Posted inଜାତୀୟ

୧୦ ମାସରେ ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି: ଦଣ୍ଡକାରଣ୍ୟରେ ସର୍ବାଧିକ

ରାୟପୁର,୧।୧୨: ଗତ ୧୦ ମାସରେ ଦେଶର ବିଭିନ୍ନ ମାଓବାଦୀ ପ୍ରବଣ ଅଞ୍ଚଳରେ ଜାରି ରହିଥିବା ଏନ୍‌କାଉଣ୍ଟରରେ ୧୨୮ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ସର୍ବାଧିକ ୬୦ ପ୍ରତିଶତ ଅର୍ଥାତ୍‌ ୭୮ ମାଓବାଦୀଙ୍କ ଏନ୍‌କାଉଣ୍ଟର ଦଣ୍ଡକାରଣ୍ୟ ଅଞ୍ଚଳରେ ହୋଇଛି। ୨୦୧୮ ଡିସେମ୍ବରରୁ ୨୦୧୯ ସେପ୍ଟେମ୍ବର ମଧ୍ୟରେ ଏହା ହୋଇଥିବା ବିଭିନ୍ନ ଏନ୍‌କାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ମାଓବାଦୀ ସେଣ୍ଟ୍ରାଲ୍‌ ମିଲିଟାରୀ କମିଶନ୍‌(ସିଏମ୍‌ସି) ପକ୍ଷରୁ ସ୍ବୀକାର କରାଯାଇଛି। ଦଣ୍ଡକାରଣ୍ୟ ସହିତ ଓଡ଼ିଶା,ଆନ୍ଧ୍ର-ଓଡ଼ିଶା ସୀମା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର-ଛତିଶଗଡ଼ ଆଦି ଅଞ୍ଚଳରେ ମଧ୍ୟ ଏନ୍‌ କାଉଣ୍ଟର ଯୋଗୁ ମାଓବାଦୀ ସଂଗଠନର ବହୁ କ୍ଷତି ହୋଇଛି। ଏହି ସମୟ ମଧ୍ୟରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ୩୬୦ଟି ଅଞ୍ଚଳରେ ସଂଘର୍ଷ ହୋଇଛି। ସେଥି ମଧ୍ୟରୁ ୭୦ଟି ମୁହାଁମୁହିଁ ଲଢ଼େଇ ହୋଇଛି। ଏଥିରେ ୭୫ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ୧୩ଟି ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ଲୁଟ ହୋଇଥିବାବେଳେ ମାଓବାଦୀଙ୍କ ଆକ୍ରମଣରେ ୧୪୭ ଆହତ ହୋଇଥିବା ସିଏମ୍‌ସି ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେପି ସର୍ତ୍ତର ଉତ୍ତର ରଖିଲେ ହୁଡ୍ଡା

ନୂଆଦିଲ୍ଲୀ,୨୫।୧୦: ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ହରିୟାଣାରେ ସରକାର ଗଠନକୁ ନେଇ କିଛି ମତ...

୧୬, ୧୭ରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ, ୧୩ା୬: ଭାରତରେ ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ବିଶ୍ୱରେ ବ୍ରିଟେନକୁ ଟପି ଚଚୁର୍ଥ ସ୍ଥାନରେ ପହଞ୍ଚିଥିବା ଭାରତରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୩...

ଦୁଇ ବ୍ୟକ୍ତିଙ୍କ କଳି ଭିତରେ ଗାଈ ଗଲା କୋର୍ଟ

ଯୋଧପୁର,୧୬।୬: ରାଜସ୍ଥାନ ଯୋଧପୁରର ଲୋକାଲ କୋର୍ଟରେ ଆଶ୍ଚର୍ଯ୍ୟ ହେବା ଭଳି ଏକ ମାମଲା ଦେଖିବାକୁ ମିଳିଛି। ଶନିବାର ଏହି କୋର୍ଟରେ ଏକ ଗାଈକୁ ହାଜର ହେବାକୁ...

‘ବାୟୁ’ ଉଠାଇବ ୧୦ ଫୁଟ ଜୁଆର

ନୂଆଦିଲ୍ଲୀ, ୧୩ା୬ :ଆରବ ସାଗରରେ ବାତ୍ୟା ‘ବାୟୁୁ’ ଉଗ୍ରରୂପ ଧାରଣ କରିବା ସହ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବାରେ ଲାଗିଛି। ଗୁରୁବାର ସକାଳେ ଏହା ଉପକୂଳ...

ବାବା ରାମଦେବଙ୍କ କରୋନା କିଟ୍‌କୁ ନେଇ ଟୁଇଟରରେ କରାଯାଉଛି ପରିହାସ

ନୂଆଦିଲ୍ଲୀ,୨୪।୬: ଯୋଗଗୁରୁ ବାବା ରାମଦେବ ମଙ୍ଗଳବାର କରୋନା ପାଇଁ ଏକ ଆୟୁର୍ବେଦ କିଟ୍‌ ଲଞ୍ଚ କରିଥିବା ବେଳେ ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ...

ରାୟ ନୁହେଁ, ସମାଧାନ ଚାହୁଁ: ସୁନ୍ନି ଓ୍ବାକଫ୍‌ ବୋର୍ଡ

ନୂଆଦିଲ୍ଲୀ,୧୮-୧୦:ଅଯୋଧ୍ୟା ଜମି ବିବାଦ ମାମଲାର ସମସ୍ତ ପକ୍ଷ ସମାଧାନ ପାଇଁ ଏକ ନିଷ୍କର୍ଷରେ ପହଞ୍ଚତ୍ଛନ୍ତି, ଯାହାକି ସମସ୍ତଙ୍କ ପାଇଁ ଜିତିବା ସ୍ଥିତିକୁ ସୁନିଶ୍ଚିତ କରିବ। ଏଥିଲାଗି...

ବେକାବୁ କରୋନା: ଦିନକରେ ୭୨ ହଜାରରୁ ଅଧିକ ସଂକ୍ରମିତ,୪୫୯ ମୃତ

ନୂଆଦିଲ୍ଲୀ,୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା...

ଫେବୃୟାରୀ ୨୮ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍ ଅବଧି: ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୯ ।୧: ଗୋଟିଏ ପଟେ କରୋନା ମହାମାରୀ ସାରା ଦେଶରେ ଏକ ପ୍ରକାର କମ୍ ହାଇଯାଇଥିବା ବେଳେ ଅନ୍ୟପଟେ କିନ୍ତୁ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରି...

Advertisement


Archives

Model This Week