Posted inଫୁରସତ

୧୩୨ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମଧ୍ୟପ୍ରଦେଶର ପଚମଢ଼ୀ ରାଜଭବନ

ମଧ୍ୟପ୍ରଦେଶର ଗ୍ରୀଷ୍ମକାଳୀନ ପଚମଢ଼ୀ ରାଜଭବନ ଦୀର୍ଘ ୧୩୨ ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଲୋକେ ଏହାର ପୁରୁଣା ବିଲିଡିଂ ଏବଂ ସାମଗ୍ରୀ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ୧୯୬୭ ମସିହାରେ ଶେଷଥର ପାଇଁ ଗ୍ରୀଷ୍ମଋତୁରେ ପଚମଢ଼ୀକୁ ଏହା ସ୍ଥାନାନ୍ତରିତ ହୋଇଥିଲା। ଏହା ପରେ ତତ୍‌କାଳୀନ ରାଜ୍ୟପାଳ ଗୋବିନ୍ଦ ନାରାୟଣ ସିଂହ ଗ୍ରୀଷ୍ମକାଳୀନ ରାଜଧାନୀ ସ୍ଥାନାନ୍ତରିତ ପ୍ରଥା ବନ୍ଦ କରିଦେଲେ। ଏଠାରେ ଥିବା ରାଜଭବନର ସମ୍ପର୍କରେ ସ୍ଥାନୀୟ ଲୋକେ ମଧ୍ୟ ଜାଣି ନ ଥାନ୍ତି। ଏହାର ତିନୋଟି ଗେଟ୍‌ ରହିଛି। ଯାହା ସର୍ବଦା ବନ୍ଦ ରହିଥାଏ। କେହି ମଧ୍ୟ ଏହାର ଫଟୋ ଉଠାଇ ନେଇପାରିବେ ନାହିଁ ବୋଲି କଟକଣା ରହିଛି। ପଚମଢ଼ୀ ରାଜଭବନ ୨୨ ଏକର ପରିମିତ ଜାଗାରେ ନିର୍ମିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀଙ୍କ ପାଇଁ ବଙ୍ଗଳା ରହିଛି। ଏଠାରେ ରାଜ୍ୟପାଳ ରହିବା ମଧ୍ୟ ଭବନ ରହିଥିବାବେଳେ ଏକ ବଡ଼ କନ୍‌ଫରେନ୍ସ ହଲ୍‌ ରହିଛି। ଏଥିସହିତ ଅତିଥି ଭବନ ଏବଂ ଡାଇନିଂ ହଲ୍‌ ରହିଛି। ଏଠାରେ ଏକ ପିଆନୋ ରହିଛି। ଯାହା ବର୍ତ୍ତମାନ ସମୟରେ ବି ବଜାଯାଉଛି। ରାଜଭବନ ପରିସରରେ ହାତୀଶାଳ ଏବଂ ଘୋଡ଼ଶାଳ ମଧ୍ୟ ରହିଛି। ବର୍ତ୍ତମାନର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ସର୍ବସାଧାରଣଙ୍କ ଦେଖିବା ନିମେନ୍ତ ଏହାକୁ ଖୋଲିବା ପାଇଁ କିଛିଦିନ ତଳେ ପ୍ରତିଶୃତି ଦେଇଥିଲେ। ଫଳରେ ଦୀର୍ଘବର୍ଷରୁ ବନ୍ଦ ଥିବା ଏହି ରାଜଭବନ ଶନିବାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ! ସ୍ମାର୍ଟଫୋନ୍‌ରୁ ଶୀଘ୍ର ଡିଲିଟ୍‌ କରନ୍ତୁ ଏସବୁ ଆପ୍‌…

ଓ୍ବାଶିଂଟନ/ ନୂଆଦିଲ୍ଲୀ,୧୯।୬: ଗୁଗଲକୁ ପୁଣି ଥରେ ଜୋକର ଭାଇରସ୍‌ ଫେରିଛି। ଏହା ମୁଖ୍ୟତଃ ୮ଟି ଆଣ୍ଡ୍ରଏଡ୍‌ ଆପ୍‌କୁ ଟାର୍ଗେଟ୍‌ କରିଛି। ଏସବୁ ଆପ୍‌କୁ ଶୀଘ୍ର ନିଜ...

ଫ୍ଲୋରାଇଡ୍‌ ଯୋଗୁ ବଢ଼ିପାରୁନି ଏହି ଗାଁଲୋକଙ୍କ ଆୟୁଷ

ଏଭଳି ଏକ ଗାଁ ଅଛି, ଯେଉଁଠାରେ ଲୋକ ଦୀର୍ଘାୟୁ ହୋଇ ନ ଥାନ୍ତି। ତାଙ୍କର ଜୀବନକାଳ ବହୁତ୍‌ କମ୍‌। ସେଠାରେ ପରିସ୍ଥିତି ଏଭଳି ହୋଇଛି ଯେ,...

କରୋନାରୁ ଦୂରେଇ ରହିବା ପାଇଁ ଖୋଲା ପବନ, ସ୍ବଚ୍ଛତା ଅପରିହାର୍ଯ୍ୟ: ସର୍ଭେ

ତିବିଲିସି, ୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। କେତେକ ଦେଶରେ କରୋନା ସଂକ୍ରମଣର ଦୋହରା ମାଡ଼ ମଧ୍ୟ ଆରମ୍ଭ ହୋଇଛି। ତେବେ...

ସେଲସ୍‌ ଟାର୍ଗେଟ୍‌ ପୂରଣ ନ କରି ପାରିବାରୁ ନିଜକୁ ଦଣ୍ଡିତ କରି ଆଣ୍ଠେଇଲେ ଅଧିକାରୀ

ବେଜିଂ,୨୨।୧: ଏବେ ଚାଇନାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ କିଛି ଲୋକ ଆଣ୍ଠେଇ ଥିବାର ଦେଖିବାକୁ ମିଳୁଛି। ପ୍ରକୃତରେ...

ଚର୍ଚ୍ଚ ପରିସରରୁ ମିଳିଲା ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ

ବ୍ରସେଲ୍ସ୍‌,୧୯।୨: ବେଲଜିୟମ୍‌ର ଏକ ଚର୍ଚ୍ଚ ପରିସରରୁ ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ ମିଳିଛି। ଖନନ କରୁଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।...

ମନକଥା ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

ଓଳଗ ଗାଁର ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲେଇ ଗାଁକୁ ଆସେ ପାର୍ବଣ। ଗାଁର ଆବାଳ ବୃଦ୍ଧ ବନିତା ମସ୍‌ଗୁଲ ହୋଇଯାନ୍ତି ଏଥିରେ। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ସମସ୍ତେ ନିଜକୁ...

ବାଘ

ଚିଡ଼ିଆଖାନାରେ ହେଉ ଅବା କଣସି ଫିଲ୍ମରେ ବାଘ ଦେଖିଲେ ମନ ଉଲ୍ଲସିତ ହୋଇଉଠେ। ଆଉ ଯଦି କେବେ ଜଙ୍ଗଲରେ ପ୍ରକୃତରେ କାହାକୁ ଏହାର ସାମ୍ନା କରିବାକୁ...

Advertisement
Archives

Model This Week