୧୩ରୁ ସିଆଇଆଇ ଏଣ୍ଟରପ୍ରାଇଜ ଓଡ଼ିଶା

ଭୁବନେଶ୍ୱର,୯-୧୧: କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ଏଣ୍ଟରପ୍ରାଇଜ ଓଡ଼ିଶା ଚଳିତ ମାସ ୧୩ରୁ ୧୬ ଯାଏ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବ। ଏହାର ସଫଳତା ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ ବୋଲି ସିଆଇଆଇ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଶିଳ୍ପ ବିଭାଗ ସଚିବ ହେମନ୍ତ କୁମାର ଶର୍ମା, ସିଆଇଆଇ ଓଡ଼ିଶାର ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେବେ। ଗୋଟିଏ ସ୍ଥାନରେ ଓଡ଼ିଶା ମାଇନିଂ ଏବଂ ଓଡିଶା ଇନୋଭେକ୍ସର ପ୍ରଦର୍ଶନୀ ହେବ ବୋଲି ସିଆଇଆଇ ପକ୍ଷରୁ ସୂଚନା ରହିଛି। ପ୍ରାୟ ୨୦୦ କମ୍ପାନୀ ଏଠାରେ ସେମାନଙ୍କ ପ୍ରଡକ୍ଟ ଏବଂ ସେବା ପ୍ରଦର୍ଶନ କରାଇବେ। ମେଟାଲ,ମିନେରାଲ, ପାଓ୍ବାର, ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ, ଡିଫେନ୍ସ ମାନୁଫାକଚରିଂ ଭଳି ବିଭାଗରେ ଷ୍ଟଲ ମାନ ଏଥିରେ ସ୍ଥାନୀତ ହେବ। ଏହାବାଦ ଔଦ୍ୟୋଗିକ ଏବଂ ନିର୍ମାଣ ଉପକରଣ, ଆଇଟି ସେବା, ଶିକ୍ଷା, ରିୟଲ ଇଷ୍ଟେଟ ଏବଂ ଅଟୋମୋବାଇଲ ଭଳି କ୍ଷେତ୍ର ବିସ୍ତୃତ ଭାବେ ପ୍ରଦର୍ଶନ କରାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧ମ ତ୍ରୈମାସରେ ୧୩.୫% ହାରରେ ଜିଡିପି ବୃଦ୍ଧି

ନୂଆଦିଲ୍ଲୀ,୧।୯: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୧ମ ତ୍ରୈମାସର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବିସ୍ତୃତ ସୂଚନା କେନ୍ଦ୍ର ସରକାର ବୁଧବାର ଜାରି କରିଛନ୍ତି। ଉକ୍ତ...

ନଗଦ ଉଠାଣ ଲାଗି ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ,୨୮।୬: କରୋନା ଭାଇରସ୍‌ ଲାଗି ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ବ୍ୟାଙ୍କଗୁଡିକର ନଗଦ ଅସୁବିଧାକୁ ସମାଧାନ କରିବା ଲାଗି ବର୍ଦ୍ଧିତ ଋଣ ସୁବିଧାର ସୀମାକୁ...

ପିପିଇ ପ୍ରସ୍ତୁତ ପାଇଁ ୧୧ ସଂସ୍ଥାକୁ ଦାୟିତ୍ୱ

ନୂଆଦିଲ୍ଲୀ,୩୧। ୩: ବ୍ୟକ୍ତିଗତ ସ୍ବାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ କିଟ୍ସ ତିଆରି କରିବା ଲାଗି ୧୧ ସଂସ୍ଥାକୁ ବଛାଯାଇଛି। ଏହି ସଂସ୍ଥାଗୁଡିକ ୨୧ ଲକ୍ଷ...

କୃଷକଙ୍କ ଜୀବନକୁ ପରିବର୍ତ୍ତନ କରାଇଛି ବେଦାନ୍ତ

ଭୁବନେଶ୍ୱର,୨୦।୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି କମ୍ପାନୀର...

ଏୟାରଟେଲ୍‌ ଉପଭୋକ୍ତା ଏବେ ସମସ୍ତ ନେଟଓ୍ବର୍କକୁ କରିପାରିବେ ଅନ୍‌ଲିମିଟେଡ୍‌ ଫ୍ରି କଲ୍‌

ନୂଆଦିଲ୍ଲୀ,୭।୧୨: ଟେଲିକମ କମ୍ପାନୀଙ୍କ କଲ୍‌ ରେଟ୍‌କୁ ନେଇ ଏବେ ଗ୍ରାହକ ଏକ ପ୍ରକାର ହଡବଡେଇ ଯାଉଛନ୍ତି। ଏତିକି ବେଳେ କିନ୍ତୁ ଏୟାରଟେଲ ତା’ ଉପଭୋକ୍ତାଙ୍କ ପାଇଁ...

ବ୍ରିଜ୍‌ ପ୍ରକଳ୍ପ ପାଇଁ ନାବାର୍ଡର ୩୦୩ କୋଟି

ଭୁବନେଶ୍ୱର,୭ା୧୦:  ରାଜ୍ୟ ମଧ୍ୟରେ ୨୪ ବ୍ରିଜ୍‌ ନିର୍ମାଣ ଲାଗି ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ୩୦୩ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦେଇଛି।...

ସିଆଇଆଇ ଦ୍ୱାରା ଟାଟା ଷ୍ଟିଲ୍‌ ମାଇନିଂ ପୁରସ୍କୃତ

ଭୁବନେଶ୍ୱର,୨୯।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ‘ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼’ର ଓଡ଼ିଶାର ଗଞ୍ଜାମ ଓ ଯାଜପୁର ଜିଲାରେ ଯଥାକ୍ରମେ ଅବସ୍ଥିତ, ଗୋପାଳପୁର ଫେରୋକ୍ରୋମ କାରଖାନା...

ଭୂତ କମ୍ପାନୀ ସହ ରାଣାଙ୍କ ଲିଙ୍କ୍‌

ମୁମ୍ବାଇ,୯ା୩: ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବେଆଇନ ଅର୍ଥ କାରବାର ନିରୋଧି ଆଇନ(ପିଏମ୍‌ଏଲ୍‌ଏ) ଅଧୀନରେ ରବିବାର ଗିରଫ କରିଛି। ୨୦ ଭୂତ କମ୍ପାନୀଙ୍କ...

Advertisement
Archives

Model This Week