(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଭାଜପା ପକ୍ଷରୁ ବିଭିନ୍ନ ସ୍ଥାନରେ ରାଲିର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର...

ଧାନ ମଣ୍ଡି ଅନିୟମିତତା, ୨ ସମ୍ପାଦକଙ୍କ ନାମରେ ଏତଲା

କେନ୍ଦ୍ରାପଡା ଅଫିସ, ୨୧ା୩: କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଧାନ ମଣ୍ଡିରେ ସମବାୟ ସମିତି ସମ୍ପାଦକ ଅନିୟମିତତା ଘଟଣାରେ ୨ ସମ୍ପାଦକଙ୍କ ନାମରେ...

ରଥରେ ଯାନ୍ତି ଦଶାବତାର ଦିଅଁ

ପୁରୀ ଅଫିସ, ୩୦ା୬: ଆସନ୍ତା ୪ ତାରିଖରେ ରଥଯାତ୍ରା। ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ରଥଖଳାରେ ତିନିରଥ...

ଜେନେରେଟରରେ ଚାଲିଛି ହାଇଟେକ ଥାନା

କଳିଙ୍ଗନଗର,୨୩ା୨(ଡି.ଏନ.ଏ): କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୦ବର୍ଷ ତଳେ ୨ଏକର ଜମିରେ ନିର୍ମିତ ହୋଇଥିଲା ଏକ ହାଇଟେକ ଥାନା। ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଥାନା...

ବର୍ଷେ ୫ ମାସରେ ୧୨ ବାଲ୍ୟ ବିବାହ ବନ୍ଦ

କେନ୍ଦ୍ରାପଡ଼ା ଅଫିସ, ୯ା୧: ବିବାହ ବୟସ ସୀମା ଏବେ ଜାତୀୟସ୍ତରରେ ପ୍ରସଙ୍ଗ ପାଲଟିଛି। ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନକୁ ଅଗ୍ରାଧିକାର ଦିଆଯାଉଛି। ତେବେ ଏହି...

ପୁଣି ଥରେଇବ ଶୀତ

ଭୁବନେଶ୍ୱର,୨।୨(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଛି। ଗତ ଦୁଇଦିନ ହେବ ପାରଦ ତଳମୁହାଁ ହୋଇଛି। ଆସନ୍ତା ୫ ତାରିଖ ଯାଏ ରାଜ୍ୟର କେତେକ ଭାଗରେ ଶୀତ...

୨ ମାସ ହେବ ମା’ପୁଅଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଅଞ୍ଚଳରେ ରହୁଥିବା ମା’ ପ୍ରିୟା ନାୟକ (୨୭) ଓ ତାଙ୍କ ୫ବର୍ଷର ପୁଅ ନିଖୋଜ ହେବା...

Advertisement
Archives

Model This Week