୧୧ ବର୍ଷରେ ୨.୦୫ ଲକ୍ଷ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୧୩-୬: ଦେଶରେ ଗତ ୧୧ ବର୍ଷ ଭିତରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ୨.୦୫ ଲକ୍ଷ କୋଟି ଟଙ୍କାର ୫୦ ହଜାରରୁ ଅଧିକ ଠକେଇ ଓ ଜାଲିଆତି ମାମଲା ଦାଏର କରାଯାଇଛି। ଏ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ଠକେଇ ମାମଲା ଦାଏର ହୋଇଛି। ଏହାପଛକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ରହିଛି। ସୂଚନା ଅଧିକାର ଆଇନ ଅଧୀନରେ ଆର୍‌ବିଆଇ ପକ୍ଷରୁ ଏହା କୁହାଯାଇଛି। ଆର୍‌ବିଆଇ ପକ୍ଷରୁ ତଥ୍ୟ ପ୍ରଦାନ କରି କୁହାଯାଇଛି ଯେ, ୨୦୦୮-୦୯ରୁ ୨୦୧୮-୧୯ ମଧ୍‌ୟରେ ୨.୦୫ ଲକ୍ଷ କୋଟି ଟଙ୍କାର ୫୩,୩୩୪ ଠକେଇ ମାମଲା ଧରାପଡିଛି। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ୬୮୧୧ ମାମଲା ଦାଏର ହୋଇଛି। ଏହି ବ୍ୟାଙ୍କରେ ୫,୦୩୩.୮୧ କୋଟି ଟଙ୍କାର ଠକେଇ ଧରାପଡିଛି। ଏହି ଅବଧିରେ ଏସ୍‌ବିଆଇ ପକ୍ଷରୁ ୨୩,୭୩୪.୭୪ କୋଟି ଟଙ୍କାର ୬୭୯୩ ଜାଲିଆତି ମାମଲା ଦାଏର କରାଯାଇଥିଲା। ଏହାପଛକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୧୨୦୦.୭୯ କୋଟି ଟଙ୍କାର ୨୪୯୭ ମାମଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସୁନାଖଳାରେ ଟ୍ରେଣ୍ଡ୍‌ସ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼...

ପେଟିଏମ୍‌ ଅଂଶଧନ ବିକିପାରେ ଚାଇନାର ଆଣ୍ଟ ଗ୍ରୁପ

ନୂଆଦିଲ୍ଲୀ: ଚାଇନାର ଆଣ୍ଟ ଗ୍ରୁପ ଭାରତୀୟ କମ୍ପାନୀ ପେଟିଏମ୍‌ରେ ରହିଥିବା ଏହାର ଅଂଶଧନକୁ ବିକ୍ରି କରିବା ଲାଗି ବର୍ତ୍ତମାନ ବିଚାର କରୁଛି। ଭାରତ-ଚାଇନା ମଧ୍ୟରେ ଉପୁଜିଥିବା...

ଜିଓ ଟ୍ରୁ-୫ଜି ପାୱାର୍ଡ ୱାଇ-ଫାଇର ଶୁଭାରମ୍ଭ

ନୂଆଦିଲ୍ଲୀ,୨୩।୧୦: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଜିଓ) ପକ୍ଷରୁ ‘ଜିଓ ଟ୍ରୁ-୫ଜି ପାୱାର୍ଡ ୱାଇ-ଫାଇ’ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଶିକ୍ଷାନୁଷ୍ଠାନ, ଧାର୍ମିକସ୍ଥଳ,...

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୮୧.୮%

ଭୁବନେଶ୍ୱର : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ଅଗଷ୍ଟରେ ୩୩୮ ପଏଣ୍ଟ ଥିଲା। ନୂଆ ସିରିଜରେ ଏହା ସେପ୍ଟେମ୍ବରରେ ୧୧୮...

ମହଙ୍ଗା ହେଲା ବିମାନ ଯାତ୍ରା: ସର୍ବନିମ୍ନ ଭଡ଼ା ୧୬ ପ୍ରତିଶତ ବୃଦ୍ଧି …

ନୂଆଦିଲ୍ଲୀ,୨୯।୫: କରୋନା ସଙ୍କଟ ସମୟରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନ ଭିନ୍ନ...

ନଭେମ୍ବରରେ ଶକ୍ତି ଚାହିଦା ୪.୨୮% କମିଲା

ନୂଆଦିଲ୍ଲୀ,୧୨-୧୨: ଲଗାତର ଭାବେ ୪ ମାସ ଲାଗି ଦେଶର ଶକ୍ତି ଚାହିଦା ୪.୨୮% ହ୍ରାସ ଘଟି ୯୪.୬ ବିଲିୟନ ୟୁନିଟ ରହିଛି। ବିଶେଷ କରି ଋତୁ...

ଅଂଶଧନ ବିକ୍ରି କରିବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ପାଣ୍ଠି ଯୋଗାଡ଼ କରିବା ଲାଗି ନିଜର ଅଂଶଧନ ବିକ୍ରି କରିବା ସମ୍ପର୍କରେ ବିଚାର କରୁଛି। ଏପରିକି...

ବଜେଟ: କାହାକୁ ଫାଇଦା, କାହାର କ୍ଷତି

ନୂଆଦିଲ୍ଲୀ,୨ା୨: ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଥିଲେ, ଲୋକଙ୍କ ଆୟ ବଢ଼ାଇବା, ସେମାନଙ୍କ କ୍ରୟଶକ୍ତି ବଢ଼ାଇବା ଏବଂ ଆର୍ଥିକ ମୂଳଦୁଆକୁ ମଜଭୂତ କରିବା...

Advertisement
Archives

Model This Week