Posted inଜାତୀୟ

୧୦ ବର୍ଷର ପୁରୁଣା ମାମଲା ତୁରନ୍ତ ଫଇସଲା ଲାଗି ହାଇକୋର୍ଟଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଦଶବର୍ଷ ତଳର ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବା ଲାଗି ଆଇନ ମନ୍ତ୍ରଣାଳୟ ପକ୍ଷରୁ ହାଇକୋର୍ଟଗୁଡ଼ିକୁ ଅନୁରୋଧ କରାଯାଇଥିବା ବୁଧବାର ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକ ସଭାରେ କହିଛନ୍ତି। ଫଳରେ ଦୀର୍ଘଦିନ ଧରି ପଡିରହିଥିବା ମାମଲାଗୁଡିକର ସଂଖ୍ୟା କମିପାରିବ। ଏଥିସହିତ ବିଭିନ୍ନ ଅଦାଲତର ଭିତ୍ତିଭୂମି ବିକାଶ ଲାଗି ସରକାର ପଦକ୍ଷେପମାନ ନେଉଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥର ୫୦ ପ୍ରତିଶତ କେନ୍ଦ୍ର ସରକାର ଯୋଗାଇସାରିଲେଣି। ଏକ ଜାତୀୟ ନ୍ୟାୟିକ ଡାଟାବେସ୍‌ ସ୍ଥାପନ କରାଯାଉଥିବା ଆଇନମନ୍ତ୍ରୀ ପ୍ରଶ୍ନୋତ୍ତର କାଳରେ କହିଥିଲେ। ଏଥିସହିତ ହାଇକୋର୍ଟଗୁଡିକରେ ୪୭୮ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ମଧ୍ୟ ବଢ଼ାଯାଇଥିବା ସେ ଗୃହକୁ ସୂଚନା ଦେଇଥିଲେ। ଦେଶର ୨୫ଟି ହାଇକୋର୍ଟରେ ୪୩ ଲକ୍ଷ ମାମଲା ବିଚାର ଅପେକ୍ଷାରେ ପଡିରହିଥିବାବେଳେ ସେଥିରୁ ୧୦ ବର୍ଷରୁ ପୁରୁଣା ମାମଲା ସଂଖ୍ୟା ୮ ଲକ୍ଷରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

୨୨ଶହ ମସିହା ବେଳକୁ ମୃତ୍ୟୁକୁ ଜୟ କରିବ ମଣିଷ …

ମଣିଷ ବି ମୃତ୍ୟୁ ଉପରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇପାରିବ। ଆଉ ୨୨ ଶହ ମସିହା ବେଳକୁ ମଣିଷ ହୋଇଯିବ ଭଗବାନ। ଯେପରି ସୃଷ୍ଟିକର୍ତ୍ତା...

ଆରଜେଡି ଛାଡିବେ ଲାଲୁଙ୍କ ସମୁଦି

ପାଟନା,୧୪।୨: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ ଦଳ ଛାଡିବେ ବୋଲି ଜଣାପଡିଛି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ...

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍‌

ନୂଆଦିଲ୍ଲୀ,୧୮ ।୯: ଗୁଗୁଲ ଶୁକ୍ରବାର ଗୁଗୁଲ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପ୍‌କୁ ହଟାଇ ଦେଇଥିବା ଜଣାପଡିଛି । ଗୁଗୁଲ କହିଛି କୌଣସି ଗ୍ୟାବଲିଙ୍ଗ ବା ଜୁଆ...

ମାସକର ନାତୁଣୀକୁ ୧ଲକ୍ଷ ଟଙ୍କାରେ ବିକ୍ରି କଲେ ଆଇ

ହାଇଦ୍ରାବାଦ,୨୯।୮: ଘରେ ସନ୍ତାନ ଜନ୍ମ ନେଲେ ପରିବାରର ଖୁସି କହିଲେ ନ ସରେ। ସମସ୍ତେ ଶିଶୁଟିର ଲାଳନ ପାଳନରେ ଲାଗିପଡ଼ିଥାନ୍ତି। କିନ୍ତୁ କେତେକ ଲୋକ ଅଛନ୍ତି...

ଗଣେଶ ଭକ୍ତଙ୍କୁ ଚାଲାଣ ଡର

ଗାନ୍ଧୀନଗର,୧୨।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ନିୟମ ଉଲ୍ଲଂଘନକାରୀଙ୍କୁ...

ଶୋପିଆନ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶ୍ରୀନଗର,୨୦।୧: ଜମ୍ମୁ-କଶ୍ମୀରର ଶୋପିଆନରେ ସୋମବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏଥିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କହିଛି କଶ୍ମୀର ଜୋନ୍‌...

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮ା୭(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁକ୍ରବାର ଗୁଜରାଟରେ ବିଭିନ୍ନ ରେଳ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟ ସାଇନ୍ସ...

କରୋନିଲ ପରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ଔଷଧ ତିଆରି କରୁଛି ପତଞ୍ଜଳୀ

ହରିଦ୍ୱାର,୨।୬: କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ସମଗ୍ର ଦେଶ ଭାକ୍ସିନକୁ ନେଇ ଚର୍ଚ୍ଚା କରୁଥିଲା, ସେତେବେଳେ ଯୋଗଗୁରୁ ବାବା ରାମଦେବ କରୋନିଲ ଔଷଧ ତିଆରି...

Advertisement


Archives

Model This Week