୧୧ ଡ୍ୟାନ୍ସ ବାର୍‌ରେ ଚଢ଼ାଉ, ରାଜ୍ୟ ବାହାରର ୯୬ ଯୁବତୀ ଉଦ୍ଧାର: କାହିଁକି ତତ୍ପର ହୋଇଉଠିଲା ପୋଲିସ

ଭୁବନେଶ୍ୱର, ୨୮।୭(ବ୍ୟୁରୋ): ରାଜଧାନୀରେ ବେଆଇନ ଭାବେ ଚାଲୁଥିବା ଡ୍ୟାନ୍ସ ବାର୍‌ ଉପରେ ହଠାତ୍‌ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା। ଶୁକ୍ରବାର ରାତିରେ କଟକରୋଡ୍‌ରେ ଥିବା ୧୧ ଡ୍ୟାନ୍ସ ବାରରେ ଚଢାଉ କରି ୯୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା। ତେବେ ସବୁଠାରୁ ବଡ଼ କଥା ହେଲା ଉଦ୍ଧାର ସମସ୍ତ ଯୁବତୀ ରାଜ୍ୟ ବାହାରର। ଏମାନଙ୍କ ଘର ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳପ୍ରଦେଶ, ବାଙ୍ଗାଲୋର, ଦିଲ୍ଲୀ, ହରିୟାଣା ଓ ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବାର୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ ବିଭାଗକୁ ପୋଲିସ ଚିଠି ଲେଖିଥିବା ଜଣାପଡିଛି। ତେବେ ପୋଲିସର ଏଭଳି ତତ୍ପରତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରରେ ଡ୍ୟାନ୍ସବାର୍‌ଗୁଡ଼ିକ ଦୀର୍ଘ ଦିନ ହେବ ଚାଲି ଆସୁଛି। ବିଳମ୍ବିତ ରାତିରେ ବାର୍‌ ଭିତରେ ଓ ସମ୍ମୁଖରେ ମଧ୍ୟ ଅନେକ ସମୟରେ ଗଣ୍ଡଗୋଳ ଘଟୁଛି। ହେଲେ ସବୁକିଛି ଚାପି ଦେଉଥିବା ପୋଲିସ ହଠାତ୍‌ ଏଭଳି ବଡ଼ଧରଣର ଚଢ଼ାଉକୁ ଲୋକେ ଭିନ୍ନଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଉଦ୍ଧାର ଯୁବତୀମାନଙ୍କୁ ଛାଡ଼ି ଦିଆଯାଇଥିବାରୁ ପୋଲିସର କାର୍ଯ୍ୟଧାରା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଏହି ଯୁବତୀମାନଙ୍କୁ ରାଜ୍ୟ ବାହାରୁ କିଏ ଆଣୁଥିଲା? ଏହା ପଛରେ ମାଷ୍ଟରମାଇଣ୍ଡ୍‌ କିଏ? ପୋଲିସ ସେମାନଙ୍କ ନିକଟରେ ପହଞ୍ଚତ୍ ପାରିବ ତ! ଏମିତି ଅନେକ ପ୍ରଶ୍ନ ଏବେ କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କଟକରୋଡ୍‌ରେ ଥିବା ବେଆଇନ ବାର୍‌ଗୁଡ଼ିକ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର ଜାଣତରେ ହିଁ ଚାଲିଥିଲା। ବାର୍‌ ମାଲିକମାନେ ଏଥିପାଇଁ ମାସିକିଆ ଚାନ୍ଦା ଦେଇ ବେଶ୍‌ ଅନାୟାସରେ ଏହି ବେଆଇନ କାରବାର ଚଳାଇଥିଲେ। ଏପରିକି ବାହାରକୁ ଯେପରି ଏହା ନ ଆସିବ ସେଥିପାଇଁ ବାର୍‌ ମାଲିକମାନେ ସାମ୍ବାଦିକମାନଙ୍କୁ ମଧ୍ୟ ମାସିକିଆ ଟଙ୍କା ଦେଉଥିଲେ। ହେଲେ ଏନେଇ ପୋଲିସ କମିଶନର ଓ ଡିସିପିଙ୍କ ନିକଟରେ ଅଭିଯୋଗ ପହଞ୍ଚତ୍ବା ପରେ ପୋଲିସ ଲୋକଦେଖାଣିଆ ପଦକ୍ଷେପ ଆରମ୍ଭ କରିଥିବା କୁହାଯାଉଛି। ଏପରିକି ମାସିକିଆ ଠିକ୍‌ ଭାବେ ନ ମିଳିବାରୁ କମିଶନରଙ୍କ କାନକୁ କଥା ଯାଇଥିବା ଚର୍ଚ୍ଚା ଚାଲିଛି।
ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଏହି ଘଟଣାରେ ପୋଲିସ କେବଳ ଚଢ଼ାଉ ଓ ଉଦ୍ଧାର କରିପାରିବ। ହେଲେ ଲାଇସେନ୍ସ ଓ ନିୟମ ଉଲ୍ଲଂଘନ ସଂକ୍ରାନ୍ତ କାର୍ଯ୍ୟାନୁଷ୍ଠାନ କେବଳ ଅବକାରୀ ବିଭାଗ ହିଁ ନେବ। ଏଥିପାଇଁ ଅବକାରୀ ବିଭାଗକୁ ରିପୋର୍ଟ ଦିଆଯାଇଥିବା କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri