Posted inଜାତୀୟ

୧୦ ବର୍ଷ ତଳର କାହାଣୀ: ୨୦୧୦ ଜୁଲାଇ ୨୫ ବନାମ ୨୦୧୯ ଅଗଷ୍ଟ ୨୧; ସେତେବେଳେ ଶାହ ହୋଇଥିଲେ ଗିରଫ; ଏବେ ଚିଦାମ୍ବରମ୍‌ଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୧।୮: ସମ୍ପ୍ରତି ଭାଜପା ସରକାରରେ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଅର୍ଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ମାମଲା ନେଇ ଦେଶର ରାଜନୈତିକ ସ୍ଥିତି ବେଶ୍‌ ସରଗରମ୍‌ ରହିଛି। ଇଡ଼ି ଏବଂ ସିବିଆଇ ପକ୍ଷରୁ ଚିଦାମ୍ବରମ୍‌ଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ ପାଇଁ ଯୋଜନା କରାଯାଇଛି। ଚିଦାମ୍ବରମ୍‌ ଉପରେ ଦୁର୍ନୀତି ଅଭିଯୋଗ ଆସିଛି। ଏଭଳି ସମାନ ଘଟଣା ୨୦୧୦ ଜୁଲାଇ ୨୫ରେ ଘଟିଥିଲା। ସେତେବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିଲେ ଚିଦାମ୍ବରମ୍‌। ସୋହରାବୁଦ୍ଦିନ୍‌ ଶେଖ୍‌ ଏନକାଉଣ୍ଟର ମାମଲାରେ ସିବିଆଇ ପକ୍ଷରୁ ବର୍ତ୍ତମାନର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଗିରଫ କରାଯାଇଥିଲା। ଶାହଙ୍କୁ ୩ ମାସ ଜେଲ୍‌ ପଠାଯାଇଥିଲା। ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଗୁଜରାଟରୁ ବାହାରେ ରହିବାର ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୦ ଅକ୍ଟୋବର ୨୯ରେ ଗୁଜରାଟ ହାଇକୋର୍ଟ ଶାହଙ୍କ ଜାମିନ୍‌ ମଞ୍ଜୁର କରିଥିଲେ। ୨୦୧୨ ପର୍ଯ୍ୟନ୍ତ ଶାହ ଗୁଜରାଟ ବାହାରେ ରହିଥିଲେ। ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସୁପ୍ରିମ୍‌କୋର୍ଟ ଶାହଙ୍କୁ ରାଜ୍ୟକୁ ଯିବାର ଅନୁମତି ଦେଇଥିଲେ। ଏହାପରେ ୨୦୧୫ରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଶାହଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ। ଚିଦାମ୍ବରମ୍‌ ୨୦୦୮ ନଭେମ୍ବର ୨୯ରୁ ୨୦୧୨ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେବେ ବର୍ତ୍ତମାନ ଶାହଙ୍କ ପରି ଚିଦାମ୍ବରମ୍‌ଙ୍କ ଅବସ୍ଥା ହୋଇଛି। ଦୀର୍ଘ ୧୦ ବର୍ଷ ପରେ ସମୟର ଚକ ଘୁରିଛି। ୨୦୧୯ ଅଗଷ୍ଟ ୨୧ରେ ସେହି ପୁରାତନ ସ୍ଥିତି ଫେରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ କହୁଛି ଭାଜପା: ରାହୁଲ

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଯେଉଁ ନାଗରିକତ୍ୱ ସଂଶୋଧନ...

‘ଶାନ୍ତିର ସକାଳ ଆଣିବ ବୋଡ଼ୋ ଚୁକ୍ତି’

କୋକ୍ରାଝର,୮ା୨(ପି.ଟି.): ଜନସାଧାରଣଙ୍କ ସମର୍ଥନରେ ସ୍ବାକ୍ଷରିତ ହୋଇଥିବା ବୋଡୋ ଚୁକ୍ତି ଆସାମରେ ଶାନ୍ତିର ନୂଆ ସକାଳ ଆଣିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଏକ ଜନସଭାକୁ...

ଆର୍ୟନଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୮।୧୦: ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କୁ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଶେଷରେ ଜାମିନ ମିଳିଛି। ଗୁରୁବାର ବମ୍ବେ ହାଇକୋର୍ଟ ଲଗାତର ୩ ଦିନ ଶୁଣାଣି...

ଲୋକ ସଭାରୁ ଇସ୍ତଫା ଦେଲେ ଅଖିଳେଶ-ଆଜମ

ଲକ୍ଷ୍ନୌ,୨୨।୩: ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଲୋକ ସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଅଖିଳେଶ...

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ୧୫ ଜଣ ହରାଇଲେ ଦୃଷ୍ଟିଶକ୍ତି

ମୁଜାଫାରପୁର,୨।୧୨: ଉତ୍ତର ବିହାର ଏହି ଜିଲାରେ ଏକ ହସ୍ପିଟାଲ ଦ୍ୱାରା ଆୟୋଜିତ ମାଗଣା କ୍ୟାମ୍ପରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିବା ଅତିକମ୍‌ରେ ୧୫ ଜଣ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି...

ୟୁଟ୍ୟୁବ୍‌ ଦେଖି ସନ୍ତାନ ପ୍ରସବ ପରେ ନବଜାତକକୁ ହତ୍ୟା କଲେ ନବମ ଶ୍ରେଣୀ ଛାତ୍ରୀ

ନାଗପୁର, ୬। ୩: ମହାରାଷ୍ଟ୍ର ନାଗପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ୟୁଟ୍ୟୁବ ଦେଖି ସନ୍ତାନ ପ୍ରସବ କରିବା ପରେ ନବଜାତକର...

ଛୁଟି ପାଇଁ ଲାଞ୍ଚ: ଶିକ୍ଷା ବିଭାଗ କଲା ପର୍ଦ୍ଦାଫାଶ୍‌

ଲକ୍ଷ୍ନୌ,୫।୧୨: ଉତ୍ତରପ୍ରଦେଶରେ ଛୁଟି ପାଇଁ ପ୍ରାଥମିକ ଶିକ୍ଷୟତ୍ରୀ ଏବଂ ଶିକ୍ଷକଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏହାର...

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅଗ୍ରହଣୀୟ: କଂଗ୍ରେସ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ନଳୀନି ଶ୍ରୀହରନ୍‌ଙ୍କ ସମେତ ୬ଜଣ ଦୋଷୀଙ୍କୁ...

Advertisement
Archives

Model This Week