Posted inଜାତୀୟ

୧୩ ଅଭିଯୁକ୍ତଙ୍କୁ ଅର୍ଦ୍ଧଉଲଗ୍ନ କରି ପରେଡ କରାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): ବେହରୋର ଥାନା ଉପରେ ଗତ ୬ ତାରିଖରେ ଗୁଳି ଚଳାଇ ହରିୟାଣାର ଗ୍ୟାଙ୍ଗଷ୍ଟର ବିକ୍ରମ ଓରଫ ପାପଲା ଗୁଜ୍ରାରଙ୍କୁ ଖସାଇନେବା ଅଭିଯୋଗରେ ଗିରଫ ହୋଇଥିବା ୧୩ ଜଣଙ୍କୁ ରାଜସ୍ଥାନ ପୋଲିସ ଅର୍ଦ୍ଧଉଲଗ୍ନ କରି ଅଲଓ୍ବରର ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରେ ୧ କିଲୋମିଟର ଚଲାଇବା ଘଟଣାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏହି ପରେଡ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୬ ତାରିଖ ଦିନ କ’ଣ ସବୁ ଘଟିଥିଲା ତାହା ଦେଖାଇବା ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ହ୍ୟାଣ୍ଡକପ୍‌ ସହ ବିଭିନ୍ନ ସ୍ଥାନକୁ ନେଇଥିଲା। ପାପଲାଙ୍କୁ ପୋଲିସ ହାଜତରୁ ଖସାଇନେବାରେ ଅଭିଯୁକ୍ତମାନେ ସମ୍ପୃକ୍ତ ବୋଲି ପୋଲିସ କହିଛି। ୬ ତାରିଖରେ ୧୫ରୁ ୨୦ ଜଣ ତିନୋଟି ଗାଡ଼ିରେ ଆସି ଅଚାନକ ବେହରୋର ଥାନା ଉପରକୁ ପାଖାପାଖି ୪୦ ରାଉଣ୍ଡ ଗୁଳି ଚଳାଇଥିଲେ। ପୋଲିସ ପ୍ରତିରୋଧ କରିବା ପୂର୍ବରୁ ସେମାନେ ଥାନାରେ ପଶି ପାପଲାଙ୍କୁ ନେଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁଏଚ୍‌ଓର ରିପୋର୍ଟରେ ଯୋଡାଯାଇଛି ମନଇଚ୍ଛା ଶଦ୍ଦ

ନୂଆଦିଲ୍ଲୀ, ୧୨।୫: କରୋନା ଭୂତାଣୁର ବି.୧.୬୧୭ ମ୍ୟୁଟାଣ୍ଟକୁ ଭାରତୀୟ ଭାରିଆଣ୍ଟ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାର...

କୋଳକାତା ରାଜା ବଜାରରେ ଦୁଇ ମହଲା ଘରେ ଲାଗିଲା ନିଆଁ

କୋଲକାତା,୧୬।୨: ପଶ୍ଚିମବଙ୍ଗ ନାରକେଲଦାଙ୍ଗ ଅଞ୍ଚଳରେ ଥିବା ରାଜା ବଜାରରେ ଏକ ଦୁଇ ମହଲା ଘରେ ରବିବାର ଅପରାହ୍ନରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଖବର ପାଇଁ ୧୨ଟି...

ପାକିସ୍ତାନ ହିନ୍ଦୁ ଶରଣାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲାନି

ଜୟପୁର,୨।୧: ରାଜସ୍ଥାନ ଶିକ୍ଷା ବୋର୍ଡ ପାକିସ୍ତାନର ଜଣେ ହିନ୍ଦୁ ଶରଣାର୍ଥୀ ଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦେଇନାହାନ୍ତି। ଦମୀ କୋହଲିଙ୍କୁ ନାମ୍ନୀ ଛାତ୍ରୀ ଦ୍ୱାଦଶ...

କରୋନା ପ୍ରଭାବ: ଦେଶରେ ବର୍ଷକରେ ସୃଷ୍ଟି ହେବେ ୧୦ ଲକ୍ଷ ନୂଆ ଟିବି ରୋଗୀ

ନୂଆଦିଲ୍ଲୀ,୫।୧: କରୋନା ମହାମାରୀ ପ୍ରଭାବ ଯୋଗୁ ଦେଶରେ ନୂଆ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ବର୍ଷକରେ ଦେଶରେ ୧୦ ଲକ୍ଷ ନୂଆ ଟିବି ରୋଗୀ ସୃଷ୍ଟି...

ଗ୍ରେଟର ନୋଏଡ଼ା ଆକାଶରେ ଏଲିଅନ୍‌: ଲୋକେ ଆତଙ୍କିତ !

ନୋଏଡା, ୧୮।୧୦: ଆକାଶରେ ଲାଲ୍‌ ରଙ୍ଗର ଏଲିଅନ୍‌ ନେଇ ଉତ୍ତରପ୍ରଦେଶ ଗ୍ରେଟର ନୋଏଡ଼ା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସ୍ଥାନୀୟ ଦଙ୍କୌର ଅଞ୍ଚଳର ପାରସୌଲ...

ସତ୍ୟାଗ୍ରହ ଏକ୍ସପ୍ରେସର ୫ ବଗି ଇଞ୍ଜିନରୁ ଅଲଗା…

ପଶ୍ଚିମ ଚମ୍ପାରଣ,୨।୨ : ମୁଜାଫରପୁରରୁ ନରକାଟିଆଗଞ୍ଜ ଯାଉଥିବା ସତ୍ୟାଗ୍ରହ ଏକ୍ସପ୍ରେସ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ ଟ୍ରେନ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା। ବେତିଆ ମଝୋଂଲିଆ ଷ୍ଟେଶନ...

ରଜନୀକାନ୍ତଙ୍କୁ ସମନ

ଟୁଟିକୋରିନ୍‌, ୨୨ା୧୨: ଷ୍ଟେରଲାଇଟ କମ୍ପାନୀ ବିରୋଧୀ ବିକ୍ଷୋଭବେଳେ ୨୦୧୮ରେ ପୋଲିସ ଗୁଳିଚାଳନାକୁ ନେଇ ବିବାଦୀୟ ମନ୍ତବ୍ୟ ରଖିଥିବା ତେଲୁଗୁ ଷ୍ଟାର ରଜନୀକାନ୍ତଙ୍କୁ ସମନ କରାଯାଇଛି। ଘଟଣାର...

କଶ୍ମୀରରେ ନୀରବତାର ରାଜୁତି

ଶ୍ରୀନଗର,୮ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରୀ ରାସ୍ତାଘାଟ ଶୂନଶାନ। ସବୁଠି ଅଖଣ୍ଡ ନୀରବତା ରାଜୁତି କରୁଛି। ଶ୍ରୀନଗର ସମେତ ବିଭିନ୍ନ ସହରରେ ପୋଲିସ ଓ...

Advertisement
Archives

Model This Week