Posted inଫୁରସତ

୧୩୦ ଫୁଟ୍‌ ଉଚ୍ଚରେ ଦୀର୍ଘ ୨୬ ବର୍ଷ ହେଲା ବିତୁଛି ଏକୁଟିଆ ଜୀବନ

ଜର୍ଜିଆର ୧୩୦ ଫୁଟ୍‌ ଉଚ୍ଚ କତ୍‌ସ୍କି ଖମ୍ବ କାହଁି କେଉଁ ଯୁଗରୁ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏପରିସ୍ଥଳରେ ସେଠାକୁ କେହି ବି ଯା’ଆସ କରନ୍ତି ନାହଁି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେଲେ ଏହି ଖମ୍ବରେ ଦୀର୍ଘ ୨୬ ବର୍ଷ ଧରି ଜଣେ ବ୍ୟକ୍ତି ନିଜ ଜୀବନ ଜିଉଁଛନ୍ତି। ତା’ପୁଣି ଏକାକୀ। ୧୩୦ ଫୁଟ୍‌ ଉଚ୍ଚ ଶିଖରରେ ରହିବା କଥା କଳ୍ପନା କରିବାକୁ ଯେଉଁଠି ଭୟ ଲାଗେ, ସେଠାରେ ଏତେବର୍ଷ ଧରି ଏକୁଟିଆ ଜୀବନ ବିତାଇବା କିଛି କମ୍‌ କଥା ନୁହେଁ। ଏହି ସାହସିକ ପଦକ୍ଷେପ ଗ୍ରହଣ କରିଛନ୍ତି ମାକ୍ସିମ୍‌ ନାମକ ଜଣେ ଖ୍ରୀଷ୍ଟିଆନ୍‌ ପାଦ୍ରୀ। ତାଙ୍କ ଅନୁସାରେ, ଏତେ ଉଚ୍ଚରେ ରହି ସେ ଈଶ୍ୱରଙ୍କର ନିକଟତର ହୋଇପାରିଥିବା ଅନୁଭବ କରୁଛନ୍ତି। ଶିଖରରେ ଯେଉଁ ଘର ସେ ନିର୍ମାଣ କରିଛନ୍ତି ତା’ର ନାମ ରଖିଛନ୍ତି ମାକ୍ସିମ୍‌ କର୍ଟେଜ୍‌। ୧୯୯୩ରୁ ସେ ଏଠାରେ ରହିଆସୁଛନ୍ତି। ସପ୍ତାହକୁ ମାତ୍ର ଦୁଇଥର ସେ ତଳକୁ ଆସିଥାନ୍ତି। ତଳକୁ ଆସିବାକୁ ୧୩୧ ଫୁଟ୍‌ର ପାହାଚ ନିର୍ମାଣ ହୋଇଛି। ଏଥିରେ ଆସିବାକୁ ମାକ୍ସିମ୍‌କୁ ଅତିକମ୍‌ରେ ୨୦ ମିନିଟ୍‌ ସମୟ ଲାଗେ। ବାକି ସମୟରେ ତଳେ ଥିବା ଲୋକେ ତାଙ୍କୁ ଜରୁରୀ ସାମଗ୍ରୀ ସବୁ ଏକ କୁଲି ଦଉଡ଼ି ମାଧ୍ୟମରେ ପଠାଇଥାନ୍ତି। ଖମ୍ବ ସଦୃଶ ଦେଖାଯାଉଥିବା ଏହି ପାହାଡ଼ର ଶିଖରରେ ସେ ଏକ ପ୍ରାର୍ଥନା କକ୍ଷ ନିର୍ମାଣ କରିଛନ୍ତି। ବେଳେବେଳେ କିଛି ବିପଦରେ ପଡ଼ିଥିବା ଯୁବବର୍ଗ ସେଠାକୁ ପ୍ରାର୍ଥନା କରିବାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲିଜାବେଥ୍‌ଙ୍କ ଷ୍ଟାଚ୍ୟୁ ଅନାବରଣ

ଲଣ୍ଡନ: ବ୍ରିଟେନ୍‌ କିଙ୍ଗ୍‌ ଚାର୍ଲସ୍‌ ତୃତୀୟ ଇଂଲଣ୍ଡରେ ତିଆରି ହୋଇଥିବା ଦିବଂଗତ ମହାରାଣୀ ଏଲିଜାବେଥ୍‌ଙ୍କ ମୂର୍ତ୍ତି ଅନାବରଣ କରିଛନ୍ତି। ସେପ୍ଟେମ୍ବର ୮ରେ ମହାରାଣୀଙ୍କ ମୃତ୍ୟୁ ପରେ...

ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...

ପିତାଙ୍କ ମୃତଦେହ ସାମ୍ନାରେ ଫଟୋଶୁଟ କଲେ ମଡେଲ, ଫଟୋ ଭାଇରାଲ ପରେ…

ଆଜିକାଲିର ଅତ୍ୟାଧୁନିକ ଯୁଗରେ ଲୋକପ୍ରିୟ ହେବାର ନିଶା ସମସ୍ତଙ୍କୁ ଘାରିଛି। ଏଥିପାଇଁ କେହି କେହି ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେଉଥିବା ବେଳେ ଆଉ କିଏ...

ବାଘ-ମଣିଷ ଲଢେଇ ରୋକିବ ସୁଗନ୍ଧିତ ଗଛ

ବାଘ-ମଣିଷ ଲଢେଇ ଅଭୟାରଣ୍ୟରେ କିଛିନୂଆ କଥା ନୁହେଁ। ଏମିତି ଲଢେଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି। ସୀମାବର୍ତ୍ତୀ ଗାଁମାନଙ୍କରେ ଚାଷୀମାନେ ବେଶି...

ଦଶମ ବୋର୍ଡ ପରୀକ୍ଷାରେ ୯୩.୪% ନମ୍ବର ରଖି ପାସ୍‌ କଲେ ୩ ସନ୍ତାନର ମା’

ଶ୍ରୀନଗର,୧୫।୯: କୁହାଯାଏ ମନରେ ଯଦି ଇଚ୍ଛାଶକ୍ତି ଅଛନ୍ତି ତେବେ କିଛି ବି କାର୍ଯ୍ୟ ଅସମ୍ଭବ ନୁହେଁ। କଶ୍ମୀରର ଜଣେ ମହିଳା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦିତ...

୩ ହଜାର ଫୁଟ୍‌ ପାହାଡ଼ ଚଢ଼ିଲେ ୧୦ ବର୍ଷର ଝିଅ

ଯେଉଁ ପାହାଡ଼କୁ ଚଢ଼ିବା ସମୟରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ସେଠାରେ ଜଣେ ୧୦ ବର୍ଷର ଝିଅ ଏହାକୁ ଚଢ଼ିିବାରେ ସଫଳ ହୋଇଛନ୍ତି। ଏଥିସହ ସବୁଠୁ...

ଏକ ମିନିଟ୍‌ରେ ୬୮ ବୋତଲର ଠିପି ଖୋଲି ଗିନିଜ୍‌ ଓ୍ବାର୍ଲ୍‌ଡ ରେକର୍ଡରେ ନାଁ ଲେଖାଇଲେ ବ୍ୟକ୍ତି

ହାଇଦ୍ରାବାଦ,୨୩।୧୧: ପ୍ରାୟ ସମୟରେ ଦେଖାଯାଏ, କୋଲ୍ଡ ଡ୍ରିଙ୍କ୍ସ ଖୋଲିବାକୁ ଓପ୍‌ନର ନ ମିଳିଲେ, ଲୋକେ ନିଜ ଦାନ୍ତରେ ଖୋଲିଥାନ୍ତି। ହେଲେ କେବେ କାହାକୁ ମୁଣ୍ଡରେ ବୋତଲର...

ଗାଁର ବିକାଶ ପାଇଁ ନିଜ ରୋଜଗାରରୁ ଏତିକି କୋଟି ଖର୍ଚ୍ଚ କଲେ ଏହି ବ୍ୟକ୍ତି, ଜାଣିଲେ…

ନିଜ ଅପେକ୍ଷା କେବେ ପୂରା ଗାଁର କଥା ଚିନ୍ତା କରିଛନ୍ତି? ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି କିନ୍ତୁ ଏପରି କରି ଦେଖାଇଛନ୍ତି। ନିଜ ରୋଜଗାରର ସମସ୍ତ ଦରମା...

Advertisement
Archives

Model This Week