Posted inଜାତୀୟ

୧୧ ବନ୍ୟାକ୍ଳିଷ୍ଟ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ, ୨୫ା୮(ପି.ଟି.): ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ବିତ୍ପାତ ଦେଖାଦେବା ପରେ ଏହାର ସ୍ଥିତି ଅନୁଧ୍ୟାନ କରିବା ଲାଗି ଏକ କେନ୍ଦ୍ରୀୟ ଟିମ୍‌ ୧୧ ରାଜ୍ୟ ଗସ୍ତ କରିବେ। ଏହି କେନ୍ଦ୍ରୀୟ ଟିମ୍‌ରେ ସ୍ବରାଷ୍ଟ୍ର, ଅର୍ଥ, କୃଷି, ଓ ଶକ୍ତି ମନ୍ତ୍ରଣାଳୟର ପ୍ରତିନିଧୀମାନେ ରହିବେ। ଏହି ଟିମ୍‌ ପ୍ରପୀଡ଼ିତ ଅଞ୍ଚଳର କ୍ଷୟକ୍ଷତି, ରିଲିଫ କାର୍ଯ୍ୟର ତଦାରଖ କରିବେ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭ ବିବୃତିରେ କୁହାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରକାଶଙ୍କ ନେତୃତ୍ୱରେ ଶନିବାର କର୍ନାଟକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ କେନ୍ଦ୍ରୀୟ ଟିମ୍‌ ଆସାମ, ମେଘାଳୟ, ତ୍ରିପୁରା, ବିହାର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର ଓ କେରଳ ବନ୍ୟାକ୍ଲିଷ୍ଟ ଅଞ୍ଚଳ ପରିଦର୍ଶନ କରିବେ। ଏହି ରାଜ୍ୟଗୁଡ଼ିକ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବା ପରେ ପୁଣି ଥରେ କେନ୍ଦ୍ରୀୟ ଟିମ୍‌ ଉକ୍ତ ରାଜ୍ୟଗୁଡ଼ିକୁ ଯିବ। ଏହି ଟିମ୍‌ରେ ସଡ଼କ, ପରିବହନ, ଗ୍ରାମୀଣ ବିକାଶ, କୃଷି, ଅର୍ଥ, ସ୍ବରାଷ୍ଟ୍ର, ଜଳଶକ୍ତି ମନ୍ତ୍ରଣାଳୟର ଅଧିକାରୀମାନେ ରହିବେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ କ୍ଷୟକ୍ଷତି ଭରଣା ପରେ ପୁନଃବିକାଶ କାର୍ଯ୍ୟ ହାତକୁ ନିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିକ୍ଷା ମାଗି ପାରିବେନି ପାକିସ୍ତାନୀ, ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ

ଇସଲାମାବାଦ,୧୮।୮: ପାକିସ୍ତାନ ହଜ ଏବଂ ଉମରା ପାଇଁ ସାଉଦି ଆରବକୁ ଯାଉଥିବା ଏହାର ନାଗରିକମାନଙ୍କୁ ଏକ କଠୋର ଚେତାବନୀ ଜାରି କରିଛି। ପାକିସ୍ତାନୀ ଦୂତାବାସ ଭିକ୍ଷା ମାଗିବା,…

ଲିଭ୍‌ ଇନ୍‌ରେ ରହୁଥିବା ପାର୍ଟନରଙ୍କ ଗଳା ଚିପିଦେଲେ ଯୁବତୀ: ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ରଖିବା ପରେ ଘଟିଲା..

ନାସିକ,୧୮।୮: ନାସିକରେ ଜଣେ ମହିଳା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଗଳା କାଟି ହତ୍ୟା କରି କସରା ଘାଟରେ ମୃତଦେହ ପକାଇ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପୋଲିସ ମହିଳା…

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri