Posted inଜାତୀୟ

୧୩୪ ବର୍ଷ ତଳର ଅଯୋଧ୍ୟା ବିବାଦ: ଦାଖଲ ହୋଇଛି ୧୨ ଲକ୍ଷ ୫୦ ହଜାର ପୃଷ୍ଠାର ଫଟୋକପି

ନୂଆଦିଲ୍ଲୀ,୧୬।୧୦: ରାମଜନ୍ମ ଭୂମି ବାବରୀ ମସଜିଦ୍‌ ବିବାଦ ବହୁ ବର୍ଷ ଧରି ନିର୍ମୋହି ଆଖଡ଼ା ଏବଂ ମୁସଲମାନ୍‌ ପକ୍ଷଙ୍କ ମଧ୍ୟରେ ଜାରି ରହିଛି। ୧୩୪ ବର୍ଷ ତଳର ଅଯୋଧ୍ୟା ବିବାଦ ନେଇ ଅଦାଲତରେ ହିନ୍ଦୁ ପକ୍ଷ ୭ ଲକ୍ଷ ୫୦ ହଜାର ଏବଂ ମୁସଲମାନ୍‌ ପକ୍ଷଙ୍କ ଦ୍ୱାରା ୫ ଲକ୍ଷ ମୋଟ ୧୨ ଲକ୍ଷ ୫୦ ହଜାର ପୃଷ୍ଠାର ଫଟୋ କପି ଦାଖଲ କରାଯାଇଛି। ଇତିହାସରୁ ଜଣାଯାଏ ୧୫୨୬ରେ ବାବର ଏବଂ ଇବ୍ରାହିମ୍‌ ଲୋଧୀଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ବାବରଙ୍କ ଜଣେ ସେନାପତି ଅଯୋଧ୍ୟାରେ ପହଞ୍ଚି ସେଠାରେ ମସଜିଦ୍‌ ନିର୍ମାଣ କରିଥିଲେ। ବାବରଙ୍କୁ ସମ୍ମାନ ଜଣାଇ ଏହାର ନାମ ବାବରୀ ମସଜିଦ୍‌ ରଖାଯାଇଥିଲା। ଏହି ମସଜିଦ୍‌କୁ ନେଇ ୧୮୫୩ରେ ନବାବ ଓ୍ବାଜିଦ୍‌ ଅଲ୍ଲୀ ଶାହଙ୍କ ସମୟରେ ପ୍ରଥମ କରି ଅଯୋଧ୍ୟାରେ ସାମ୍ପ୍ରଦାୟିକ ହିଂସା ହୋଇଥିଲା। ହିନ୍ଦୁମାନେ ଅଭିଯୋଗ ଆଣିଥିଲେ ଯେ, ସେଠାରେ ମନ୍ଦିର ଭଙ୍ଗାଯାଇ ମସଜିଦ୍‌ ନିର୍ମାଣ ହୋଇଛି। ପରେ ୧୩୪ ବର୍ଷ ତଳେ ୧୮୮୫ରେ ନିର୍ମୋହି ଆଖଡ଼ା ଜମିର ମାଲିକାନା ନେଇ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ତେବେ ଫୈଜାବାଦ୍‌ ଜିଲା ଅଦାଲତ ରାମ ଚବୁତରା ଉପରେ ଛତା ସ୍ଥାପନ କରିବା ପାଇଁ ମହନ୍ତ ରଘୁବୀର ଦାସଙ୍କ ଆବେଦନକୁ ଖାରଜ କରିଥିଲେ। ୧୯୪୯ରେ ଏଠାରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ୧୯୫୦ରେ ହିନ୍ଦୁ ମହାସଭା ଆଇନଜୀବୀ ଗୋପାଳ ବିଶାରଦ ବିବାଦୀୟ ଜମିରେ ପୂଜା ପାଇଁ ଫୈଜାବାଦ୍‌ ଜିଲା ଅଦାଲତରେ ଆବେଦନ କରିଥିଲେ। ୧୯୫୯ରେ ନିର୍ମୋହି ଆଖଡ଼ା ବିବାଦୀୟ ଜମିରେ ମାଲିକାନା ଅଧିକାର ଦାବି କରିଥିଲେ। ୧୯୬୧ରେ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏଠାରେ ମୂର୍ତ୍ତି ପୂଜାକୁ ବିରୋଧ କରିବା ସହିତ ମସଜିଦ୍‌ ଆଖପାଖ ଅଞ୍ଚଳର ମାଲିକାନା ଦାବି ଦାଖଲ କରିଥିଲେ। ୧୯୮୧ରେ ଏନେଇ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ପକ୍ଷରୁ ମାମଲା ଦାଏର କରାଯାଇଥିଲା। ୧୯୮୯ରେ ଆହ୍ଲାବାଦ୍‌ ହାଇକୋର୍ଟ ବିବାଦୀୟ ଜମିରେ ଯଥାସ୍ଥିତି କାଏମ୍‌ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୯୯୨ରେ କରସେବକଙ୍କ ଦ୍ୱାରା ବିବାଦୀୟ ନିର୍ମାଣକୁ ଭଙ୍ଗ କରାଯାଇଥିଲା। ୨୦୦୨ରେ ଆହ୍ଲାବାଦ୍‌ ହାଇକୋର୍ଟରେ ବିବାଦୀୟ ଜମିକୁ ନେଇ ବିଚାର ଆରମ୍ଭ ହୋଇଥିଲା। ୨୦୧୦ରେ ଆହ୍ଲାବାଦ୍‌ ହାଇକୋର୍ଟ ନିର୍ମୋହି ଆଖଡ଼ା, ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଏବଂ ରାମଲଲାଙ୍କ ମଧ୍ୟରେ ୨.୭୭ ଏକର ବିବାଦୀୟ ଜମିକୁ ସମାନ ଭାବେ ବାଣ୍ଟି ଦେଇଥିଲେ। ୨୦୧୧ରେ ସୁପ୍ରିମ୍‌କୋର୍ଟ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ। ୨୦୧୬ରେ ସୁବ୍ରମଣ୍ୟମ ସ୍ବାମୀ ବିବାଦୀୟ ଜମି ଉପରେ ମନ୍ଦିର ନିର୍ମାଣ ପାଇଁ ଆବେଦନ କରିଥିଲେ। ୨୦୧୮ରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ୨୦୧୯ ଅଗଷ୍ଟ ୬ରୁ ସାମ୍ବିଧାନିକ ପୀଠରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri