୧୨୫ ଫୁଟ ପାଣି ଟାଙ୍କି ଉପରକୁ ଚଢିଗଲା ଷଣ୍ଢ

ରେବାଡି,୧୫।୧୧: ହରିୟାଣାର ରେବାଡିରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଷଣ୍ଢ ୧୨୫ ଫୁଟ ଉଚ୍ଚ ପାଣିଟାଙ୍କି ଉପରକୁ ଚଢିଯାଇଛି। ପାଣିଟାଙ୍କି ଉପରେ ଷଣ୍ଢକୁ ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିଲେ। ପରେ ପ୍ରଶାସନ ଦମକଳ ବାହିନୀ ଏବଂ ଗୋରକ୍ଷା ଯୁବ ଦଳ ସଦସ୍ୟଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଖାପାଖି ୮ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିବା ପରେ ଷଣ୍ଢକୁ କ୍ରେନ୍‌ ସହାୟତାରେ ସୁରକ୍ଷିତ ଭାବେ ପାଣିଟାଙ୍କି ଉପରୁ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ, ଖେଡାର ମୁରାର ରୋଡରେ ଥିବା ଜନସ୍ବାସ୍ଥ୍ୟ ପାଣିଟାଙ୍କି ରହିଛି। ଏହା ଉପରକୁ ଚଢିବା ପାଇଁ ସିଡି ନିର୍ମାଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ଷଣ୍ଢଟି ସିଡି ଚଢି ପାଣିଟାଙ୍କି ଉପରେ ବହଞ୍ଚିଥିଲା। ଆବଶ୍ୟକ ଯାଗା ନ ଥିବାରୁ ଷଣ୍ଢଟି ବୁଲି ନ ପାରି ଫଶିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ମାସ ପାଇଁ କରୋନା ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ,୨୩।୩: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୋଭିଡ-୧୯ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହା ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ। ତଦନୁଯାୟୀ...

ବାୟୁସେନା ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ…

କାମରାଜନଗର,୧।୬ : ଭାରତୀୟ ବାୟୁସେନାର ଏକ ଟ୍ରେନିଂ ବିମାନ କାମରାଜନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁସାରେ, ବିମାନରେ ଦୁଇଜଣ ପାଇଲଟ ଥିଲେ, ଯେଉଁମାନେ ସୁରକ୍ଷିତ ଅଛନ୍ତି। ଭାରତୀୟ...

ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ଘୋଷଣା, ୨୦୨୫ ସୁଦ୍ଧା ୬ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୨୪।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୪ ବର୍ଷିଆ ଆସେଟ୍‌ ମନିଟାଇଜେଶନ ପ୍ଲାନ୍‌ ସମ୍ପର୍କରେ ସୋମବାର ଘୋଷଣା କରିଛନ୍ତି। ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ(ଏନ୍‌ଏମ୍‌ପି) ଅଧୀନରେ ୨୦୨୫ ସୁଦ୍ଧା...

ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀ ଗିରଫ: ବିନା ଭିଜାରେ ବାସ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୧୦: କର୍ନାଟକ ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସେମାନେ ବିନା ଭିଜାରେ ସହରରେ ବାସ କରୁଥିବା ଅଭିଯୋଗ ହୋଇଛି। ସହରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା...

ପୁଣି କମିଲା ସୁନା ଦର

ନୂଆଦିଲ୍ଲୀ,୩।୩: ପୁଣି ସୁନା ଦର କମିଛି। ସୁନା ୦.୧୧ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପ୍ରତି ୪୫,୫୦୦ ଟଙ୍କା ହୋଇଛି। ସେହିପରି ରୂପା କିଲୋଗ୍ରାମ...

ଅନୁମତି ନ ନେଇ ଦ୍ୱିତୀୟ ବିବାହ କରିଥିଲେ ପିଲାଙ୍କୁ ମିଳିବନି ଚାକିରି

ପାଟନା,୧୬।୭: ବିହାର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କଲେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି...

ମକ୍କାରେ ଏଲିଜାବେଥ୍‌ଙ୍କ ପାଇଁ ପ୍ରାର୍ଥନା କରି ଗିରଫ

ରିୟାଧ: ବିଶ୍ୱ ପ୍ରସିଦ୍ଧ ସାଉଦି ଆରବର ମକ୍କା ମସ୍‌ଜିଦ୍‌ରେ ପ୍ରାର୍ଥନା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପବିତ୍ର ସ୍ଥାନ କୁହାଯାଉଥିବା...

ବିହାରରେ ଦୁଇଟି ରାଲି କରିବେ ରାହୁଲ

ନୂଆଦିଲ୍ଲୀ,୧୭ ।୧୦: ବିହାର ରାଜନୀତି ଏବେ ସରଗରମ । ଅକ୍ଟୋବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସବୁଦଳ...

Advertisement
Archives

Model This Week