Posted inଜାତୀୟ

୧୦ ରାଜ୍ୟକୁ ମିଳିଛି ସ୍ବତନ୍ତ୍ର ମାନ୍ୟତା

ନୂଆଦିଲ୍ଲୀ,୬ା୮: ଭାରତର ସମ୍ବିଧାନ କେବଳ ଜମ୍ମୁ-କଶ୍ମୀରକୁ ନୁହେଁ, ବରଂ ୧୦ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୬୮ରେ ପ୍ରଦତ୍ତ କ୍ଷମତା ଅନୁସାରେ ପାର୍ଲାମେଣ୍ଟ ଅନୁଚ୍ଛେଦ ୩୭୧ରେ ଅନେକ ନିୟମ ଯୋଡ଼ିବା ସହ ବିଭିନ୍ନ ରାଜ୍ୟକୁ ସ୍ବତନ୍ତ୍ର କ୍ଷମତା ଓ ଅଗ୍ରାଧିକାର ଦେଇଛି।
ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପାଇଁ ପାର୍ଲାମେଣ୍ଟରେ ନରେନ୍ଦ୍ର ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ଉଭୟ ରାଜନୈତିକ ଦଳ ଓ ଜନସାଧାରଣଙ୍କଠାରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏଠାରେ ପ୍ରଶ୍ନ ଉଠେ କ’ଣ କେବଳ ଜମ୍ମୁ-କଶ୍ମୀର ଏକମାତ୍ର ରାଜ୍ୟ ଯାହା ସମ୍ବିଧାନଠାରୁ ସ୍ବତନ୍ତ୍ର କ୍ଷମତା ଲାଭ କରିଛି। ନିଶ୍ଚିତ ଭାବେ ନୁହେଁ। ଜମ୍ମୁ-କଶ୍ମୀରକୁ ଅନୁଚ୍ଛେଦ ୩୭୦ ଅଧୀନରେ ମିଳିଥିବା ୩୫ଏ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବାବେଳେ ମହାରାଷ୍ଟ୍ର ଓ ଗୁଜରାଟ ପାଇଁ ବିଶେଷ ନିୟମ କରିବା ଲାଗି ଅନୁଚ୍ଛେଦ ୩୭୧ ଅଣାଯାଇଥିଲା। ୧୯୫୦ରେ ସମ୍ବିଧାନ ଗୃହୀତ ହେବା ପରଠୁ ଏହି ଦୁଇ ଅନୁଚ୍ଛେଦ ରହିଛି। ତେବେ ଅନୁଚ୍ଛେଦ ୩୬୮ ଅନୁସାରେ ମିଳିଥିବା କ୍ଷମତା ପ୍ରୟୋଗ କରି ପାର୍ଲାମେଣ୍ଟ ୩୭୧ରେ ଅନେକ ସାମ୍ବିଧାନିକ ନିୟମ ଯୋଡ଼ିଛି। ଫଳରେ ଅନ୍ୟ ୯ଟି ରାଜ୍ୟକୁ ମଧ୍ୟ ସ୍ବତନ୍ତ୍ର କ୍ଷମତା ଓ ଅଗ୍ରାଧିକାର ମିଳିପାରିଛି।
ଅନୁଚ୍ଛେଦ ୩୭୧ଏ ନାଗାଲାଣ୍ଡକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରେ। ନାଗା ପାରମ୍ପରିକ ଆଇନ ଓ ସାମାଜିକ ପ୍ରଥା ତଥା ଧାର୍ମିକ ଅଧିକାର ଆଇନ ଅନୁସାରେ ଏହି ରାଜ୍ୟର ନିଜସ୍ବ ପ୍ରଶାସନିକ ଓ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଲୋକଙ୍କୁ ଜମିର ସ୍ବତ୍ୱାଧିକାର ମିଳିପାରେ। ସେମାନେ ଜମି ଓ ଅନ୍ୟ ସମ୍ବଳଗୁଡ଼ିକ ସ୍ଥାନୀୟ ପ୍ରଥାନୁସାରେ ଅନ୍ୟକୁ ହସ୍ତାନ୍ତର କରିପାରନ୍ତି। ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବଦଳାଇଦେବା ପାଇଁ ରାଜ୍ୟପାଳଙ୍କ ସ୍ବତନ୍ତ୍ର କ୍ଷମତା ରହିଛି। ସେହିପରି ଅନୁଚ୍ଛେଦ ୩୭୧ବି ଆସାମ ପାଇଁ ଉଦ୍ଦିଷ୍ଟ। ଏହି ନିୟମାନୁସାରେ ରାଷ୍ଟ୍ରପତି ଆଦିବାସୀ ଅଞ୍ଚଳରୁ ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ବିଧାନସଭାର ଏକ କମିଟି ଗଠନ ଲାଗି ରାଜ୍ୟପାଳଙ୍କୁ ନିଜ କ୍ଷମତା ଦେଇପାରିବେ। ଏହାବ୍ୟତୀତ ୧୯୬୯ରେ ସମ୍ବିଧାନରେ ଅନୁଚ୍ଛେଦ ୨୪୪ଏ ଯୋଡ଼ାଯାଇଥିଲା। ଏହା ଅନୁସାରେ ଆସାମକୁ ସ୍ବୟଂଶାସିତ ପରିଷଦ ଗଠନ ଲାଗି ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିଲା। ଅନୁଚ୍ଛେଦ ୩୭୧ସି ମଣିପୁରକୁ କେତେକ ସ୍ବତନ୍ତ୍ର କ୍ଷମତା ପ୍ରଦାନ ଲାଗି ପ୍ରଣୟନ କରାଯାଇଥିଲା। ଏହି ନିୟମାନୁସାରେ ପାର୍ବତ୍ୟ ଜିଲାଗୁଡ଼ିକୁ ନେଇ ହିଲ୍‌ ଏରିଆ କମିଟି (ଏଚ୍‌ଏସି) ପ୍ରତିଷ୍ଠା ଲାଗି ରାଷ୍ଟ୍ରପତିଙ୍କ ସମାନ ଅଧିକାର ରହିଛି, ଯେପରି ଆସାମରେ ଆଦିବାସୀ ବିଧାୟକଙ୍କୁ ନେଇ ରାଜ୍ୟପାଳଙ୍କ ଜରିଆରେ କମିଟି ଗଢ଼ାଯାଇଥାଏ। ଅନୁଚ୍ଛେଦ ୩୭୧ଡି ଏବଂ ଇ ଆନ୍ଧ୍ରପ୍ରଦେଶ ପାଇଁ ଉଦ୍ଦିଷ୍ଟ, ଯାହାଦ୍ୱାରା ରାଷ୍ଟ୍ରପତି ରାଜ୍ୟ ସରକାରଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁନିଶ୍ଚିତ କରିବା ଭଳି କେତେକ ନିର୍ଦ୍ଦିଷ୍ଟ କ୍ଷମତା ପ୍ରଦାନ କରିଥାନ୍ତି।
୧୯୭୫ରେ ଅନୁଚ୍ଛେଦ ୩୭୧ଏଫ୍‌ ଅନୁସାରେ ସିକିମ ଭାରତର ଏକ ରାଜ୍ୟରେ ପରିଣତ ହୋଇଥିଲା। ଏହି ନିୟମାନୁସାରେ ପ୍ରତି ୪ ବର୍ଷରେ ଥରେ ବିଧାନସଭା ନିର୍ବାଚନ କରାଇବାର ବ୍ୟବସ୍ଥା ରହିଥିବାବେଳେ ସିକିମ ହାଇକୋର୍ଟରେ ଦାଏର ଏକ ପିଟିଶନ ଅନୁସାରେ ଏଥିରେ ପରିବର୍ତ୍ତନ ଅଣାଯାଇଛି। ଅନୁଚ୍ଛେଦ ୩୭୧ଜି ଅନୁସାରେ ୧୯୮୬ରେ ମିଜୋରାମ ରାଜ୍ୟ ଗଠନ ହୋଇଥିଲା। ନାଗାଲାଣ୍ଡ ଭଳି ଏହି ସାମ୍ବିଧାନିକ ନିୟମ ସୀମାନ୍ତ ରାଜ୍ୟର ଅଧିବାସୀଙ୍କୁ ସମାନ ଧାର୍ମିକ ସ୍ବାଧୀନତା, ଜମି ସ୍ବତ୍ୱ ଭଳି ପାରମ୍ପରିକ ଆଇନଗତ ଅଧିକାର ପ୍ରଦାନ କରେ। ଏହି ନିୟମରେ କୌଣସି ପରିବର୍ତ୍ତନ ଆଣିବାକୁ ହେଲେ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ଜରୁରୀ। ଅନୁଚ୍ଛେଦ ୩୭୧ଏଚ୍‌ ଅରୁଣାଚଳ ପ୍ରଦେଶ ପାଇଁ ପ୍ରଯୁଜ୍ୟ, ଯାହାକି ରାଜ୍ୟପାଳଙ୍କୁ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରେ। ଅନୁଚ୍ଛେଦ ୩୭୧ଆଇ ଅଧୀନରେ ଜମି ବିକ୍ରି ଓ ସମ୍ପତ୍ତିର ମାଲିକାନା କ୍ଷେତ୍ରରେ ଆଇନ ପ୍ରଣୟନ ପାଇଁ ଗୋଆ ବିଧାନସଭାର ସ୍ବତନ୍ତ୍ର କ୍ଷମତା ରହିଛି। ଅନୁଚ୍ଛେଦ ୩୭୧ଜେ ହାଇଦ୍ରାବାଦ-କର୍ନାଟକ ଅଞ୍ଚଳର ୬ ପଛୁଆ ଜିଲାକୁ ବିଶେଷ କ୍ଷମତା ଦିଆଯାଇଛି। ଏହା ବଳରେ ଏହି ୬ ଜିଲା ପାଖରେ ସ୍ବତନ୍ତ୍ର ଉନ୍ନୟନ ବୋର୍ଡ ପ୍ରତିଷ୍ଠା, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଦି ପାଇଁ ଅଧିକୃତ କରାଯାଇଛି। ଅନୁଚ୍ଛେଦ ୩୭୧ଏ ଏବଂ ୩୭୧ଜି ଭଳି ନିୟମରେ ପରିବର୍ତ୍ତନ ପାଇଁ ସମ୍ପୃକ୍ତ ରାଜ୍ୟ ବିଧାନସଭାର ଅନୁମତି ଆବଶ୍ୟକ ବୋଲି ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ସେହିପରି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ରେ ମଧ୍ୟ ଅନୁରୂପ ବ୍ୟବସ୍ଥା ରହିଛି। ତେବେ ମୋଦି ସରକାର ଏକ ରାଷ୍ଟ୍ରପତୀୟ ଅଧିସୂଚନା ଅନୁସାରେ ରାଜ୍ୟ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ସେହି ଅଧିକାର ଛଡ଼ାଇନେବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ସମୟରେ ସାପ ସହ ଖେଳିଲେ ପ୍ରିୟଙ୍କା: ଭିଡିଓ ଭାଇରାଲ

ରାୟବରେଲୀ,୨।୫: ନିର୍ବାଚନୀ ପ୍ରଚାର ସମୟରେ ନେତାଙ୍କ ବହୁ ରଙ୍ଗ ଦେଖିବାକୁ ମିଳିଥାଏ। କେତେବେଳେ ନିର୍ବାଚନ ଭାଷଣ ତ କେତେବେଳେ ଭୋଟରଙ୍କ ସହ ସାକ୍ଷାତକାର। କିନ୍ତୁ କଂଗ୍ରେସ...

ଭାରତ-ଚାଇନା ସୀମାରେ ସ୍ଥିତି ସ୍ବାଭାବିକ: ଚାଇନା ରାଷ୍ଟ୍ରଦୂତ…

କୋଲକାତା,୧।୪ : ଭାରତ-ଚାଇନା ସୀମାରେ ଥିବା ଜରୁରୀକାଳୀନ ସ୍ଥିତି ଏବେ ଆଉ ନାହିଁ। ପୂର୍ବର ଅବସ୍ଥା ବର୍ତ୍ତମାନ ଅତୀତର ହୋଇସାରିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି।...

ଆସାମରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ହାଇ ଆଲର୍ଟ ଜାରି…

ଶ୍ରୀନଗର,୧୮।୧୦: ଆସାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ...

ଓବିସି ସଂରକ୍ଷଣ ବିନା ହେଉ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ: ହାଇକୋର୍ଟ…

ଲକ୍ଷ୍ନୌ,୨୭।୧୨ : ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏକ ବଡ ଫିଇସଲା ଦେଇଛନ୍ତି। ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି...

ରାଜସ୍ଥାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ

ଜୟପୁର,୧ ।୭: ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ଟେଲର କହ୍ନେୟାଲାଲଙ୍କ ହତ୍ୟା ପରେ ପୋଲିସ-ପ୍ରଶାସନ ଆଲର୍ଟରେ ରହିଛି । ଶୁକ୍ରବାର ସେଠାରେ ଗୋଟିଏ ପଟେ ଜୁମେ...

ଦିଲ୍ଲୀରେ ୬୨.୫୯ ପ୍ରତିଶତ ମତଦାନ, ରାତି ପର୍ଯ୍ୟନ୍ତ ଭୋଟିଂ ଚାଲିଥିବାରୁ ଘୋଷଣାରେ ବିଳମ୍ବ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ଭୋଟ ପ୍ରତିଶତ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂ...

ପାୟଲଙ୍କ ସଙ୍କଟ ବଢ଼ିଲା, ମହାତ୍ମା-ନେହେରୁଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ…

ମୁମ୍ବାଇ,୧।୯: ବଲିଉଡ ଅଭିନେତ୍ରୀ ପାୟଲ ରୋହତଗି ବିବାଦୀୟ ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡ଼ିଛନ୍ତି। ସୋସିଆଲ ମିଡିଆରେ ଅପଲୋଡ୍‌ ହୋଇଥିବା ଏକ ଭିଡିଓରେ ଜାତିର ପିତା...

ଏଏପି ଖବର ପ୍ରକାଶ ନ କରିବାକୁ ଗଣମାଧ୍ୟମ ଉପରେ ଚାପ ପକାଉଛନ୍ତି ମୋଦି

ନୂଆଦିଲ୍ଲୀ,୧୯।୯: ଗୁଜରାଟ ବିଧାନସଭା ନିର୍ବାଚନରେ ହାରିଯିବା ଭୟ ଏବେ ଭାଜପା ନେତାମାନଙ୍କୁ ବିଚଳିତ କରିଛି। ସେମାନେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତାମାନଙ୍କ ବିରୋଧରେ ମିଛ...

Advertisement
Archives

Model This Week